ETV Bharat / state

ଆଳିରେ ୧୭ ସଧବା ମହିଳାଙ୍କୁ ମିଳୁଛି ବିଧବା ଭତ୍ତା, ତାଲିକାରେ ସରପଞ୍ଚଙ୍କ ଶାଶୂ

author img

By

Published : Sep 26, 2022, 10:40 PM IST

ମଥାରେ ଅଛି ସିନ୍ଦୂର ଆଉ ହାତରେ ରହିଛି ଶଙ୍ଖା ହେଲେ ପାଉଛନ୍ତି ବିଧବା ଭତ୍ତା । ହଁ ଆଜ୍ଞା କାନକୁ ଅସୁନ୍ଦର ଶୁଭୁଥିଲେ ମଧ୍ୟ ଘଟଣାଟି ସତ । ଏବେ ନୁହେଁ ଦୀର୍ଘ ତିନିବର୍ଷ ଧରି ବିଧବା ଭତ୍ତା ପାଉଛନ୍ତି ୧୭ ଜଣ ସଧବା ମହିଳା । ରାଜ୍ୟର ପାୱାରଫୁଲ ମନ୍ତ୍ରୀ ପ୍ରତାପ ଦେବଙ୍କ ନିର୍ବାଚନ ମଣ୍ଡଳୀ ଆଳି ବ୍ଲକ ଅଧିନ ଏକମାଣିଆ ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଦେଖନ୍ତୁ ଏହି ରିପୋର୍ଟ

ଆଳିରେ ୧୭ ସଧବା ମହିଳାଙ୍କୁ ମିଳୁଛି ବିଧବା ଭତ୍ତା, ତାଲିକାରେ ସରପଞ୍ଚଙ୍କ ଶାଶୂ
ଆଳିରେ ୧୭ ସଧବା ମହିଳାଙ୍କୁ ମିଳୁଛି ବିଧବା ଭତ୍ତା, ତାଲିକାରେ ସରପଞ୍ଚଙ୍କ ଶାଶୂ

କେନ୍ଦ୍ରାପଡ଼ା: ସ୍ବାମୀ ଜୀବିତ, ମାତ୍ର ପତ୍ନୀ ପାଉଛନ୍ତି ବିଧବା ଭତ୍ତା । ଏଭଳି ଜଣେ କି ଦୁଇ ଜଣେ ନୁହେଁ, ଗୋଟିଏ ପଞ୍ଚାୟତର ପ୍ରାୟ ୧୭ ଜଣ ସଧବ ମହିଳାଙ୍କୁ ମିଳୁଛି ବିଧବା ଭତ୍ତା । ତାଲିକାରେ ସରପଞ୍ଚ ଅହଲ୍ୟା ବିଶ୍ବାଳଙ୍କ ଶାଶୂ, ଖୁଡି ଶାଶୂ ମଧ୍ୟ ସାମିଲ ହୋଇଛନ୍ତି । ଏ ସମ୍ପର୍କରେ ହିତାଧିକାରୀ ଜାଣିନଥିବା ବେଳେ ଘଟଣା ସାମନାକୁ ଆସିବା ପରେ ତ୍ରୁଟି କରିଥିବା ସରକାରୀ ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ତେବେ ରାଜ୍ୟର ପାୱାରଫୁଲ ମନ୍ତ୍ରୀ ପ୍ରତାପ ଦେବଙ୍କ ନିର୍ବାଚନ ମଣ୍ଡଳୀ ଆଳି ବ୍ଲକ ଅଧିନ ଏକମାଣିଆ ପଞ୍ଚାୟତରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଏକମାଣିଆ ପଞ୍ଚାୟତର ଏକମାଣିଆ ଓ ନଳପାହି ଭଳି ଦୁଇଟି ଗାଁର ୧୭ ଜଣ ସଧବା ମହିଳାଙ୍କୁ ଦୀର୍ଘ ୩ବର୍ଷ ଧରି ଦିଆଯାଉଛି ବିଧବା ଭତ୍ତା । ଯେତେବେଳେ କି ସେମାନଙ୍କ ସ୍ୱାମୀ ଜୀବିତ ରହିଛନ୍ତି । ପଞ୍ଚାୟତର ଚମ୍ପାବତୀ ପରିଡା, ରଞ୍ଜୁବାଳା ବିଶ୍ୱାଳ, ସରସ୍ୱତୀ ବେହେରାଙ୍କ ଭଳି ମହିଳା ମାନଙ୍କ ସ୍ୱାମୀ ଜୀବିତ ଥିବା ବେଳେ ୬୦ବର୍ଷରୁ ଊର୍ଦ୍ଧ୍ବ ବୟସ ହୋଇଥିବା କାରଣରୁ ଏମାନେ ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ମଧୁବାବୁ ପେନସନ ଯୋଜନାରେ ଆବେଦନ କରିଥିଲେ।ତେବେ ଏହି ମହିଳା ମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରିବା ପରିବର୍ତ୍ତେ ସରକାରୀ ଅଧିକାରୀ ଏମାନଙ୍କ ନାମକୁ ଇନ୍ଦିରା ଗାନ୍ଧୀ ପେନସନ ଯୋଜନା ଅର୍ଥାତ ବିଧବା ଭତ୍ତାରେ ସାମିଲ କରିଥିଲେ । ତେବେ ଚଳିତ ପଞ୍ଚାୟତ ନିର୍ବାଚନରେ ଏକମାଣିଆ ପଞ୍ଚାୟତରୁ ସରପଞ୍ଚ ଭାବେ ବିଜୟୀ ହୋଇଥିବା ଅହଲ୍ୟା ବିଶ୍ବାଳଙ୍କ ଶାଶୂ, ଖୁଡି ଶାଶୂ ବିଧବା ଭତ୍ତା ପାଉଥିବା କାରଣରୁ ଏହି ଘଟଣା ଲୋକ ଲୋଚନକୁ ଆସିଥିଲା ।

