ETV Bharat / state

‘ପାଟକୁରା ନିର୍ବାଚନ ଘୁଞ୍ଚିବା ପଛରେ ରାଜ୍ଯ ସରକାରଙ୍କ ଚକ୍ରାନ୍ତ’ - Patakura

ବାତ୍ଯା 'ଫନି' ପାଇଁ ଘୁଞ୍ଚିଛି ପାଟକୁରା ବିଧାନସଭା ନିର୍ବାଚନ । କିନ୍ତୁ ୬୦ ଦିନ ନିର୍ବାଚନ ଘୁଞ୍ଚିବା ପ୍ରତିବାଦରେ ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ରାଜ୍ଯ ସରକାରଙ୍କ ବିରୁଦ୍ଧରେ ବିଷୋଦାଗାର କରିଛନ୍ତି ।

ଫଟୋ ସୌଜନ୍ଯ : ସମ୍ବାଦଦାତା, କେନ୍ଦ୍ରାପଡା଼
author img

By

Published : May 7, 2019, 8:07 PM IST

କେନ୍ଦ୍ରାପଡା଼: ବାତ୍ଯା 'ଫନି' ପାଇଁ ଘୁଞ୍ଚିଛି ପାଟକୁରା ବିଧାନସଭା ନିର୍ବାଚନ । କିନ୍ତୁ ୬୦ ଦିନ ନିର୍ବାଚନ ଘୁଞ୍ଚିବା ପ୍ରତିବାଦରେ ପାଟକୁରା ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ର ସାମ୍ବାଦିକ ସମ୍ମିଳନୀ କରି ରାଜ୍ଯ ସରକାରଙ୍କ ବିରୁଦ୍ଧରେ ବିଷୋଦଗାର କରିଛନ୍ତି ।

ଭି୍ଡିଓ ସୌଜନ୍ଯ : ସମ୍ବାଦଦାତା, କେନ୍ଦ୍ରାପଡା଼

ମଙ୍ଗଳବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୟ ମହାପାତ୍ର ଅଭିଯୋଗ ଆଣି କହିଛନ୍ତି ପାଟକୁରା ନିର୍ବାଚନ ଘୁଞ୍ଚିବା ପଛରେ ରାଜ୍ଯ ସରକାରଙ୍କ ହାତ ରହିଛି । ପୁରୀ, ଖୋର୍ଦ୍ଧା ତୁଳନାରେ ପାଟକୁରାରେ କମ କ୍ଷତି ହୋଇଛି । ତେବେ ଥଇଥାନ ଓ ରିଲିଫ ଆଳରେ ରାଜ୍ୟ ସରକାର କେନ୍ଦ୍ର ନିର୍ବାଚନ କମିଶନଙ୍କୁ ଯେଉଁ ତଥ୍ୟ ପ୍ରଦାନ କରିଥିଲେ ତାହା ସମ୍ପୂର୍ଣ୍ଣ ଭୁଲ ଓ ନିଜେ ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ସରକାରୀ କର୍ମଚାରୀ ଏନେଇ ତଦନ୍ତ କରିନଥିବା ବେଳେ ଏଭଳି ତଥ୍ୟ ଦେଇ ନିର୍ବାଚନ ପ୍ରକ୍ରିୟାକୁ ବିଳମ୍ବିତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟଚିତ୍ର ପାଟକୁରାବାସୀଙ୍କ ପାଖରେ ଜଣାପଡ଼ିଗଲା ବୋଲି ବିଜୟ ଅଭିଯୋଗ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେତେବେଳେ ରାଜ୍ୟର ୧୪୬ ଜଣ ବିଧାୟକ ଶପଥ ପାଠ କରିବେ ସେତେବେଳେ ସରକାର ଗଢିବାରେ ପାଟକୁରାବାସୀଙ୍କ ଭୂମିକା ରହିବ ନାହିଁ । ଯାହାକି ପୁର୍ବରୁ କେବେ ହୋଇନଥିଲା । ତେଣୁ ରାଜ୍ୟ ବିଜେପି ନିର୍ବାଚନ କମିଶନଙ୍କ ପାଖରେ 'ଫନି' ଦ୍ୱାରା କ୍ଷୟକ୍ଷତି ନେଇ ସଠିକ ତଥ୍ୟ ଦେଇ ନିର୍ବାଚନ ପ୍ରକ୍ରିୟାକୁ ସଠିକ ଦିନରେ କରାଯିବା ପାଇଁ ଅନୁରୋଧ କରିବ ବୋଲି ବିଜୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଗତ ଏପ୍ରିଲ ୨୯ ତାରିଖରେ ପାଟକୁରାରେ ନିର୍ବାଚନ ହେବାକୁ ଥିଲା । କିନ୍ତୁ ବିଜେଡି ବିଧାୟକ ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ପାଇଁ ବିଳମ୍ବିତ କରାଯାଇ ଆସନ୍ତା ୧୯ ତାରିଖରେ ନିର୍ବାଚନ କାର୍ଯ୍ୟକ୍ରମ ରହିଥିଲା। ତେବେ ବାତ୍ୟା ଫୋନି ଯୋଗୁଁ ନିର୍ବାଚନ କମିଶନ ଗତକାଲି ପାଟକୁରା ନିର୍ବାଚନକୁ ୬୦ ଦିନ ପାଇଁ ଘୁଞ୍ଚାଇଛନ୍ତି।

କେନ୍ଦ୍ରପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

dffd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.