ETV Bharat / state

ସମୟ ପୂର୍ବରୁ ସ୍କୁଲ ବନ୍ଦ, କାରଣ ପଚାରିବାକୁ ଅଜବ ଯୁକ୍ତି କଲେ ପ୍ରଧାନ ଶିକ୍ଷକ - ସ୍କୁଲ ବନ୍ଦ ଖବର

କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ ଶିକ୍ଷା ସର୍କଲ ଅଧିନ କଂସାରୀପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ସମୟ ପୂର୍ବରୁ ବନ୍ଦ କରି ଦିଆଯାଇଛି । କାରଣ ପଚାରିବାରୁ ସ୍କୁଲ ପ୍ରଧାନଶିକ୍ଷକ ଅଭିଭାବକଙ୍କ ମଧ୍ୟରେ ଅଜବ ଯୁକ୍ତି କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ

ଖେଳଛୁଟିରୁ ବିଦ୍ୟାଳୟ ବନ୍ଦ,ଅଭିଭାବକଙ୍କ ସହ ବିତଣ୍ଡା ଯୁକ୍ତି କଲେ ପ୍ରଧାନଶିକ୍ଷକ

author img

By

Published : Aug 10, 2022, 1:59 PM IST

କେନ୍ଦ୍ରାପଡା: ସରକାରୀ ସ୍କୁଲରେ ନିୟମକୁ ଫୁ । ପ୍ରଧାନ ଶିକ୍ଷକଙ୍କ ଇଚ୍ଛାରେ ଚାଲୁଛି ବିଦ୍ୟାଳୟ । ସମୟ ପୂର୍ବରୁ ସ୍କୁଲ ବନ୍ଦ କରି ଦିଆଯାଇଛି । କାରଣ ପଚାରିବାରୁ ଅଜବ ଯୁକ୍ତି ବାଢୁଛନ୍ତି ପ୍ରଧାନଶିକ୍ଷକ । ଏହା ସହ ଯିଏ ପ୍ରତିବାଦ କରୁଛି ତାଙ୍କ ନାମରେ ଦଳିତ ମାମଲା ରୁଜ୍ଜୁ ହେଉଥିବା ଅଭିଯୋଗ ହେଉଛି । ଏକଥା ଆମେ କହୁନୁ କହୁଛି ଏକ ଭିଡିଓ ଓ ଆନୁଷଙ୍ଗିକ କାଗଜପତ୍ର ।

ଖେଳଛୁଟିରୁ ବିଦ୍ୟାଳୟ ବନ୍ଦ,ଅଭିଭାବକଙ୍କ ସହ ବିତଣ୍ଡା ଯୁକ୍ତି କଲେ ପ୍ରଧାନଶିକ୍ଷକ

ଘଟଣା ଅନୁଯାୟୀ, ଗତ ସୋମବାର ଡେରାବିଶ୍ ବ୍ଲକ ଶିକ୍ଷା ସର୍କଲ ଅଧିନ କଂସାରୀପାଟଣା ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ଯଥେଷ୍ଟ କାରଣ ନଥାଇ ଓ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନଥାଇ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ପରେ ଛୁଟି କରି ଦେଇଥିଲେ ପ୍ରଧାନଶିକ୍ଷକ କାଳନ୍ଦୀ । ନିଜ ପିଲାକୁ ମଧ୍ୟାହ୍ନ ଭୋଜନ ପରେ ଘରକୁ ଚାଲି ଆସିଥିବା ଦେଖି ଅଭିଭାବକ ଶ୍ରୀକାନ୍ତ ମହାରଣା ପଚାରିବାରୁ ପ୍ରଧାନଶିକ୍ଷକ ବିଦ୍ୟାଳୟକୁ ଛୁଟି କରି ଦେଇଥିବା ଜାଣିବାକୁ ପାଇଥିଲେ । ତେବେ ଶ୍ରୀକାନ୍ତ ବିଦ୍ୟାଳୟକୁ ଯାଇ ପ୍ରଧାନଶିକ୍ଷକଙ୍କୁ ପଚାରିବାରୁ ସେ ଉପରିସ୍ଥ ଅଧିକାରୀଙ୍କ ଅନୁମତି ନେଇ ବିଦ୍ୟାଳୟ ଛୁଟି କରିଥିବା କହିଥିଲେ । ଏ ସମ୍ପର୍କରେ ଶ୍ରୀକାନ୍ତ ସିଆରସିସିଙ୍କୁ ଫୋନ ଯୋଗେ ପଚାରିବାରୁ ସେ ବିଦ୍ୟାଳୟ ଛୁଟି ହୋଇଥିବା ସମ୍ପର୍କରେ ଜାଣିନଥିବା କହିଥିଲେ।