ତେବେ ଘଟଣା ସମ୍ପର୍କରେ ମହିଳା ମାନଙ୍କ କହିବା ଅନୁଯାୟୀ, ସେମାନେ କେଉଁ ଭତ୍ତା ପାଉଛନ୍ତି ଜାଣିନଥିବା ବେଳେ ସ୍ୱାମୀ ଥାଉଥାଉ ସେମାନେ ବିଧବା ଭତ୍ତା କେମିତି ପାଉଛନ୍ତି ଓ ଏହି କାମ କାହା ଦ୍ୱାରା କରାଯାଇଛି ସେନେଇ ଅଧିକ ତଦନ୍ତ ଦାବି କରିଛନ୍ତି । ସ୍ୱାମୀ ଥାଉଥାଉ ବିଧବା ଭତ୍ତା ପାଇବା ଘଟଣା ଜାଣିବା ପରେ ଅନେକ ମହିଳାଙ୍କ ଘରେ ଚୁଲି ଜଳୁନଥିବା ଅଭିଯୋଗ ହେଉଥିବା ବେଳେ କପାଳର ସିନ୍ଦୁରକୁ ମାତ୍ର ୫୦୦ ଟଙ୍କାରେ ବଳି ଦେଇଥିବା ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ କଡ଼ାରୁ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ପରିବାର ଲୋକେ । ଅନ୍ୟପଟେ ୪ଟି ସନ୍ତାନ ନେଇ ବିଧବା ଭାବେ ଦୁଃଖ କଷ୍ଟରେ ଜୀବନ ଜିଉଁଥିବା ମହିଳାଙ୍କ ପାଇଁ ଭତ୍ତା ପାଲଟିଛି ସାତ ସପନ ।

ତେବେ ଏନେଇ ଆଳି ବ୍ଲକ ବିଡ଼ିଓଙ୍କ ମତାମତ ଲୋଡିବାରୁ ସେ ଘଟଣା ସମ୍ପର୍କରେ ଅବଗତ ଅଛନ୍ତି ଓ ଏହା ବୈଷୟିକ ତ୍ରୁଟି ନା ମନୁଷ୍ୟକୃତ ତ୍ରୁଟି ସେନେଇ ତଦନ୍ତ ଚାଲିଥିବା କହିଛନ୍ତି । ଏହା ସହିତ ଏହି ଅଭିଯୋଗକୁ ସେ ଖଣ୍ଡନ କରି କହିଛନ୍ତି, "ପଞ୍ଚାୟତର ମହିଳାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଦିଆଯାଉଛି । ଡାଟା ଏଣ୍ଟ୍ରି ବେଳେ ଅପରେଟର ତ୍ରୁଟି ବଶତଃ ଏପରି ଭୁଲ କରିଥାଇପାରେ । ଆଗକୁ ଏପରି ଭୁଲ ନ କରିବାକୁ ଆମେ ଅପରେଟରଙ୍କୁ ତାଗିଦ କରିଛୁ ।" ପୂର୍ବରୁ ବହୁବାର ଏଭଳି ପ୍ରଶାସନିକ ଭୁଲଭଟକା ସାମ୍ନାକୁ ଆସିଥିବା ବେଳେ ଏହି ଭୁଲ ପାଇଁ ପ୍ରଶାସନ କାହା ଉପରେ ଦଣ୍ଡବିଧାନ କରୁଛି ସେନେଇ ସମସ୍ତଙ୍କ ଅପେକ୍ଷା ।

ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.