ETV Bharat / state

ବାହୁଡ଼ିଲେ ବଡ଼ବାଡ଼ ମଣିମା, କାଲି ରୂପାରେ ହେବେ ରଘୁନାଥ ବେଶ

author img

By

Published : Jun 29, 2023, 9:10 PM IST

କେନ୍ଦ୍ରାପଡ଼ାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ପୀଠରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ । ଆସନ୍ତାକାଲି ରଥ ଉପରେ ମହାପ୍ରଭୁଙ୍କ ରଘୁନାଥ ବେଶ ମଧ୍ୟ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

Etv Bharat
Etv Bharat

କେନ୍ଦ୍ରାପଡ଼ା: ଜିଲ୍ଲାର ଇଚ୍ଛାପୁର ବିଜେସ୍ଥଳୀ ଚକଡ଼ା ଲାଗିଲା କେନ୍ଦ୍ରାପଡ଼ାର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ଵଜ ରଥ । ଗତକାଲି ବାହୁଡା ଯାତ୍ରା ଅବସରରେ ବିଳମ୍ବରେ ମାଉସୀ ଘର ପରିତ୍ୟାଗ କରି ରଥାରୂଢ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ଆଜି ମଧ୍ୟାହ୍ନ ସମୟରେ ରଥାରୂଢ ଶ୍ରୀଜିଉମାନଙ୍କ ନିକଟରେ ଭୋଗ ଲାଗି କରାଯିବା ପରେ ରଥଟଣା ଆରମ୍ଭ ହୋଇଥିଲା । ସନ୍ଧ୍ୟାରେ ରଥ ଚକଡ଼ା ଲାଗିବା ପରେ ଆସନ୍ତାକାଲି ପୂର୍ବାହ୍ନରେ ରଥ ଉପରେ ମହାପ୍ରଭୁଙ୍କ ରଘୁନାଥ ବେଶ ମଧ୍ୟ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି ।

ଗୁଣ୍ଡିଚା ଯାତ୍ରାରେ ପରମ୍ପରା ଭାଙ୍ଗିଥିବା ବେଳେ ବାହୁଡା ଯାତ୍ରାରେ ମଧ୍ୟ ସାମାନ୍ୟ ତ୍ରୁଟି ପରିଲକ୍ଷିତ ହୋଇଛି । ବାହୁଡ଼ା ଯାତ୍ରାରେ ନୀତିରେ ସାମାନ୍ୟ ବିଳମ୍ବ ହୋଇଥିଲା । ଆଜି ମଧ୍ୟାହ୍ନ ସମୟରେ ରଥାରୂଢ ଶ୍ରୀଜିଉମାନଙ୍କ ନିକଟରେ ଭୋଗ ଲାଗି କରାଯିବା ପରେ ରଥଟଣା ଆରମ୍ଭ ହୋଇଥିଲା । ଗୋଟିଏ ପଟେ ଅସହ୍ୟ ଗୁଳୁଗୁଳିକୁ ପ୍ରଶମିତ କରି ରଥଟଣା କାର୍ଯ୍ୟ ଶୃଙ୍ଖଳିତ ଓ ସୁରୁଖୁରୁରେ ସମାପନ ପାଇଁ ଅଗ୍ନିଶମ ବିଭାଗ ଦ୍ଵାରା ଆକାଶ ମାର୍ଗକୁ ପାଣି ସିଞ୍ଚନ କରାଯାଇଥିଲା ବେଳେ ଶହଶହ ସ୍ବେଚ୍ଛାସେବୀ ଏହି ପବିତ୍ର ବାହୁଡା ଯାତ୍ରାରେ ପ୍ରସାଦ ଏବଂ ପାଣି ବଣ୍ଟନ କରିଥିଲେ । ସେହିପରି ଅନ୍ୟ ଏକ କିମ୍ବଦନ୍ତୀ ଅନୁସାରେ କୈବର୍ତ୍ତ ସମାଜ ରଥାରୂଢ ଶ୍ରୀଜୀଉଙ୍କ ନିକଟରେ ଚୁଡା ଘଷା ଶିରିଣି ଭୋଗ ଲାଗି କରିବା ପରମ୍ପରା ଅନନ୍ୟ ବୋଲି କହିଛନ୍ତି ଭକ୍ତ ।