ଅନ୍ୟପଟେ ଏହି ଭିଡ଼ିଓଟିରେ ପ୍ରଧାନଶିକ୍ଷକ କାଳନ୍ଦୀ ଅଭିଭାବକ ଶ୍ରୀକାନ୍ତଙ୍କ ସହ ଯୁକ୍ତିତର୍କ କରିଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ଚାଲିଥିବା ବେଳେ ପ୍ରଧାନଶିକ୍ଷକ ଜଣଙ୍କ ନିଶାସକ୍ତ ଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ ଶ୍ରୀକାନ୍ତ। ତେବେ ମଙ୍ଗଳବାର ସମ୍ପୃକ୍ତ ପ୍ରଧାନଶିକ୍ଷକ ନିଜ ଦୋଷ ଘଉଡାଇବାକୁ ଯାଇ ଡେରାବିଶ୍ ଥାନାରେ ଶ୍ରୀକାନ୍ତଙ୍କ ନାମରେ ଜାତିଆଣ ଆକ୍ଷେପ ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ । କୌଣସି ଠୋସ ପ୍ରମାଣ ନଦେଇପାରିବାରୁ ଡେରାବିଶ୍ ପୋଲିସ ଘଟଣାରେ ଶ୍ରୀକାନ୍ତଙ୍କୁ କ୍ଲିନଚିଟ ଦେଇଥିଲେ । ସମ୍ପୃକ୍ତ ଶିକ୍ଷକଙ୍କୁ ଏଭଳି ମିଛ ମାମଲା ନକରିବା ନେଇ ତାଗିଦ କରିଥିବା ସୂଚନା ମିଳିଛି।

ଭିଡ଼ିଓରେ ବିଦ୍ୟାଳୟର ଦୁଇଜଣ ଶିକ୍ଷୟତ୍ରୀ ପ୍ରଧାନଶିକ୍ଷକଙ୍କୁ ଛୁଟି କାହିଁକି କରୁଥିଲେ ବୋଲି ଓଲଟି ପ୍ରଶ୍ନ କରିବା ସମସ୍ତଙ୍କୁ ତାଜୁବ କରିଛି। ଅଧାରୁ ବିଦ୍ୟାଳୟ ଛୁଟି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ନହେଲା ନାହିଁ ନିଜ ସହକର୍ମୀ ଶିକ୍ଷୟତ୍ରୀ ଦ୍ବୟଙ୍କୁ ମଧ୍ୟ ଜଣାଇବା ଉଚିତ ମଣିଲେ ନାହିଁ ପ୍ରଧାନଶିକ୍ଷକ । ଯାହା ଏବେ ଚର୍ଚ୍ଚାରେ ରହିଛି । ଏନେଇ ତଦନ୍ତ ହୋଇ ପ୍ରଧାନଶିକ୍ଷକଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକ ଶ୍ରୀକାନ୍ତ ମହାରଣା ଦାବି କରିଛନ୍ତି । କାହିଁକି ବିଦ୍ୟାଳୟ ଅଧାରୁ ବନ୍ଦ ପ୍ରଶ୍ନର ଉତ୍ତର ଦେଉନାହାନ୍ତି ପ୍ରଧାନଶିକ୍ଷକ। ଘଟଣା ସମ୍ପର୍କରେ ଡେରାବିଶ୍ ବିଇଓଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସମ୍ଭବ ହୋଇପାରି ନଥିଲା । ଶିକ୍ଷା ଏବଂ ଶିକ୍ଷାନୁଷ୍ଠାନକୁ ଏକ କ୍ଲବ ଘର ଭାବି ନିଜର ମନମାନି କରୁଥିବା ଏହି ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅଭିଭାବକ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.