କେନ୍ଦ୍ରାପଡା: ସାଂସଦ ପାଣ୍ଠିରୁ ଭେଣ୍ଟିଲେଟର ଥିବା ଦୁଇଟି ଆମ୍ବୁଲାନ୍ସ କ୍ରୟ କରିବା ପାଇଁ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି। ଏନେଇ ସାଂସଦ ଟ୍ବିଟ୍ ଓ ଫେସବୁକ ମାଧ୍ୟମରେ ସୂଚନା ଦେଇଛନ୍ତି ।
![ସାଂସଦ ପାଣ୍ଠିରୁ ଭେଣ୍ଟିଲେଟର ଆମ୍ବୁଲାନ୍ସ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅନୁଭବ](https://etvbharatimages.akamaized.net/etvbharat/prod-images/od-kpr-01-mpladletter-kdp-7204459_14092020075332_1409f_1600050212_884.jpg)
ଯୋଜନା ବିଭାଗ ଚିଠି ନଂ 9111 ଓ ସ୍ବାସ୍ଥ୍ୟ ବିଭାଗ ଚିଠି ନଂ 20260 ଅନୁଯାୟୀ ଏହି ଆମ୍ବୁଲାନ୍ସ କିଣାଯିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଅନୁଭବ। ସେହିପରି ଏହି ଭେଣ୍ଟିଲେଟର ଥିବା ଦୁଇଟି ଆମ୍ବୁଲାନ୍ସ କିଣାଯିବା ପରେ ଗୋଟିଏ ଆମ୍ବୁଲାନ୍ସ କେନ୍ଦ୍ରାପଡା ଜିଲ୍ଲାର 5ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ କଟକ ଜିଲ୍ଲାର ଦୁଇଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ରଖାଯିବ ବୋଲି ସାଂସଦ ଲେଖିଛନ୍ତି।
ଆସନ୍ତା 75ଦିନ ମଧ୍ୟରେ ସାଂସଦ ପାଣ୍ଠି ଗାଇଡଲାଇନ ଅନୁସାରେ ଏହି ଦୁଇଟି ଆମ୍ବୁଲାନ୍ସ ରଖାଯିବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଥିବାବେଳେ ଯଦି କୌଣସି ଅସୁବିଧା ହୁଏ, ତେବେ 45ଦିନ ମଧ୍ୟରେ ସାଂସଦଙ୍କୁ ଜଣାଇବା ପାଇଁ ଉଲ୍ଲେଖ ମଧ୍ୟ ରହିଛି।
![ସାଂସଦ ପାଣ୍ଠିରୁ ଭେଣ୍ଟିଲେଟର ଆମ୍ବୁଲାନ୍ସ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ଅନୁଭବ](https://etvbharatimages.akamaized.net/etvbharat/prod-images/od-kpr-01-mpladletter-kdp-7204459_14092020075332_1409f_1600050212_831.jpg)
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