ETV Bharat / state

ସାଇକେଲ ପାଇଁ ସଚେତନତା ବାର୍ତ୍ତା - Bicycle Club is spreading awareness

ସାଇକେଲ ଚଲାନ୍ତୁ, ସୁସ୍ଥ ରୁହନ୍ତୁ । ସୁସ୍ଥ ରହିବାର ଏକ ଅମୋଘ ଅସ୍ତ୍ର ହେଉଛି ସାଇକେଲ ଚାଳନା । ପରିବେଶ ପ୍ରଦୂଷଣ ମୁକ୍ତ ସହ ସଚେତନାତା ସୃଷ୍ଟି କରୁଛି ସାଇକେଲ କ୍ଲବ । ଅଧିକ ପଢନ୍ତୁ...

Bicycle Club is spreading awareness about bicycles in kendrapara
ସାଇକେଲ ସମ୍ପର୍କରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ସାଇକେଲ କ୍ଲବ
author img

By

Published : Jan 6, 2021, 11:03 PM IST

କେନ୍ଦ୍ରାପଡା: ସାଇକେଲ ଚଲାନ୍ତୁ, ସୁସ୍ଥ ରୁହନ୍ତୁ । ସୁସ୍ଥ ରହିବାର ଏକ ଅମୋଘ ଅସ୍ତ୍ର ହେଉଛି ସାଇକେଲ ଚାଳନା । ଏହି ଉକ୍ତିକୁ ସଠିକ ପ୍ରମାଣିତ କରିଛନ୍ତି କେନ୍ଦ୍ରାପଡାର ସାଇକେଲ କ୍ଳବ । ଯୁବ ସମାଜସେବୀ ମାତୃଦତ୍ତ ମହାନ୍ତିଙ୍କ ଉଦ୍ୟମରେ ଆରମ୍ଭ ହୋଇଛି ଏହି ପ୍ରୟାସ । କ୍ଲବର ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ବ୍ୟକ୍ତିଙ୍କୁ ସାଇକେଲର ଆବଶ୍ୟକତା ବୁଝାଇବା ସହିତ ପରିବେଶ ପ୍ରଦୂଷଣ ରୋକିବା । ଏବେ ପ୍ରତି ଘରେ ମୋଟରସାଇକେଲ ଓ ଗାଡିର ଅଭାବ ନାହିଁ । କିନ୍ତୁ ମାତ୍ରାଧିକ ମୋଟର ଗାଡି ବ୍ୟବହାର ଫଳରେ ବାୟୁ ମଣ୍ଡଳରେ ଅଙ୍ଗାରକାମ୍ଳ ଗ୍ୟାସର ବୃଦ୍ଧି ଘଟୁଛି । ଯାହା ସମାଜ ପାଇଁ କ୍ଷତିକାରକ । ସେପଟେ, ଜଣେ ଛାତ୍ରୀ ମଧ୍ୟ ଏଥିରେ ପ୍ରେରିତ ହୋଇଛନ୍ତି । ସାଇକେଲ କ୍ଲବର ଆୟୋଜିତ ହେଉଥିବା ସଚେତନତା କାର୍ଯ୍ୟକ୍ରମରେ ବି ସାମିଲ ହୋଇଛନ୍ତି ।

ସାଇକେଲ ସମ୍ପର୍କରେ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ସାଇକେଲ କ୍ଲବ
ସାଇକେଲ କ୍ଲବର ମାସିକ ସହର ପରିକ୍ରମା ହୋଇଥାଏ । ପ୍ରତ୍ୟେକ ମାସର ଦ୍ଵିତୀୟ ରବିବାର ସାଇକେଲ କ୍ଲବର ପ୍ରତ୍ୟକ ସଦସ୍ୟ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯାଇଥାନ୍ତି । ଆଉ ସେଠାରେ ଲୋକଙ୍କୁ ସଚେତନ କରିଥାନ୍ତି । କେବଳେ ସେତିକି ନୁହେଁ ମାସର ଚତୁର୍ଥ ରବିବାର ସହରର ବିଭିନ୍ନ ସ୍ଥାନରେ ଥିବା ଅଳିଆ ଆବର୍ଜନାକୁ ସଫା କରିନ୍ତି । ପରିବେଶ ପରିଷ୍କାର ରଖିବା ସହ କ୍ଲବ ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଯେଉଁଥିରେ,୧୨୦ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଏଭଳି ଜନସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିଛନ୍ତି କ୍ଲବର ପ୍ରତ୍ୟକ ସଦସ୍ୟ । କିନ୍ତୁ କୋରୋନା କଟକଣା ପାଇଁ ଏପ୍ରିଲରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ମାସିକ ସାଇକେଲ ପରିକ୍ରମା ଓ ବନ୍ଧୁମିଳନ କାର୍ଯ୍ୟକ୍ରମକୁ ସାମୟିକ ସ୍ଥଗିତ ରଖାଯାଇଥିଲା। ଜୀବନ ବ୍ୟାପି ସାଇକେଲ ଚଳାଇଥିବା ଲୋକଙ୍କୁ ମଧ୍ୟ କ୍ଳବ ପକ୍ଷରୁ ଆରୋହୀ ସମ୍ମାନ ପ୍ରଦାନ କରାଯାଇଥାଏ । କ୍ଲବର ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.