ETV Bharat / state

ସିସିଟିଭିରେ କଏଦ ହେଲା ମହିଳାଙ୍କୁ ମାଡ ମାରିବାର ଦୃଶ୍ୟ

କେନ୍ଦ୍ରାପଡ଼ା ରାଜକନିକା ଥାନା ଅଶୋକ ବଜାରରେ ଚା' ଓ ପାନ ଦୋକାନ କରି ଚଳୁଥିବା ଜଣେ ଅସହାୟ ମହିଳାଙ୍କୁ ଅସଦାଚରଣ ଓ ଅଶ୍ଲୀଳ ଭାଷା ବ୍ୟବହାର କରାଯାଉଥିବାର ଏକ ଭିଡିଓ ସିସିଟିଭିରେ କଏଦ ହୋଇଛି । ଏନେଇ ମହିଳା ଜଣକ ଥାନାରେ ଅଭିଯୋଗ ଆଣିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Aug 5, 2019, 11:44 AM IST

କେନ୍ଦ୍ରାପଡା: ସିସିଟିଭିରେ କଏଦ ହେଲା ମହିଳାଙ୍କୁ ମାଡ ମାରିବାର ଦୃଶ୍ୟ । ଗତ 1ତାରିଖରେ କେନ୍ଦ୍ରାପଡ଼ା ରାଜକନିକା ଥାନା ଅନ୍ତର୍ଗତ ଅଶୋକ ବଜାରରେ ଚା' ଓ ପାନ ଦୋକାନ କରି ଚଳୁଥିବା ଜଣେ ଅସହାୟ ମହିଳା କନକଲତା ମଲ୍ଲିକଙ୍କୁ ଗଞ୍ଜା ଗାଁର ବାସୁଦେବ ବେହେରା ନାମକ ଜଣେ ବ୍ୟକ୍ତି ବିଭିନ୍ନ ସମୟରେ ଅସଦାଚରଣ କରିବା ସହ ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଉକ୍ତ ମହିଳା ଜଣଙ୍କ ବାସୁଦେବର ଏଭଳି କାର୍ଯ୍ୟକଳାପକୁ ବିରୋଧ କରିବା କାରଣରୁ ବାସୁଦେବ ମହିଳାଙ୍କ ସହ ତାଙ୍କ ଝିଅକୁ ମଧ୍ୟ ମାଡ ମାରିଥିଲେ । ତେବେ ଏହି ସମସ୍ତ ଘଟଣା କଏଦ ହୋଇଥିଲା ସିସିଟିଭିରେ । ଉକ୍ତ ମହିଳା ଏନେଇ ରାଜକନିକା ଥାନାରେ ଅଭିଯୋଗ କରିଥିଲେ ।

୨.୨୨ସେକେଣ୍ଡର ଏହି ଭିଡିଓ ଆଧାରରେ ପୋଲିସ ଅପରାଧୀ ନାଁରେ ବିଭିନ୍ନ ଦଫା ଲଗାଇଥିଲେ ମଧ୍ୟ । ଏପର୍ଯ୍ୟନ୍ତକୁ ଅଭିଯୁକ୍ତ ଧରିବାରେ ଅସଫଳ ହୋଇଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.