ETV Bharat / state

ଜୀବିକା ମିଶନ ବିପିଏମଙ୍କୁ ଆକ୍ରମଣ ଘଟଣା, ଦୁଇ ଅଟକ

କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଓଡିଶା ଜୀବିକା ମିଶନ ବିପିଏମଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଦୁଇଜଣଙ୍କୁ ଅଟକ ରଖିଛି ପୋଲିସ । ଅଧିକ ପଢନ୍ତୁ...

ଜୀବିକା ମିଶନ ବିପିଏମଙ୍କୁ ଆକ୍ରମଣ
ଜୀବିକା ମିଶନ ବିପିଏମଙ୍କୁ ଆକ୍ରମଣ
author img

By

Published : May 14, 2021, 10:12 AM IST

କେନ୍ଦ୍ରାପଡା: ଜିଲ୍ଲା ରାଜନଗର ବ୍ଲକ ଓଡିଶା ଜୀବିକା ମିଶନ ବିପିଏମଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା । ପୋଲିସ ଘଟଣାରେ ସମ୍ପୃକ୍ତ ଦୁଇଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

ଜୀବିକା ମିଶନ ବିପିଏମଙ୍କୁ ଆକ୍ରମଣ

ସୂଚନାଅନୁସାରେ, ରାଜନଗର ବ୍ଲକ ବନ୍ଧପଡା ପଞ୍ଚାୟତ କୃଷ୍ଣକାବେରୀ ସ୍ୱୟଂ ସହାୟକ ଗୋଷ୍ଠୀର 5ଲକ୍ଷ ଟଙ୍କା ଋଣ ଜାଲିଆତି ମାମଲାରେ ଏମବିକେ ମନୋରମା ମହାନ୍ତଙ୍କ ବିରୋଧରେ ବିପିଏମ ରଶ୍ମିରଞ୍ଜନ ଦାଶ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ । ଯେଉଁଥି ପାଇଁ କି ଏମବିକେ ମନୋରମାଙ୍କୁ ତାଙ୍କ ପଦବୀରୁ ନିଲମ୍ବନ କରାଯାଇଥିଲା । ଏହାସହ 45 ଲକ୍ଷ ଟଙ୍କା ଭରଣା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ଓଡିଶା ଜୀବିକା ମିଶନର ଅଧିକାରୀ ।

ତେବେ ଏହି ଘଟଣାକୁ ଦୀର୍ଘ 10ମାସ ପୁରିଥିବା ବେଳେ ଅର୍ଥ ହଡପ କରିଥିବା ମନୋରମାଙ୍କ ବିରୋଧରେ ପୋଲିସ କିମ୍ବା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା । ମନୋରମା ରଶ୍ମିରଞ୍ଜନଙ୍କ ବିରୋଧରେ ପ୍ରତିକ୍ରିୟାଶୀଳ ହୋଇ ଗୁରୁବାର ରାତିରେ ନିଜ ସ୍ୱାମୀ ଓ ସମ୍ପର୍କୀୟଙ୍କ ସହାୟତରେ ରଶ୍ମିରଞ୍ଜନଙ୍କୁ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଶହଶହ ମହିଳା ରାଜନଗର ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବିପିଏମଙ୍କ ଆକ୍ରମଣ ପଛରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ମହିଳାମାନେ ଅଡ଼ି ବସିଥିଲେ । ଘଟଣା ସମ୍ପର୍କରେ ପଟ୍ଟାମୁଣ୍ଡାଇ ଏସଡିପିଓ ରଞ୍ଜନ ଦେ ଅବଗତ ହୋଇ ଉତ୍ୟକ୍ତ ମହିଳାମାନଙ୍କୁ ବୁଝାସୁଝା କରି ସେମାନଙ୍କ ବିକ୍ଷୋଭ ପ୍ରଦର୍ଶନ ବନ୍ଦ କରାଇଥିଲେ । ଘଟଣାରେ ସଂପୃକ୍ତ ମନୋରମା ଓ ତାଙ୍କ ସ୍ୱାମୀଙ୍କୁ ପୋଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.