ETV Bharat / state

ଫୋକସରେ 2024 ନିର୍ବାଚନ, କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ପ୍ରମିଳା

author img

By

Published : Jul 15, 2023, 8:52 PM IST

ପାଟକୁରା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଦଳରେ ମିଶିଲେ ବିଜୟ ମହାପାତ୍ରଙ୍କ ଅନୁଗତ । ପୁଣି ଗାଦିରେ ବସିବା ପାଇଁ ବଳ ଗୋଟାଉଛି ବିଜେଡି । ଅଧିକ ପଢ଼ନ୍ତୁ

ପାଟକୁରା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

କେନ୍ଦ୍ରାପଡା: ସାଧାରଣ ନିର୍ବାଚନ ଆଗରୁ ନିଜର ସଙ୍ଗଠନ ସଜାଡିବା କାମରି ଲାଗିଛି ବିଜେଡି । ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ସମାବେଶ କରି ବଳ ଗୋଟାଉଛି ଶାସକ ଦଳ । କେନ୍ଦ୍ରାପଡା ଜିଲ୍ଲାର କେନ୍ଦ୍ରାପଡା, ମହାକାଳପଡ଼ା, ଆଳି, ରାଜନଗର ଓ ଆଜି ଶେଷ ଦିନରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ବିଜେଡି ଏକ ବିରାଟ ସମାବେଶ କରି ଶକ୍ତି ପ୍ରଦର୍ଶନ କରିଛି । ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ରାଜସ୍ୱମନ୍ତ୍ରୀ ତଥା କେନ୍ଦ୍ରାପଡା ବିଜେଡି ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ ଯୋଗଦେଥିଲେ ।

ପ୍ରମିଳା ମଲ୍ଲିକ କହିଛନ୍ତ, ‘‘ଦଳୀୟ କର୍ମୀଙ୍କୁ ପାଇଁ ଏହା ଏକ ତାଲିମ ଶିବିର । ରାଜ୍ୟରେ ବିଜେଡି ୮୦% ଭୋଟ ପାଉଥିବା ବେଳେ ଯେଉଁ ୨୦% ଭୋଟ ଅନ୍ୟ ରାଜନୈତିକ ଦଳ ପାଉଛନ୍ତି ସେଗୁଡିକୁ ନିଜ ଦଳ ସପକ୍ଷରେ ଆଣିବା ପାଇଁ ପ୍ରୟାସ କରିବା । ରାଜ୍ୟ ସରକାର ସାଧାରଣଜନତାଙ୍କ ପାଇଁ ଅନେକ ଜନ କଲ୍ଯାଣକାରୀ କାର୍ଯ୍ୟ କରୁଛନ୍ତି ।’’

ଏଥିସହ କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକାର ଜନ ବିରୋଧି କାର୍ଯ୍ୟ ସମ୍ପର୍କରେ ଅଭିଯୋଗ ଆଣି ପୁଣିଥରେ ଲୋକେ ନବୀନ ପଟ୍ଟନାୟକଙ୍କୁ ଶାସନ ଗାଦିରେ ବସାଇବା ଜାଣି ବିରୋଧିଙ୍କ ଛାତି ଥରହର ହେଉଥିବା କହିଛନ୍ତି । ଏହି ବୈଠକରେ ଆସନ୍ତା ନିର୍ବାଚନ ପାଇଁ ପାଟକୁରାରେ ବିଜେଡି ସଙ୍ଗଠନର ବିକାଶ ଓ ସ୍ଥିତିର ସମୀକ୍ଷା କରାଯାଇଥିଲା । ଯେଉଁଥିରେ ନିର୍ବାଚନ ମଣ୍ଡଳୀ ଅଧିନ ଡେରାବିଶ୍, ଗରଦପୁର ଓ ମାର୍ଶାଘାଇ ବ୍ଲକର ୫୧ଟି ପଞ୍ଚାୟତର ହଜାର ହଜାର ବିଜେଡି କର୍ମୀ ଯୋଗ ଦେଇଥିଲେ । ଏହି ବୈଠକରେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ ପାଟକୁରା ବିକାଶର ଗାଥା କହି ଗତ ୪ ବର୍ଷର ରିପୋର୍ଟ କାର୍ଡ କର୍ମୀଙ୍କ ଆଗରେ ଉପସ୍ଥାପନ କରିଥିଲେ ।

ଅଧିକ ପଢ଼ନ୍ତି: ପୁରୁଣାବଜାରରେ ପାୱାରଫୁଲ ହେଉଛି BJD, ମିଶିଲେ 200ରୁ ଅଧିକ ଯୁବନେତା

ତେବେ ଉକ୍ତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଗୋଲରାହାଟ ପଞ୍ଚାୟତର ପୂର୍ବତନ ସରପଞ୍ଚ ତ୍ରିଲୋଚନ ରାଉତଙ୍କ ସମେତ ୨୦ ଜଣ କଂଗ୍ରେସ ଓ ବିଜେପି କର୍ମୀ ବିଜୁ ଜନତା ଦଳରେ ଯୋଗଦେଇଥିଲା । ପାଟକୁରା ବିଧାୟିକା ଘର ପୁଅ ଘରକୁ ଫେରିଥିବା କହି ଦଳକୁ ପାଛୋଟି ଆଣିବାକୁ ନେଇ ବେଶ ଉତ୍କଣ୍ଠା ଦେଖା ଦେଇଥିଲା । ୨୦୧୯ ମସିହା ସାଧାରଣ ନିର୍ବାଚନ ଆଗରୁ ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ବିଧାୟିକାଙ୍କ ସ୍ୱାମୀ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଶିବିର ଛାଡିବା ସହ ବିଜୟ ମହାପାତ୍ର ଓ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନରେ ସହଯୋଗ କରିଥିଲେ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.