ETV Bharat / state

ଯମଜ ଶିଶୁକନ୍ୟା ଜନ୍ମ ଦେଇ ଜୀବନ ହାରିଲେ ମାଆ, ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ବଉଳକଣୀ ଗ୍ରାମରେ ଜଣେ ମହିଳା ଯମଜ ଶିଶୁକନ୍ୟା ଜନ୍ମ ଦେବାରୁ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ।

author img

By

Published : May 11, 2019, 4:52 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା: ଯମଜ ଶିଶୁକନ୍ୟା ଜନ୍ମ ଦେବାରୁ ମହିଳାଙ୍କୁ ହତ୍ୟା । ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜମ୍ବୁ ମେରାଇନ ଥାନା ଅନ୍ତର୍ଗତ ବଉଳକଣୀ ଗ୍ରାମରୁ ।

ସୂଚନାନୁଯାୟୀ, ଗ୍ରାମର ଭୋଳା ମିର୍ଦ୍ଧାଙ୍କ ପତ୍ନୀ ବନ୍ଦନା ମଣ୍ଡଳ ଗତ ସାତଦିନ ତଳେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଦୁଇଟି କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ପୁର୍ବରୁ ଅଧିକ ଯୌତୁକ ଦାବି ଓ ସ୍ୱାମୀଙ୍କର ପରକୀୟା ସମ୍ପର୍କ ପାଇଁ ବନ୍ଦନାଙ୍କୁ ଶାଶୂଘର ଲୋକେ ବାରମ୍ବାର ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ବନ୍ଦନାଙ୍କ ବାପଘର ଲୋକେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ତେବେ ଯମଜ କନ୍ୟା ସନ୍ତାନକୁ ଜନ୍ମ ଦେଇଥିବାରୁ ଡାକ୍ତରଖାନାରେ ବନ୍ଦନାଙ୍କ ବାପାଙ୍କୁ ବନ୍ଦନାଙ୍କ ସ୍ୱାମୀ ଓ ତାଙ୍କ ଦିଅର ଧମକ ଦେଇଥିଲେ ବୋଲି ଅଭିଯୋଗ ଫର୍ଦ୍ଦରେ ଉଲ୍ଲେଖ କରିଛନ୍ତି ବନ୍ଦନାଙ୍କ ବାପା ଚିତ୍ତରଞ୍ଜନ ମଣ୍ଡଳ ।

ଶୁକ୍ରବାର ଅପରାହ୍ନରେ ବନ୍ଦନା, ଲୁଗା ଦ୍ୱାରା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କଥା ବନ୍ଦନାଙ୍କ ବାପଘରକୁ ଖବର ଯାଇଥିଲା । ଏହାପରେ ଚିତ୍ତରଂଜନ ଆସି ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ବିକ ଅବସ୍ଥାକୁ ଦେଖି ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଜମ୍ବୁ ମେରାଇନ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:

sds

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.