ETV Bharat / state

ଆଜିଠୁ ଜୁଲାଇ 31 ଯାଏଁ ଭିତରକନିକା ବନ୍ଦ

ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ପ୍ରଜନନ ପାଇଁ ଜୁଲାଇ 31 ଯାଏଁ ବନ୍ଦ ରହିବ । ଅଧିକ ପଢନ୍ତୁ...

କୁମ୍ଭୀର ପ୍ରଜନନ: ଆଜିଠୁ ଜୁଲାଇ 31 ଯାଏଁ ଭିତରକନିକା ବନ୍ଦ

author img

By

Published : May 1, 2021, 10:26 AM IST

କେନ୍ଦ୍ରାପଡ଼ା: ଜିଲ୍ଲାରେ ଥିବା ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ମାନଙ୍କ ପ୍ରଜନନ ପାଇଁ ବନ୍ଦ ରହିବ । ଏଥିଲାଗି ଆଜିଠାରୁ ଜୁଲାଇ 31 ତାରିଖ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ବୁଲିବା ଉପରେ କଟକଣା ଜାରି କରାଯାଇଛି।

କୁମ୍ଭୀର ପ୍ରଜନନ: ଆଜିଠୁ ଜୁଲାଇ 31 ଯାଏଁ ଭିତରକନିକା ବନ୍ଦ

ପ୍ରତିବର୍ଷ ମେ ମାସରୁ ଜୁଲାଇ ମାସ ମଧ୍ୟରେ କୁମ୍ଭୀରମାନେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ବିଭିନ୍ନ ନଦୀ ଓ ଶାଖାନଦୀମାନଙ୍କରେ ପ୍ରଜନନ କରୁଥିବା ଯୋଗୁଁ ଜାତୀୟ ଉଦ୍ୟାନ ବନ୍ଦ ରଖାଯାଇଥାଏ । ତେବେ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଥିବା ନଦୀନାଳ ଗୁଡିକୁ ଛାଡି ଅନ୍ୟ ସଂଲଗ୍ନ ଶାଖାନଦୀ ଗୁଡିକରେ ଯାତ୍ରୀ ପରିବହନ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ବିକାଶ ରଞ୍ଜନ ଦାଶ ।

ପ୍ରଜନନ ଋତୁରେ କୁମ୍ଭୀରମାନେ ହିଂସ୍ର ହୋଇପଡୁଥିବାରୁ ନଦୀ କୂଳରେ ବସବାସ କରୁଥିବା ଜନସାଧାରଣଙ୍କୁ ସଚେତନ ହୋଇ ଗାଧୁଆ ଓ ଅନ୍ୟାନ୍ୟ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି ଅଧିକାରୀ । ଅଗଷ୍ଟ 1 ତାରିଖରୁ ପୁନର୍ବାର ଜାତୀୟ ଉଦ୍ୟାନ ଖୋଲାଯିବ ବୋଲି ସୂଚନା ମିଳିଛି । ଏହି ଜାତୀୟ ଉଦ୍ୟାନକୁ ଦେଶବିଦେଶରୁ ପର୍ଯ୍ୟଟକ ଆସୁଥିବା ଦେଖିବାକୁ ମିଳିଥାଏ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.