ETV Bharat / state

ULB RESULT: BJD କବଜାରେ କେନ୍ଦ୍ରାପଡା ପୌରାଧ୍ୟକ୍ଷ ପଦବୀ

author img

By

Published : Mar 26, 2022, 6:21 PM IST

ପୌର ନିର୍ବାଚନ ଫଳାଫଳ ଆଜି (ଶନିବାର) ଘୋଷଣା କରାଯାଇଛି । ରାଜ୍ୟର ସର୍ବ ପୁରାତନ ପୌର ପରିଷଦ କେନ୍ଦ୍ରାପଡ଼ାର ଅଧ୍ୟକ୍ଷା ପଦବୀକୁ ଦଖଲ କରିନେଇଛି ବିଜେଡି । ଅଧିକ ପଢନ୍ତୁ

URBAN RESULT: କେନ୍ଦ୍ରାପଡ଼ା ଅଧ୍ୟକ୍ଷ ପଦବୀ ହାତେଇଲା BJD

କେନ୍ଦ୍ରାପଡ଼ା: ପୌର ନିର୍ବାଚନ ଫଳାଫଳ ଆଜି (ଶନିବାର) ଘୋଷଣା କରାଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାର ୨ଟି ପୌରପାଳିକାରେ ୨ଟି ଅଧ୍ୟକ୍ଷ ପଦବୀ ସମେତ ମୋଟ ୪୦ଟି କାଉନସିଲର ପଦବୀ ପାଇଁ ମତଦାନର ଫଳାଫଳ ଘୋଷଣା ହୋଇଛି । ରାଜ୍ୟର ସର୍ବ ପୁରାତନ ପୌର ପରିଷଦ କେନ୍ଦ୍ରାପଡ଼ାର ଅଧ୍ୟକ୍ଷା ପଦବୀକୁ ଦଖଲ କରିନେଇଛି ବିଜେଡି । ବିଜେଡି ପ୍ରାର୍ଥିନୀ ସରିତା ସାହୁ ମୋଟ 18252 ଖଣ୍ଡ ଭୋଟ ପାଇ ତାଙ୍କ ପ୍ରତିଦ୍ବନ୍ଦୀ ମିନାକ୍ଷୀ ଦାଶଙ୍କୁ 13758 ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ।

ଏଥିସହିତ ମୋଟ 21ଟି ୱାର୍ଡ କାଉନସିଲର ପଦବୀରୁ ବିଜେଡି 11ଟି ଦଖଲ କରିବାରେ ସମର୍ଥ ହୋଇଥିବା ବେଳେ କଂଗ୍ରେସ ଗତ 2011 ମସିହା ଫଳାଫଳକୁ ଦୋହରାଇ 5ଟି ଆସନ ହାତେଇଛି ଓ ବିଜେପି ମଧ୍ୟ 2011 ନିର୍ବାଚନ ଭଳି ମାତ୍ର ଗୋଟିଏ ଆସନ ଦଖଲ କରିବାରେ ସମର୍ଥ ହୋଇଛି । ଅନ୍ୟପଟେ ବିଜେଡିରୁ ଅସନ୍ତୁଷ୍ଟ ହୋଇ ସ୍ବାଧୀନ ଭାବେ କାଉନସିଲର ଭାବେ ଲଢ଼ୁଥିବା 4ଜଣ କାଉନସିଲର ବିଜୟୀ ହୋଇଛନ୍ତି ।

ସେହିପରି ପଟ୍ଟାମୁଣ୍ଡାଇ ପୌରପାଳିକାର ଅଧ୍ୟକ୍ଷ ପଦବୀ ବିଜେଡି ହାତରେ ରହିଥିବା ବେଳେ ଏଠାରୁ କାଉନସିଲର ଭାବେ 19ଟି ୱାର୍ଡରୁ ବିଜେଡି 14ଟି, ବିଜେପି 3ଟି ଓ କଂଗ୍ରେସ 2ଟି ଆସନ ହାତେଇବାରେ ସମର୍ଥ ହୋଇଛନ୍ତି । ପୌର ନିର୍ବାଚନରେ ବିଜେଡି ତାର ଲଗାତାର ସନ୍ତୋଷଜନକ ଫଳାଫଳ ପ୍ରଦର୍ଶନ କରିଥିବା ବେଳେ କେନ୍ଦ୍ରାପଡ଼ାରେ 4ଟି ସ୍ବାଧୀନ ପ୍ରାର୍ଥୀ ବିଜୟୀ ହେବା ବିଜେଡି ନେତୃତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୌରାଧ୍ୟକ୍ଷା ଭାବେ ସରିତା 13 ହଜାରରୁ ଊର୍ଦ୍ଧ୍ବ ଭୋଟରେ ବିଜୟୀ ହୋଇଥିଲେ ମଧ୍ୟ ସହରର 10ଟି ୱାର୍ଡ ବିଜେଡି ହାତରୁ ଚାଲିଯିବା ବିଜେଡି ପାଇଁ ଚିନ୍ତାର ବିଷୟ ପାଲଟିଛି ।

ବିଜେପି ଅନ୍ୟ ରାଜ୍ୟର ପୌର ନିର୍ବାଚନରେ ଭଲ ଫଳାଫଳ ପ୍ରଦର୍ଶନ କରୁଥିବା ବେଳେ କେନ୍ଦ୍ରାପଡ଼ା ସହରରେ ସଙ୍ଗଠନ ଯେ ଦୁର୍ବଳ ଆଜି ତାହା ପୁନର୍ବାର ପ୍ରମାଣିତ ହୋଇଛି । ଦଳ ପକ୍ଷରୁ ଅସୀମା ନାୟକ ଜଣେ ମାତ୍ର କାଉନସିଲର ଭାବେ ବିଜୟୀ ହୋଇଥିବା ବେଳେ ପଟ୍ଟାମୁଣ୍ଡାଇର 3ଟି ଆସନ ହୁଏତ କିଛି ଆଶ୍ବସ୍ତି ଦେଇଥାଇପାରେ ବୋଲି ରାଜନୈତିକ ସମୀକ୍ଷକ ମାନେ ମତପୋଷଣ କରିଛନ୍ତି ।

ନିରାଶଜନକ ପ୍ରଦର୍ଶନ ଦଳ ପାଇଁ ଏବେ ଚିନ୍ତାର ବିଷୟ ପାଲଟିଥିବା ବେଳେ ଦଳର ଏହି ପରାଜୟ ପାଇଁ କେହି ଦୋଷ ନେବାକୁ ନାରାଜ। ପୌର ରାଜନୀତି ତାତି ଏବେ ଶେଷ ହୋଇଥିବା ବେଳେ ଆଗକୁ ନିର୍ବାଚନୀ ସମୀକ୍ଷା କରିବା ତିନି ଦଳ ପାଇଁ ଆବଶ୍ୟକତା ରହିଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.