ETV Bharat / state

କନିକାର ବୈତରଣୀ ପୋଲ ସାଜିଛି ମରଣଜନ୍ତା, ପ୍ରଶାସନ ନୀରବ

author img

By

Published : Dec 2, 2020, 2:58 PM IST

ବିପଦ ସଙ୍କୁଳ ଅବସ୍ଥାରେ ୧୨ ବର୍ଷର ବୈତରଣୀ ସେତୁ । ଦୀର୍ଘ ୪/୫ବର୍ଷ ଭିତରେ ଏହି ପୋଲଟି ଅନେକ ଜାଗାରେ ଦବିଯିବା ସହିତ ଫାଟି ଆଁ କଲାଣି। ଯାହା ଫଳରେ ପୋଲଟି ବିପଦଶଙ୍କୁଳ ଅବସ୍ଥାରେ ଥିବାରୁ ଗାଡି ଚାଳକ ମାନଙ୍କ ମନରେ ଭୟ ସୃଷ୍ଟି କରିଛି। ତେବେ ବାରମ୍ବାର ଦାବି ସତ୍ତ୍ବେ ବିଭାଗୀୟ ଅଧିକାରୀ କିମ୍ବା ବିଭାଗୀୟ ଏହା ଉପରେ ଦୃଷ୍ଟି ନଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

କନିକାର ବୈତରଣୀ ପୋଲ ସାଜିଛି ମରଣଜନ୍ତା, ପ୍ରଶାସନ ନୀରବ
କନିକାର ବୈତରଣୀ ପୋଲ ସାଜିଛି ମରଣଜନ୍ତା, ପ୍ରଶାସନ ନୀରବ

କେନ୍ଦ୍ରାପଡ଼ା: ବିପଦ ସଙ୍କୁଳ ଅବସ୍ଥାରେ ୧୨ ବର୍ଷର ବୈତରଣୀ ସେତୁ । କେତେବେଳେ ବାଡ଼ା ଭାଙ୍ଗି ଗଳି ପଡୁଛି ତ କେତେବେଳେ ବେରିଂ ଖସି ସେତୁ ଗୋଟିଏ ପାର୍ଶ୍ବକୁ ଢଳି ପଡୁଛି । ଏପରିକି କୌଣସି ଭାରିଯାନ ଗଲେ ଥରି ଉଠୁଛି ପୋଲ । କେତେବେଳେ ଯେ, ଦୁର୍ଘଟଣା ଘଟିବ ସେନେଇ କହିବା ମୁସ୍କିଲ । କଟକ ଚାନ୍ଦବାଲି ୨୦ନଂ ଜାତୀୟ ରାଜପଥ ମଧ୍ୟରେ ରହିଛି ଏହି ବୈତରଣୀ ପୋଲ, ଯାହାକି କେନ୍ଦ୍ରାପଡା-ଭଦ୍ରକ ଜିଲ୍ଲାକୁ ସଂଯୋଗ କରୁଛି । ଆଉ ପ୍ରତ୍ୟେକ ଦିନ ଏହି ପୋଲ ଉପର ଦେଇ ଭଦ୍ରକ,ବାଲେଶ୍ଵର,ରାଉରକେଲା,ବାରିପଦା,କଲିକତା ଆଦି ସ୍ଥାନକୁ ଯାତାୟତ କରିଥାଏ ୫୦୦୦ରୁ ଉର୍ଦ୍ଧ୍ଵ ଭାରୀଯାନ । ସେହିପରି ଭଦ୍ରକର ଚାନ୍ଦବାଲିରୁ ୫୦ରୁ ଉର୍ଦ୍ଧ୍ଵ ବସ କଟକ,ଭୁବନେଶ୍ଵର,ପୁରୀ,ସମ୍ବଲପୁର ଏବଂ ପାରାଦ୍ଵିପ ଆଦି ସ୍ଥାନକୁ ଯାତାୟତ କରିଥାଏ । ଏହି ପୋଲକୁ ମୁଖ୍ୟତଃ କେନ୍ଦ୍ରାପଡା,ଭଦ୍ରକ,ବାଲେଶ୍ଵର ଏବଂ ପାରାଦୀପ,ଯାଜପୁର ଜିଲ୍ଲାର ଲାଇଫଲାଇନ ବୋଲି କହିଲେ ଭୁଲ ହେବନାହିଁ।

ଦୀର୍ଘ ୪/୫ବର୍ଷ ଭିତରେ ଏହି ପୋଲଟି ଆନେକ ଜାଗାରେ ଦବିଯିବା ସହିତ ଫାଟି ଆଁ କଲାଣି।ଯାହା ଫଳରେ ପୋଲଟି ବିପଦଶଙ୍କୁଳ ଅବସ୍ଥାରେ ଥିବାରୁ ଗାଡି ଚାଳକ ମାନଙ୍କ ମନରେ ଭୟ ସୃଷ୍ଟି କରିଛି।ତେବେ ଏ ନେଇ ଚାନ୍ଦିବାଲି ଅଞ୍ଚଳ ମୋଦିସେନା ପକ୍ଷରୁ ବିଗତ ଦିନରେ ଆନେକ୍ ଆନ୍ଦୋଳନ କରାଯାଇ ଧାରଣା ଦିଆଯାଇଛି।ହେଲେ ଚିରାଚରିତ ଢଙ୍ଗରେ କେଵଳ ପ୍ରତିଶୃତି ଛଡା ଆଉ କିଛି ମିଳିନି।ସବୁ କିଛି କେଵଳ କାଗଜ କଲମରେ ରହିଯାଇଛି।

୨୦୦୮ ମସିହାରେ ଏହି ପୋଲକୁ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୨ କୋଟି ଟଙ୍କା ବ୍ୟୟରେ ଗେମନ ଇଣ୍ଡିଆ କମ୍ପାନୀ ଦ୍ବାରା ନିର୍ମାଣ କରାଯାଇଥିଲା ଏହି ପୋଲ । ହେଲେ ଏବେ ସେହି ସେତୁ ବିଭିନ୍ନ ସମସ୍ୟାରେ ଜଡିତ ହୋଇ ଲୋକଙ୍କ ଯାତାୟତରେ ସାଜିଛି ବାଧକ । ସରକାର କେବଳ ମୋଟରଯାନ ଆଇନକୁ ଧରି ହେଲାମେଟ ଚେକିଂ ଓ ଫାଇନ ଆଦାୟ କରୁଥିବା ବେଳେ ବୈତରଣୀ ନଦୀ ଉପରେ ଥିବା ପୋଲ ଉପରେ ନିଶ୍ଚିତ ଦୃଷ୍ଟି ଦେବାର ଆବଶ୍ୟକତା ନେଇ ଦାବି ରଖିଛନ୍ତି ଯୁବ ଗୋଷ୍ଠୀ । ତେବେ ବାରମ୍ବାର ଦାବି ସତ୍ତ୍ବେ ବିଭାଗୀୟ ଅଧିକାରୀ କିମ୍ବା ବିଭାଗୀୟ ଏହା ଉପରେ ଦୃଷ୍ଟି ନଦେବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏପଟେ ଉପ ଜିଲ୍ଲାପାଳ ଜ୍ୟୋତିଶଙ୍କର ମହାପାତ୍ରଙ୍କ ଦୃଷ୍ଟି ଆକର୍ଷଣ କରାଯିବା ପରେ ସେ ଏହି ପୋଲ ମରାମତି ଉପରେ ବିଭାଗୀୟ ଅଧିକାରୀ ମାନଙ୍କୁ କହିବା ସହ ଘଟଣା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.