ETV Bharat / state

ଲଗାତର ବନ୍ୟାଞ୍ଚଳ ପରିଦର୍ଶନ ଜାରି ରଖିଛନ୍ତି ବୈଜୟନ୍ତ - ବୈଜୟନ୍ତ ପଣ୍ଡା

ଆକାଶମାର୍ଗରୁ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡା । ଅଧିକ ପଢନ୍ତୁ..

ଲଗାତର ବନ୍ୟାଞ୍ଚଳ ପରିଦର୍ଶନ ଜାରି ରଖିଛନ୍ତି ବୈଜୟନ୍ତ

author img

By

Published : Sep 2, 2020, 5:16 PM IST

ହାଇଦ୍ରାବାଦ: ଆକାଶମାର୍ଗରୁ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ପୂର୍ବତନ ସାସଂଦ ବୈଜୟନ୍ତ ପଣ୍ଡା । ଲଗାଣ ବର୍ଷାରେ ବନ୍ୟା ହେବାରୁ ଜିଲ୍ଲାର ହଜାର ହଜାର ହେକ୍ଟର ଚାଷଜମି, ରାସ୍ତା ଜଳମଗ୍ନ ହୋଇଯାଇଛି, ଅନେକ ଘର ମଧ୍ୟ ଭାଙ୍ଗିଯାଇଛି।

ଏପରି ସ୍ଥିତିରେ ବୈଜୟନ୍ତ ଲଗାତର ଭାବରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳକୁ ବୁଲି ଯିବା ସହ ବନ୍ୟା ବିପନ୍ନ ଓ କ୍ଷତିଗ୍ରସ୍ତ ଚାଷୀଙ୍କ ନିକଟକୁ ଯାଇ ସେମାନଙ୍କ ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି। ସେହିପରି ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତାଙ୍କ ସହ କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ, ମହାକାଳପଡ଼ାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ।

କିଛି ମାସ ତଳେ କେନ୍ଦ୍ରାପଡ଼ା ଜିଲ୍ଲାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ବନ୍ଦ ହୋଇଥିବା କୁହାଯାଉଛି। ଲୋକଙ୍କ ଅଭିଯୋଗ ନେଇ ତଦନ୍ତ କରାଯିବା ଆବଶ୍ୟକ। ଅଭିଯୋଗର ସତ୍ୟତା ଥିଲେ କଡ଼ା ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି କହିଛନ୍ତି ବୈଜୟନ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.