ETV Bharat / state

ରାସନ କାର୍ଡରେ ସାମଗ୍ରୀ ମିଳୁନଥିବା ଅଭିଯୋଗ, ଗୁହାରି ପରେ ବି ଫଳ ଶୂନ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ପଞ୍ଚାୟତରେ ରାସନ କାର୍ଡରେ ସାମଗ୍ରୀ ମିଳୁନଥିବା ଅଭିଯୋଗ । ଅଧିକ ପଢନ୍ତୁ

author img

By

Published : Dec 9, 2022, 9:57 AM IST

ରାସନ କାର୍ଡରେ ସାମଗ୍ରୀ ମିଳୁନଥିବା ଅଭିଯୋଗ
ରାସନ କାର୍ଡରେ ସାମଗ୍ରୀ ମିଳୁନଥିବା ଅଭିଯୋଗ

କେନ୍ଦ୍ରାପଡା: ରାସନ କାର୍ଡ ଅଛି ହେଲେ ମିଳୁନି ରାସନ ସାମଗ୍ରୀ । ଯୋଗାଣମନ୍ତ୍ରୀଙ୍କ ଜିଲ୍ଲାରେ ଦେଖାଦେଇଛି ରାସନ ସାମଗ୍ରୀ ହେରଫେର। ଦୀର୍ଘ ୪ ମାସ ହେବ ହିତାଧିକାରୀଙ୍କୁ ମିଳିନି ରାସନ ସାମଗ୍ରୀ । ଭୋକଉପାସରେ ଦିନ କାଟୁଛନ୍ତି ଗରିବ ରାସନକାର୍ଡ ହିତାଧିକାରୀ । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ପଞ୍ଚାୟତରେ ।

ରାସନ କାର୍ଡରେ ସାମଗ୍ରୀ ମିଳୁନଥିବା ଅଭିଯୋଗ

ଅଭିଯୋଗ ଅନୁସାରେ, ସାତଭାୟା ପଞ୍ଚାୟତରେ ଥିବା ଡିଲର ବୀଣାକର ରାଉତ ଗତ ଜୁଲାଇ ମାସଠାରୁ ରାସନ ଓ ରିଲିଫ ଚାଉଳ ଦେଇନଥିବା ନେଇ ହିତାଧିକାରୀମାନେ ଅଭିଯୋଗ କରିଛନ୍ତି । ଏପରିକି ଅନେକ ହିତାଧିକାରୀ ରାସନକାର୍ଡ ନେଇ ସାମଗ୍ରୀ ପାଇଁ ଯାଉଥିବା ବେଳେ ରାସନ ସାମଗ୍ରୀ ନଦେଇ ଆଜି କାଲି କହି ଦିନ ଗଡାଉଛନ୍ତି ଡିଲର । ଫଳରେ ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ । ଫିଙ୍ଗର ପ୍ରିଣ୍ଟ ଦେଲେ ଓ ଆଇ ସ୍କାନର କଲେ ଯାଇ ରାସନ ଆସିବ କହି ନିରିହ ଲୋକଙ୍କୁ ଠକି ଚାଲିଛନ୍ତି ସମ୍ପୃକ୍ତ ଡିଲର ।

ଏହା ମଧ୍ୟ ପଢନ୍ତୁ: Child in borewell: ବୋରୱେଲରେ ବିତିଲାଣି 2 ଦିନ, ବାଧକ ସାଜିଛି ପଥର

କାର୍ଡରେ ଲେଖିଦେଇ ରାସନ ଦେବାକୁ କହି ରାସନ ଦେଉନଥିବା ବେଳେ ଏନେଇ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଯୋଗ କରିଛନ୍ତି ସାତଭାୟା ଗ୍ରାମବାସୀ । ଜଣେ ନୁହେଁ କି ଦୁଇ ଜଣ ନୁହେଁ ପାଖାପାଖି ଶହେରୁ ଊର୍ଦ୍ଧ୍ବ ହିତାଧିକାରୀ ଦୀର୍ଘଦିନ ହେବ ରାସନ କାର୍ଡରେ ଚାଉଳ କିମ୍ବା ଗହମ । ତୁମେ ଘରକୁ ଯାଅ ସନ୍ଧ୍ୟାରେ ଦେଇଆସିବି ବୋଲି ଡିଲର କହୁଥିବା ବେଳେ ଚାଉଳ ଗଣ୍ଡାକ ପାଇଁ ପର ଦୁଆରେ ହାତ ପତାଉଛନ୍ତି ଏହି ବିସ୍ଥାପିତ ଲୋକେ । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହିତାଧିକାରୀମାନେ ଦାବି କରିଛନ୍ତି ।

ସୂଚନା ଥାଉକି, ରାଜନଗର ବ୍ଲକରେ ଥିବା ଯୋଗାଣ ଅଧିକାରୀ କୌଣସି ରିଟେଲର ସେଣ୍ଟରକୁ ଠିକ ଭାବେ ତନଖି କରୁନଥିବା ଅଭିଯୋଗ ହୋଇଥିଲା ବେଳେ ଏନେଇ ଯୋଗାଣ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ଏହା ସମ୍ଭବ ହୋଇ ପାରିନଥିଲା । ଯୋଗାଣ ବିଭାଗର ଏଭଳି କେଳେଙ୍କାରୀକୁ ନେଇ ବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.