ETV Bharat / state

ଅଭିଯୋଗକାରୀଙ୍କୁ ଅଭିଯୁକ୍ତ ସଜାଇଲା ପୋଲିସ ! ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆଶାକର୍ମୀ - ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆଶାକର୍ମୀ

ଜମିବବାଡି ବିବାଦକୁ ନେଇ ଥାନାରେ ଏତଲା ଦେଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲା ଗଞ୍ଜା ଗ୍ରାମର ଆଶା କର୍ମୀ କବିତା ବେହେରା । ନ୍ୟାୟ ଦେବା ବଦଳରେ ଅଭିଯୋଗକାରୀଙ୍କୁ ପୋଲିସ ଅଭିଯୁକ୍ତ ସଜାଇଥିବା ହୋଇଛି ଅଭିଯୋଗ । ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆଶାକର୍ମୀ । ଅଧିକ ପଢନ୍ତୁ

letter to Naveen Patnaik
letter to Naveen Patnaik
author img

By

Published : Dec 28, 2022, 12:42 PM IST

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆଶାକର୍ମୀ

କେନ୍ଦ୍ରାପଡା: କନିକା ପୋଲିସର ଅଜବ ନ୍ୟାୟ । ଅଭିଯୋଗକାରୀଙ୍କ ସ୍ବାମୀଙ୍କୁ ଅଭିଯୁକ୍ତ ସଜାଇଥିବା ଅଭିଯୋଗ । ନିରାଶ ହେବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆଶାକର୍ମୀ । କେନ୍ଦ୍ରାପଡାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ସ୍ୱାସ୍ଥ୍ୟକର୍ମୀ ମହିଳାଙ୍କ ପ୍ରତି ଏହା ଦଣ୍ଡ ନାଁ ଅଭିଶାପ ବୋଲି ପ୍ରଶ୍ନ କରିଛନ୍ତି ସ୍ବାସ୍ଥ୍ୟକର୍ମୀ ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଗଞ୍ଜା ଗ୍ରାମର ଆଶା କର୍ମୀ କବିତା ବେହେରା ଜମିବାଡ଼ି ବିବାଦକୁ ନେଇ ପଡୋଶୀଙ୍କ ନାଁରେ ଏତଲା ଦେଇଥିଲେ । କିନ୍ତୁ ଏତଲା କପି ପାଇଁ କବିତା ଥାନାକୁ ଯାଇ ଏତଲା କପି ଆଣି ଦେଖନ୍ତି ତାଙ୍କ ସ୍ୱାମୀକୁ ଅଭିଯୁକ୍ତ ଦର୍ଶାଇ ଲାଗିଛି IPCର ସଙ୍ଗୀନ ଦଫା । ଯାହାକୁ ଦେଖି ଆଚମ୍ବିତ ହୋଇଛନ୍ତି କବିତା । ଯାହାକି କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜକନିକା ପୋଲିସ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛି ଏବଂ ଯାହାକୁ ନେଇ କବିତା ଓ ତାଙ୍କ ସ୍ୱାମୀ ବିଜୟ ଚିନ୍ତାରେ ରହିଛନ୍ତି । ଶେଷରେ ପୋଲିସ ଉପରେ ବିଶ୍ୱାସ ହରାଇ ମୁଖ୍ୟମନ୍ତୀଙ୍କୁ ଚିଠି ଲେଖିଛନ୍ତି କବିତା । ପୋଲିସ ସହିତ ଯୋଗଯୋଗ କରିଥିଲେ ମଧ୍ୟ ପୋଲିସ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେବା ପାଇଁ ମନା କରିଛି ।

ଏହା ମଧ୍ୟ ପଢନ୍ତୁ: କର୍ଣ୍ଣାଟକରେ ୧୯ ବିଦେଶ ଫେରନ୍ତା କୋରୋନା ସଂକ୍ରମିତ, ନୂଆ ଭାରିଏଣ୍ଟ ନେଇ ସରକାରଙ୍କ ଆଲର୍ଟ

କବିତା ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠିରେ ଉଲ୍ଲେଖ ରହିଛି ଯେ, "ମୁଁ ଜଣେ ଆଶା କର୍ମୀ, ମୋତେ ପ୍ରତିଦିନ ରାଜକନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହିତ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିବା ଆସିବା କରିବାକୁ ପଡୁଛି। ପଡୋଶୀର ଅକଥନୀୟ ଅତ୍ୟାଚାର ବିଷୟରେ ମୁଁ ରାଜକିନିକା ପୋଲିସର ସହାୟତା ନେଇଥିଲି। କିନ୍ତୁ ପୋଲିସ ବାବୁ ମୋତେ ଆଜି ଆସ କାଲି ଆସ କହି ମାସ ପରେ ମାସ ବିତିଗଲା ମୋତେ ନ୍ୟାୟ ଦେଲେନାହିଁ। ପଡୋଶୀ ବିରୁଦ୍ଧରେ ଦେଇଥିବା ଏତଲା ପୋଲିସ ଗ୍ରହଣ କରି ଅଭିଯୁକ୍ତ ନାଁରେ ଏତଲା ଦେବେ କଣ ମୋ ସ୍ୱାମୀକୁ ପ୍ରଥମ ଅଭିଯୁକ୍ତ ସଜାଇ ଦେଲେ । ପୋଲିସ ମୋତେ ନ୍ୟାୟ ଦେବା ପରିବର୍ତ୍ତେ ଆକ୍ରୋଶମୂଳକ ଭାବେ ମୋ ସ୍ୱାମୀକୁ ଅଭିଯୁକ୍ତ ବନାଇଦେଲେ । ଆପଣଙ୍କ ଶାସନ ସମୟରେ ରାଜକନିକା ପୋଲିସ କାର୍ଯ୍ୟ ମୋତେ ଦୁଃଖ ଦେଇଛି, ଜଣେ ସ୍ୱାସ୍ଥ୍ୟକର୍ମୀ ମହିଳାଙ୍କ ପ୍ରତି ଏହା ଦଣ୍ଡ ନାଁ ଅଭିଶାପ ? ପୋଲିସ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି ମୋର ଆଶା।"

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.