ETV Bharat / state

ପୌରପରିଷଦ ଅଧ୍ୟକ୍ଷା ପଦ ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଜୟନ୍ତୀ

author img

By

Published : Mar 6, 2022, 9:34 PM IST

ଢେଙ୍କାନଳ ପୌର ଅଧ୍ୟକ୍ଷା ପଦବୀ ସାଧାରଣ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ବିଜେପି ତାର ଅଧ୍ୟକ୍ଷା ପ୍ରାର୍ଥୀ ଘୋଷଣା କରିସାରିଛି । ପୂର୍ବତନ କାଉନସିଲର ଜୟନ୍ତୀ ପାତ୍ର ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଅଧିକ ପଢନ୍ତୁ

ପୌରପରିଷଦ ଅଧ୍ୟକ୍ଷା ପଦ ପାଇଁ ବିଜେପି ଦାଖଲ କଲା ପ୍ରାର୍ଥୀପତ୍ର

ଢେଙ୍କାନାଳ: ଚଳିତ ପୌର ନିର୍ବାଚନର ପ୍ରାର୍ଥୀପତ୍ର ଦାଖଲ ଆଉ ଗୋଟିଏ ଦିନ ବାକି ରହିଛି । ତେବେ ଢେଙ୍କାନଳ ପୌର ଅଧ୍ୟକ୍ଷା ପଦବୀ ସାଧାରଣ ବର୍ଗ ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ବିଜେପି ତା’ର ଅଧ୍ୟକ୍ଷା ପ୍ରାର୍ଥୀ ଘୋଷଣା କରି ସାରିଛି । ଏପରିକି ଢେଙ୍କାନାଳ ପୌର ଅଧ୍ୟକ୍ଷା ଭାବେ ନିର୍ବାଚନ ଲଢ଼ିବାକୁ ଆଜି(ରବିବାର) ବିଜେପି ଦଳ ପକ୍ଷରୁ ପୂର୍ବତନ କାଉନସିଲର ଜୟନ୍ତୀ ପାତ୍ର ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଏହି ଉପଲକ୍ଷେ ବିଜେପି ପକ୍ଷରୁ ସହରର ବାଜି ଚୌକ ଛକରୁ ଜୟନ୍ତୀ ଏକ ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ପାଣି, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଜିଲ୍ଲା ସଭାପତି ନରେଶ ମହାପାତ୍ର ପ୍ରମୁଖ ସାମିଲ ଥିଲେ । ପ୍ରାର୍ଥୀପତ୍ର ଦାଖଲ କରି ଢେଙ୍କାନାଳ ପୌରବାସୀଙ୍କ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମାଧାନ ଓ ସ୍ଵଚ୍ଛ ସହର ଗଢି ତୋଳିବାକୁ ତାଙ୍କୁ ପୌରବାସୀ ସୁଯୋଗ ଦେବେ ବୋଲି ଆଶା ପୋଷଣ କରିଛନ୍ତି ଜୟନ୍ତୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.