ETV Bharat / state

ଇଭିଏମ ଟ୍ୟାମ୍ପରିଂ ଡର, ଆଶଙ୍କାରେ ‘ବିଜୟ’ - bijay mohapatra speculate for evm tampering

ପାଟକୁରା ନିର୍ବାଚନରେ ଶାସକ ଦଳ ଇଭିଏମ ଟ୍ୟାମ୍ପରିଂ କରିବା ନେଇ ଆଶଙ୍କା କରିଛନ୍ତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jul 20, 2019, 12:42 PM IST

ଭୁବନେଶ୍ବର: ପାଟକୁରା ନିର୍ବାଚନ ବେଳେ ହୋଇପାରେ ଇଭିଏମ ଟ୍ୟାମ୍ପରିଂ । ଏଥିପାଇଁ ଜିଲ୍ଲାପାଳଙ୍କ ଅଫିସରେ 100ଟି ଇଭିଏମ ପ୍ରସ୍ତୁତ ରହିଛି । କିଛିବି ଜାଲିଆତି କରି ବାଜିମାତ କରିବାକୁ ଲକ୍ଷ୍ୟ ରଖିଛି ଶାସକ ଦଳ । ଏଭଳି କିଛି ଆଶଙ୍କା କରିଛନ୍ତି ପାଟକୁରାର ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ।

ଆଜି ପାଟକୁରା ନିର୍ବାଚନ ପାଇଁ ଚାଲିଛି ମତଦାନ । ମଇଦାନରେ 10 ପ୍ରାର୍ଥୀ । ଆଉ ଠିକ ଏତିକିବେଳେ ଇଭିଏମ ଟ୍ୟାମ୍ପରିଂ କରିବାକୁ ଶାସକ ଦଳ ଯୋଜନା କରୁଥିବା ଆଶଙ୍କା କରିଛନ୍ତି ବିଜୟ । ଦିନ ୧୨ଟା ପରେ ବଦଳାଯିବ ଇଭିଏମ । ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର । ଗରଦପୁର ବ୍ଲକ ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ୨୬୩ନଂ ବୁଥରେ ମତଦାନ କରିବା ଅବସରରେ ଏଭଳି ମନ୍ତବ୍ୟ ଦେଇ ସେ ଜିଲ୍ଲା ପ୍ରଶାସନକୁ ସମାଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ବିଜୟଙ୍କ ଅଭିଯୋଗ ମୁତାବକ ଦିନ ୧୨ଟା ପରେ ପାଖାପାଖି ୧୦୦ଟି ଇଭିଏମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯିବ । ବିଜେଡି ସପକ୍ଷରେ ଏହି ଇଭିଏମ ଗୁଡିକରେ ଭୋଟ ରହିଥିବ ବୋଲି ଅଭିଯୋଗ କରିଛନ୍ତି । ଅନ୍ୟପଟେ କାଁ ଭାଁ କିଛି ବୁଥକୁ ଛାଡି ଦେଲେ ସବୁଠି ନିର୍ବାଚନ ଶାନ୍ତିଶୃଙ୍ଖଳାରେ ହେଉଥିବା କହିଛନ୍ତି ବିଜେପି ପ୍ରାର୍ଥୀ । ପାଟକୁରାବାସୀ ବିଜୟଙ୍କୁ ବିଜୟୀ କରାଇବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । ହେଲେ ଶାସକ ଦଳ ଇଭିଏମ ଗପଲାତି ନେଇ ଆଶଙ୍କା କରିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:20.07.2019
Radhakanta Mohanty, Kendrapada
Slug-od_kpr_05_bijay reaction_7204459
Anchor-ଦିନ ୧୨ଟା ପରେ ବଦଳାଯିବ ଇଭିଏମ।ପାଟକୁରା ନିର୍ବାଚନ ପରିପ୍ରେକ୍ଷୀରେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର।ବିଜୟ ଆଜି ଗରଦପୁର ବ୍ଲକ ତଳକୁସୁମା ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟର ୨୬୩ନଂ ବୁଥରେ ମତଦାନ କରିବା ଅବସରରେ ଏଭଳି ମନ୍ତବ୍ୟ ଦେଇ ଜିଲ୍ଲା ପ୍ରଶାସନକୁ ସମାଲୋଚନା କରିଛନ୍ତି ବିଜୟ।ବିଜୟଙ୍କ ଅଭିଯୋଗ ମୁତାବକ ଦିନ ୧୨ଟା ପରେ ପାଖାପାଖି ୧୦୦ଟି ଇଭିଏମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯିବ ଓ ବିଜେଡି ସପକ୍ଷରେ ଏହି ଇଭିଏମ ମାନଙ୍କରେ ଭୋଟ ରହିଥିବ ବୋଲି ଅଭିଯୋଗ କରିଛନ୍ତି ବିଜୟ।
Byt-ବିଜୟ ମହାପାତ୍ର(ବିଜେପି ପ୍ରାର୍ଥୀ)Body:BreakingConclusion:Breaking
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.