ETV Bharat / state

କେନ୍ଦ୍ର ବିରୋଧରେ ଗର୍ଜିଲେ ବିଜୁ ଯୁବ ଜନତା ଦଳ - ବିଜୁ ଜନତାଦଳ

ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି 'ହକ ମାଗୁଛି ଓଡିଶା' ଅଭିଯାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Mar 21, 2019, 1:23 AM IST

କେନ୍ଦ୍ରାପଡା: ରାଜ୍ୟ ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ବିଜୁ ଯୁବ ଜନତା ଦଳ ଓ ଛାତ୍ର ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି 'ହକ ମାଗୁଛି ଓଡିଶା' ଅଭିଯାନ । ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଡେରାବିଶ୍ ବ୍ଲକର ୧୩ ନମ୍ବର ଜୋନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ଶତାଧିକ ଯୁବ ଛାତ୍ର, ବୁଦ୍ଧିଜୀବି ଓ ସାଧାରଣ ଲୋକ ଯୋଗଦେଇଥିଲେ । ଏହାସହ କେନ୍ଦ୍ରରେ କ୍ଷମତାସୀନ ଥିବା ବିଜେପି ସରକାର ସହ କଂଗ୍ରେସ ବାରମ୍ବାର ରାଜ୍ୟକୁ ତା'ର ନ୍ୟାର୍ଯ୍ୟ ଅଧିକାର ନ ଦେବା ସମ୍ବନ୍ଧରେ କ୍ଷୋଭପ୍ରକାଶ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏହି କାର୍ଯ୍ୟକ୍ରମରେ ବିଜେଡି ଡେରାବିଶ ବ୍ଲକ ସଭାପତି ଦେବାଶିଷ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କେନ୍ଦ୍ର ସରକାର କେବଳ ବାହାସ୍ଫୋଟ ମାରି ଜାଣନ୍ତି ବୋଲି କହିଛନ୍ତି । ଏହାସହ କେନ୍ଦ୍ର ସରକାର ରାଜ୍ୟର ଖଣିଜ ଦ୍ରବ୍ୟକୁ ବହୁଳ ପରିମାଣରେ ବ୍ୟବହାର କରୁଥିଲେ ମଧ୍ୟ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାରେ ପଛଘୁଞ୍ଚା ଦେଉଥିବା ବକ୍ତବ୍ୟରେ କୁହାଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ୧୩ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଜବା ମୁର୍ମୁ, ଲୋକ ପ୍ରତିନିଧି ଉମାକାନ୍ତ ନାୟକ, ବିଜେଡି ନେତା ଭବାନୀ ଓଝା, କେଳୁଚରଣ ନାଥ ଓ ବ୍ଲକ ଯୁବ ସଂଯୋଜକ ରମେଶ ଗେରୁ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କୁ ଚଳିତ ନିର୍ବାଚନରେ ଉଚିତ ଜବାବ ଦିଆଯିବ ବୋଲି ନିଜ ଅଭିଭାଷଣରେ କହିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

ଜବତ ହେଲା ହିଜବ୍ବୁଲ ମୁଜାହିଦ୍ଦୀନର ସମ୍ପତ୍ତି

ଶ୍ରୀନଗର: ଆତଙ୍କୀଙ୍କ ବିରୁଦ୍ଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବଡ ପଦକ୍ଷେପ । ଆତଙ୍କୀ ଫଣ୍ଡିଂ ମାମଲାରେ କାର୍ଯ୍ୟାନୁଷ୍ଠାନ ନେଲା ଇଡି । ଆତଙ୍କୀ ସଙ୍ଗଠନ ହିଜବ୍ବୁଲ ମୁଜାହିଦ୍ଦୀନର ମୁଖିଆ ସଇଦ ସଲାଉଦ୍ଦୀନର ଜମ୍ମୁ କଶ୍ମୀରରେ ଥିବା 13ଟି ସମ୍ପତ୍ତି ଜବତ କରିଛି ଇଡି । କିନ୍ତୁ ସଲାଉଦ୍ଦୀନ ବର୍ତ୍ତମାନ ପାକିସ୍ତାନର ରାୱଲପିଣ୍ଡିରେ ରହୁଛି ।

ଧନ ସଂଶୋଧନ ନିବାରଣ ଅଧିନିୟମ (ପିଏମଏଲଏ) ଅନୁଯାୟୀ ହିଜବ୍ବୁଲ ବିରୁଦ୍ଧରେ ଇଡି ସମ୍ପତ୍ତି ଜବତ କରିବା ପାଇଁ ନୋଟିସ ଜାରି କରିଥିଲା । ଏହି ସମ୍ପତ୍ତି ବନ୍ଦିପୋରା ବାସିନ୍ଦା ମହମ୍ମଦ ଶାଫି ଶାହ ଓ ଆତଙ୍କୀ ସଙ୍ଗଠନ ସହ ଜଡିତ ରାଜ୍ୟର 6 ଜଣଙ୍କ ନାମରେ ରହିଛି । ପୂର୍ବରୁ ସଲାଉଦ୍ଦୀନ, ସାହ ଓ ଅନ୍ୟମାନଙ୍କ ବିରୁଦ୍ଧରେ ବେଆଇନ ଗତିବିଧି ନିୟନ୍ତ୍ରଣ ଅଧିନିୟମ (ୟୁଏପିଏ) ଆଧାରରେ ଅଭିଯୋଗ ପତ୍ର ଦାଖଲ କରିଥିଲା ଇଡି ।   

ନିକଟରେ ଜମ୍ମୁ ବସଷ୍ଟାଣ୍ଡରେ ଗ୍ରେନେଡ ଆକ୍ରମଣ ଘଟଣାରେ ହିଜ୍ଜବୁଲ ଆତଙ୍କୀ ସଙ୍ଗଠନର ନାମ ସାମନାକୁ ଆସିଥିଲା । ତେବେ ଆକ୍ରମଣକାରୀ ୟାସିର ଭଟ୍ଟକୁ ଗିରଫ କରିଥିଲା ପୋଲିସ । ହିଜ୍ଜବୁଲ କମାଣ୍ଡରର ନିର୍ଦ୍ଦେଶକ୍ରମେ ୟାସିର ବସଷ୍ଟାଣ୍ଡରେ ଗ୍ରେନେଡ ମାଡ କରିଥବା ସ୍ୱୀକାର କରିଥିଲା । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.