ETV Bharat / state

‘ବାବୁଶାନ୍ ଟଙ୍କା ନେଇ ପ୍ରଚାର କରିବାକୁ ଆସିଥିଲେ’

author img

By

Published : Apr 7, 2019, 11:49 PM IST

ବାବୁଶାନଙ୍କ ରିଲ୍ ଆଉ ରିଅଲ ହିରୋ କଥାର ଜବାବ ରଖିଲେ ଅନୁଭବ । ବୈଜୟନ୍ତ ପଣ୍ଡାଙ୍କ ଉପରେ ମଧ୍ୟ ପ୍ରବଳ ବର୍ଷିଲେ । ସେପଟେ ପ୍ରେସମିଟ ଡକାଇ ନିଜର ପ୍ରାର୍ଥୀତ୍ବ ସମ୍ପର୍କରେ ବଖାଣିଲେ ଧରଣୀଧର ନାୟକ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା: ‘ମୁଁ ଜଣେ ରାଜ୍ୟସଭା ସଦସ୍ୟ । କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ । ବାବୁଶାନ୍ ଯେଉଁ କଥା କହିଥିଲେ ଯେ ଏଠି ରିଲ୍ ହିରୋଙ୍କ କଥା ଚଳିବ ନାହିଁ ତାହା ସେ ନିଜ ପାଇଁ ଏହା କହିଥିଲେ । ଅର୍ଥାତ ସେ ଜଣେ ରିଲ୍ ହିରୋ ତେଣୁ ତାଙ୍କ କଥାକୁ ଗୁରୁତ୍ବ ଦିଅନ୍ତୁ ନାହିଁ । ତା ଛଡ଼ା ସେ ପଇସା ନେଇ ପ୍ରଚାର କରିବାକୁ ଆସିଥିଲେ । ଯେଉଁ ବାବୁଙ୍କ ପାଇଁ ଆସିଥିଲେ ହୁଏତ ତାଙ୍କୁ ସେ କିଛି ସିନେମା କରିବାକୁ ସୁଯୋଗ ଦେବେ ଏବଂ ପୁରସ୍କାର ଦେବେ । ଏମିତି ସିନେ ତାରକାମାନେ ପ୍ରଚାର କରିବାକୁ ଆସିଲେ ମୋ ପାଇଁ ଜିତିବା ସହଜ ହେବ’ । ଗତକାଲି ଡେରାବିଶ ଠାରେ ବାବୁଶାନ୍ କହିଥିବା କଥା ଉପରେ ଏପରି ପ୍ରତିକ୍ରିୟା ରଖିଛନ୍ତି ଅନୁଭବ ମହାନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡ଼ା

କେନ୍ଦ୍ରାପଡ଼ା ରାଜନୀତିରେ ଏବେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ପର୍ବ । ବୈଜୟନ୍ତ ପଣ୍ଡାଙ୍କ ପାଇଁ ପ୍ରଚାର କରିବାକୁ ଆସି ସଭାରେ ଓଲିଉଡ ଷ୍ଟାର ବାବୁଶାନ୍ ରିଲ୍ ହିରୋ ଏବଂ ରିଅଲ ହିରୋ ପ୍ରସଙ୍ଗ ଉଠାଇଥିଲେ । ସେ ବୈଜୟନ୍ତଙ୍କୁ ରିଅଲ ହିରୋ କହିଥିବାବେଳେ ଅନୁଭବଙ୍କ ନାଁ ନ ନେଇ ତାଙ୍କୁ ଜଣେ ଡାଇଲଗବାଜି କରୁଥିବା ରିଲ୍ ହିରୋ ବୋଲି କହିଥିଲେ । ଯାହାର ଜବାବ ଆଜି ଅନୁଭବ ରଖିଛନ୍ତି । ଏହି ଅବସରରେ ବୈଜୟନ୍ତ ପଣ୍ଡାଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି ବିଜେଡିର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅନୁଭବ ।

ସେ କହିଛନ୍ତି ଯେ କେବଳ ପାଣି ଟାଙ୍କି ବିକାଶର ମାପଦଣ୍ଡ ନୁହେଁ । ବୈଜୟନ୍ତ ବାବୁ ଏଠିକାର ଲୋକଙ୍କୁ ମିଛ ସ୍ବପ୍ନ ଦେଖାଇ ଠକିଛନ୍ତି । ସେ ଏତେ ଭୟଭିତ ଯେ ସିନେ ତାରକାଙ୍କୁ ପଇସା ଦେଇ ଆଣି ପ୍ରଚାର କରାଉଛନ୍ତି ।

ଅନ୍ୟପଟେ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ବୈଜୟନ୍ତଙ୍କ ଉପରେ ପ୍ରବଳ ବର୍ଷିଛନ୍ତି କଂଗ୍ରେସର କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଧରଣୀଧର ନାୟକ । ସେ କେନ୍ଦ୍ରାପଡ଼ାର ବିକାଶକୁ ପ୍ରସଙ୍ଗ କରି ପଣ୍ଡାଙ୍କୁ ପ୍ରଶ୍ନ କରିଛନ୍ତି । ଏହି ପ୍ରସଙ୍ଗରେ ‘ମୁଁ ନିଜ କମ୍ପାନୀକୁ ସୁରକ୍ଷା ଦେବାକୁ ପ୍ରାର୍ଥୀ ହୋଇନାହିଁ, କଳାଟଙ୍କା ଲାଗି ପ୍ରାର୍ଥୀ ହୋଇନାହିଁ ଏବଂ ମୁଁ ସାଇବେରିଆର ଚଢେଇ ନୁହଁ’ ବୋଲି କହିଛନ୍ତି ଧରଣୀଧର ।

ସୂଚନାଯୋଗ୍ୟ, ଆସନ୍ତାକାଲି ଧରଣୀଧର ନାୟକ ନିଜର ପ୍ରାର୍ଥୀପତ୍ର ଦାଖଲ କରୁଥିବାବେଳେ ବିଜେଡି ଓ ବିଜେପିର ପ୍ରାୟ ସମସ୍ତ ପ୍ରାର୍ଥୀ ମଧ୍ୟ ନାମାଙ୍କନ ପତ୍ର ଦାଖଲ କରିବେ । ସେଥିପାଇଁ ଆଜିଠାରୁ କେନ୍ଦ୍ରାପଡ଼ାରେ ନେତା ଓ କର୍ମୀ ମେଳି କରିବା ଆରମ୍ଭ କରିଦେଇଛନ୍ତି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

lasklkla

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.