ETV Bharat / state

ବିଜେଡି ଗରଦପୁର ବ୍ଲକ ସଭାପତିଙ୍କ ନାଁରେ ଏତଲା ଦେଲେ ମହିଳା ବିଜେଡି କର୍ମୀ - ବିଜେଡି ନେତାଙ୍କ ନାରେ ବିଜେଡି ନେତ୍ରୀଙ୍କ ଅଭିଯୋଗ

ଅଭିଯୋଗ ଅନୁଯାୟୀ ଅଳକା ରାଉତରାଏ(ଛଦ୍ମନାମ) ନାମ୍ନୀ ଜଣେ ମହିଳା ବିଜେଡି କର୍ମୀ ଦୀର୍ଘ ବର୍ଷ ଧରି ପାଟକୁରା ରାଜନୀତି ସହ ସଂଶ୍ଳିଷ୍ଟ ରହିଛନ୍ତି । ପୂର୍ବତନ ବିଧାୟକ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଏହି ମହିଳାଙ୍କୁ ଗରଦପୁର ବ୍ଲକରେ ବିଜେଡିର କୌଣସି କାର୍ଯ୍ୟକ୍ରମ କରାଗଲେ ଖୋଜା ପଡ଼ିଥାନ୍ତି । ଅଧିକ ପଢନ୍ତୁ

ବିଜେଡି ଗରଦପୁର ବ୍ଲକ ସଭାପତିଙ୍କ ନାଁରେ ଏତଲା ଦେଲେ ମହିଳା ବିଜେଡି କର୍ମୀ

author img

By ETV Bharat Odisha Team

Published : Sep 8, 2023, 7:05 AM IST

ବିଜେଡି ଗରଦପୁର ବ୍ଲକ ସଭାପତିଙ୍କ ନାଁରେ ଏତଲା ଦେଲେ ମହିଳା ବିଜେଡି କର୍ମୀ

କେନ୍ଦ୍ରାପଡା: ବିଜୁ ଜନତା ଦଳର ବ୍ଳକ ସଭାପତିଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ମହିଳା କର୍ମୀ । ପାଟକୁରା ବିଧାୟିକାଙ୍କ ପ୍ରତିନିଧୀ ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ସହଧର୍ମିଣୀଙ୍କ ପାଖରେ ଅଭିଯୋଗ କରି ନିରାଶ ହେବା ପରେ ଶେଷରେ ଆଇନର ଆଶ୍ରୟ ନେଇଛନ୍ତି ଏହି ଆଗଧାଡ଼ିର ମହିଳା କର୍ମୀ ଜଣଙ୍କ।

ଏହାବି ପଢନ୍ତୁ-କେନ୍ଦ୍ରାପଡା ପୌରାଧ୍ୟକ୍ଷା ଓ ରାଜ୍ୟ ବିଜେଡି ସମ୍ପାଦକଙ୍କ ବିରୋଧରେ ମହିଳାଙ୍କ ମେଳି

ଅଭିଯୋଗ ଅନୁଯାୟୀ ଅଳକା ରାଉତରାଏ(ଛଦ୍ମନାମ) ନାମ୍ନୀ ଜଣେ ମହିଳା ବିଜେଡି କର୍ମୀ ଦୀର୍ଘ ବର୍ଷ ଧରି ପାଟକୁରା ରାଜନୀତି ସହ ସଂଶ୍ଳିଷ୍ଟ ରହିଛନ୍ତି । ପୂର୍ବତନ ବିଧାୟକ ସ୍ବର୍ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଏହି ମହିଳାଙ୍କୁ ଗରଦପୁର ବ୍ଲକରେ ବିଜେଡିର କୌଣସି କାର୍ଯ୍ୟକ୍ରମ କରାଗଲେ ଖୋଜା ପଡ଼ିଥାନ୍ତି । ତେବେ ଗତବର୍ଷ ଅକ୍ଟୋବର ମାସ ୨୨ ତାରିଖ ଦିନ ସନ୍ଧ୍ୟାରେ ମହିଳା ଜଣଙ୍କ ଘରେ ଥିବା ବେଳେ ଗରଦପୁର ବ୍ଲକ ବିଜେଡି ସଭାପତି ଶଶାଙ୍କ ଶେଖର ପରିଡା ତାଙ୍କୁ ଫୋନ କରି ବିଭିନ୍ନ ଅଶ୍ଳୀଳ କଥା କହିବା ସହ "ଭାଇ ତୋତେ I LOVE YOU କହିବାକୁ କହିଛନ୍ତି" ବୋଲି କହିଥିଲେ । ତେବେ ମହିଳା କର୍ମୀ ଜଣଙ୍କ ଏହି ପ୍ରସଙ୍ଗରେ ଭାଇ ସମ୍ବୋଧନ କରାଯାଉଥିବା ପାଟକୁରା ବିଧାୟକଙ୍କ ପ୍ରତିନିଧି ତଥା ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସଞ୍ଜୟ ଅଗ୍ରୱାଲ ଓରଫ ବାବୁଲା ଭାଇଙ୍କୁ କଲ କନ୍ଫରେନ୍ସ କରିବାକୁ କହିବାରୁ ଶଶାଙ୍କ ଉତ୍ୟକ୍ତ ହୋଇ କଲ କାଟି ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି ମହିଳା ଜଣଙ୍କ ।

କଥା ସେତିକିରେ ଶେଷ ନହୋଇ ମହିଳା ଜଣଙ୍କ ଏସମ୍ପର୍କରେ ସଞ୍ଜୟ ଓ ତାଙ୍କ ପତ୍ନୀ ଅଞ୍ଜୁ ଅଗ୍ରୱାଲଙ୍କୁ ଭୁବନେଶ୍ବରରେ ଭେଟି ଜଣାଇଥିଲେ ମଧ୍ୟ ରାଜନୀତିରେ ଏଗୁଡିକ ସବୁ ଛୋଟ କଥା ଓ ପରେ ବୁଝିବା କହି ଉଭୟ ପତି ପତ୍ନୀ ତାଙ୍କୁ ଘଉଡ଼ାଇ ଦେବା ନେଇ ଗତକାଲି କେନ୍ଦ୍ରାପଡା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବିଧାୟିକାଙ୍କ ଦର୍ଶନ ନପାଇ ନିରାଶ ହେବାରୁ ଏତଲା ଦେବାରେ ବିଳମ୍ବ ହୋଇଥିବା କହିଛନ୍ତି ମହିଳା ଜଣଙ୍କ । ଏହାସହ ଆଇନ ଉପରେ ଭରସା ଅଛି ନ୍ୟାୟ ପାଇବି ବୋଲି କହିଛନ୍ତି ମହିଳା ।

ଏହା ମଧ୍ୟ ପଢନ୍ତୁ: ରେମୁଣା ବିଧାୟକଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ, ଏସ୍ପିଙ୍କୁ ଭେଟିଲେ ନିର୍ବାଚିତ ଜନପ୍ରତିନିଧି

କେନ୍ଦ୍ରାପଡା ପୌରାଧ୍ୟକ୍ଷା ଓ ରାଜ୍ୟ ବିଜେଡି ସମ୍ପାଦକଙ୍କ ବିରୋଧରେ ମହିଳାଙ୍କ ମେଳି

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.