ଏହା ବି ପଢନ୍ତୁ- ଶ୍ରୀବଳଦେବ ଜୀଉଙ୍କ ଘୋଷଯାତ୍ରା: ଭାଙ୍ଗିଲା ପରମ୍ପରା, ଗଡ଼ି ପାରିଲାନି ବ୍ରହ୍ମ ତାଳଧ୍ଵଜ

ତେବେ ଶ୍ରୀକ୍ଷେତ୍ର ଭଳି ତୁଳସୀକ୍ଷେତ୍ରରେ ସୁନାବେଶ ପରମ୍ପରା ନଥିବା କାରଣରୁ ଏଠାରେ ଶ୍ରୀଜୀଉମାନଙ୍କର ଆସନ୍ତାକାଲି ରଘୁନାଥ ବେଶ କରାଯିବ। ରଥ ଚକଡ଼ା ଲାଗିବା ପରେ ମହାପ୍ରଭୁଙ୍କ ରଘୁନାଥ ବେଶ ଅନୁଷ୍ଠିତ ହେବାର ବିଧି ରହିଥିବା ବେଳେ ଆଜି ସନ୍ଧ୍ୟାରେ ରଥ ଚକଡ଼ା ଲାଗିବା ପରେ ଆସନ୍ତାକାଲି ପୂର୍ବାହ୍ନରେ ରଥ ଉପରେ ମହାପ୍ରଭୁଙ୍କ ରଘୁନାଥ ବେଶ ମଧ୍ୟ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ମଣିବିଗ୍ରହ ହୋଇଥିବା ଦୃଷ୍ଟିରୁ କେନ୍ଦ୍ରାପଡ଼ାରେ ସୁନାବେଶ ହୋଇନଥାନ୍ତି ମହାପ୍ରଭୁ ବଳଦେବଜୀଉ, ପ୍ରଭୁ ଜଗନ୍ନାଥ ଓ ଦେବୀ ସୁଭଦ୍ରା । ଆଜି ଯଥାରୀତି ନୀତି ସମାପନ ପରେ ଆସନ୍ତାକାଲି ଅଧରପଣା କାର୍ଯ୍ୟକ୍ରମ କରି ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।

ଚଳିତ ବର୍ଷ ପ୍ରଥମ ଥର ପାଇଁ ଶ୍ରୀଜୀଉମାନଙ୍କ ଠାରେ ରୂପାର ଅଳଙ୍କାର ଲାଗି କରାଯିବ । ୫୦ଲକ୍ଷ ଟଙ୍କା ବ୍ୟୟରେ ପ୍ରାୟ ଅଢେଇ କ୍ବିଣ୍ଟାଲର ରୂପା ଅଳଙ୍କାର ଶ୍ରୀଜିଉଙ୍କ ପାଖରେ ଲାଗି କରାଯିବ ବୋଲି କହିଛନ୍ତି ଉପ ଜିଲ୍ଲାପାଳ । ମହାପ୍ରଭୁ ବଳଦେବଜୀଉ ଭାଇଭଉଣୀଙ୍କୁ ଧରି ନଅ ଦିନ ପର୍ଯ୍ୟନ୍ତ ପତିତ ଜନଙ୍କୁ ଉଦ୍ଧାରିବା ପାଇଁ ରଥାରୂଢ ହୋଇଥିବା ବେଳେ ଏହି ଦୁର୍ଲଭ ଦର୍ଶନ ଦେଖି ଭକ୍ତ ମନର ଆନନ୍ଦ କହିଲେ ନସରେ ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.