ETV Bharat / state

ଦୀପାବଳିରେ ଫୁଟିବନି ବାଣ, ଚିନ୍ତାରେ କାରିଗର ଓ ବ୍ୟବସାୟୀ

author img

By

Published : Nov 10, 2020, 2:01 PM IST

କୋରୋନା ମହାମାରୀ ପାଇଁ ଫିକା ପଡ଼ିବ ଦୀପାବଳି ମାହୋଲ। ଏନେଇ ରାଜ୍ୟ ସରକାର ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଏବେ ଚିନ୍ତାରେ ବାଣ ପ୍ରସ୍ତୁତକାରୀ କାରିଗର ଓ ବିକ୍ରେତା। ଅଧିକ ପଢନ୍ତୁ...

banned fire crackers in diwali
ଦୀପାବଳିରେ ଫୁଟିବନି ବାଣ, ଚିନ୍ତାରେ କାରିଗର ଓ ବ୍ୟବସାୟୀ

କେନ୍ଦ୍ରାପଡ଼ା: ଏଥର ଜମିବନି ଦୀପାବଳି । ଫୁଟିବନି ବାଣ, କି ଶୁଭିବନି ଲୋକଙ୍କ କୋଳାହଳ । କୋରୋନା ମହାମାରୀ ପାଇଁ ଫିକା ପଡ଼ିବ ଦୀପାବଳି ମାହୋଲ। ଏନେଇ ରାଜ୍ୟ ସରକାର ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ଏବେ ଚିନ୍ତାରେ ବାଣ ପ୍ରସ୍ତୁତକାରୀ କାରିଗର ଓ ବିକ୍ରେତା। ଗତବର୍ଷ ବାଣ ବ୍ୟବସାୟରୁ ବଳକା ବାଣକୁ ବିକ୍ରି କରି ମୂଳଧନ ଉଠାଇବା ଆଶା କରି ଥିବା ବ୍ୟବସାୟୀ ଏବେ ହତାଶ। ବର୍ଷକରେ ୨ମାସ ଚାଷ, ଆଉ ୧୦ ମାସ ବାଣ ଭିଡି ପରିବାର ଚଳାଉଥିବା କେନ୍ଦ୍ରାପଡା ଜିଲ୍ଲା ଧୂମାତ ବ୍ଲକର ୨୦ରୁ ଉର୍ଦ୍ଧ୍ବ ପରିବାରଙ୍କ ହାତ ଏବେ ବନ୍ଧା । କୋରୋନା ଜନିତ କଟକଣା ଯୋଗୁଁ ବିବାହ,ବ୍ରତ,ପୂଜା ଏବଂ ପର୍ବ ଏକପ୍ରକାର ବନ୍ଦ ରହିଥିବା ବେଳେ ଏହି କାର୍ଯ୍ୟକ୍ରମ ଗୁଡିକରେ ଆତସବାଜି ତିଆରି ଓ ବିକ୍ରି କରୁଥିବା ବ୍ୟକ୍ତିବିଶେଷ ମାନଙ୍କ ଉପରେ ସିଧା ପ୍ରଭାବ ପଡିଛି ।

ଇନ୍ଦୁପୁର ଧୂମାତ ଅଞ୍ଚଳରେ ବାଣ ତିଆରି ଓ ବିକ୍ରୟ ପାଇଁ ଗୁରୁଚରଣ ପାଣି ଜିଲ୍ଲାର ଅନ୍ୟତମ ଲାଇସେନ୍ସ ପ୍ରାପ୍ତ ବ୍ୟକ୍ତି । ତାଙ୍କ ନିକଟରେ କାମ କରି ପରିବାର ଚଳାନ୍ତି ୨୦ରୁ ଉର୍ଦ୍ଧ୍ବ ବାଣ କାରିଗର । ତାଳ ଫୋଟକା, ଝରଝରି, କୁମ୍ପି ବାଣ, ଗଛବାଣ, ରକେଟ ଆଦି ତିଆରି କରି ଜିଲ୍ଲା ଓ ଜିଲ୍ଲା ବାହାରେ ଏମାନେ ବିକ୍ରି କରିଥାନ୍ତି । ଏପଟେ ବଜାରରେ ଧୂମାତ ବାଣର ଚାହିଦା ମଧ୍ୟ ଅଧିକ। ହେଲେ ବଜାର ଦର ବୃଦ୍ଧି ସାଙ୍ଗକୁ ଜୀବିକାର ପନ୍ଥା ମଧ୍ୟ ବନ୍ଦ । ମାଲିକ ଓ କାରିଗରଙ୍କ ଉପରେ ଏହା "ବେଡି ଉପରେ କୋରଡ ମାଡ଼" ସଦୃଶ ହୋଇଛି। ଚଳିତ ମାସ ୧୦ ରୁ ୩୦ ତାରିଖ ପର୍ଯ୍ୟନ୍ତ ବାଣ ଫୁଟାଇବା ଉପରେ କଟକଣା ଲଗାଇଛନ୍ତି ସରକାର । ଏପରିକି ସବୁଜ ବାଣ ଉପରେ ବି କଟକଣା ।ଦୀପାବଳି ସମୟରେ ଦୁଇ ପଇସା ରୋଜଗାର କରିବାକୁ ଆଶା ରଖିଥିବା ବ୍ୟବସାୟୀଙ୍କ ସବୁ ଆଶା ଏବେ ଧୂଳିସାତ ହୋଇଯାଇଛି । କିନ୍ତୁ ଏବେ ପ୍ରଶ୍ନ ଉଠୁଛି ବାଣ ବ୍ୟବସାୟୀଙ୍କ ବ୍ୟବସାୟ ଠପ୍‌ ହେବାକୁ ଥିବା ବେଳେ ଏହି କ୍ଷତି ଭରଣା କରିବ କିଏ ? ତେବେ ରାଜ୍ୟ ସରକାର ଖୁବଶୀଘ୍ର ଏମାନଙ୍କୁ ସହାୟତା ଯୋଗାଇ ଦେବାପାଇଁ ଅନୁରୋଧ କରିଛନ୍ତି ଧୂମାତ ସରପଞ୍ଚ ତଥା ବାଣ ତିଆରି କାରଖାନାର ମାଲିକ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.