ETV Bharat / state

Panchayat Polls: ଆଜି କେନ୍ଦ୍ରାପଡାରେ ବସିବ ସର୍ବଦଳୀୟ ବୈଠକ - କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଦ୍ୱାରା ସର୍ବଦଳୀୟ ବୈଠକ

ଆଜି କେନ୍ଦ୍ରାପଡାରେ ବସିବ ସର୍ବଦଳୀୟ ବୈଠକ । ସମସ୍ତ ରାଜନୈତିକ ଦଳକୁ ଉପସ୍ଥିତ ରହିବାକୁ ଜିଲ୍ଲା ପ୍ରଶାସନର ଅନୁରୋଧ । ଅଧିକ ପଢନ୍ତୁ

Panchayat Polls: ଆଜି କେନ୍ଦ୍ରାପଡାରେ ବସିବ ସର୍ବଦଳୀୟ ବୈଠକ

author img

By

Published : Jan 16, 2022, 10:51 AM IST

କେନ୍ଦ୍ରାପଡା: ଫେବୃୟାରୀ ୧୬ରୁ ଓଡିଶାରେ ପଡିବ ତ୍ରିସ୍ତରୀୟ ପଞ୍ଚାୟତ ଭୋଟ୍ । ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ ଏନେଇ ତତ୍ପରତା ପ୍ରକାଶ କରିଛନ୍ତି କେନ୍ଦ୍ରପଡା ଜିଲ୍ଲା ପ୍ରଶାସନ । ଏହି ପରିପ୍ରେକ୍ଷୀରେ ପ୍ରଶାସନ ପକ୍ଷରୁ ଆଜି(ରବିବାର) କେନ୍ଦ୍ରାପଡା ଜିଲ୍ଲାରେ ସର୍ବଦଳୀୟ ବୈଠକ(all party meeting) ଡକାଯାଇଛି । ଦିନ ୧୧ଟା ସମୟରେ ବୈଠକ ବସିବ । ବୈଠକରେ ଉପସ୍ଥିତ ରହିବା ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କ ସ୍ୱାକ୍ଷରିତ ଏକ ପତ୍ର ଜିଲ୍ଲାର ସମସ୍ତ ରାଜନୈତିକ ଦଳର ସଭାପତିଙ୍କୁ ଦିଆଯାଇଛି ।

ଓଡିଶାରେ ଦିନକୁ ଦିନ ବଢିଚାଲିଛି ସଂକ୍ରମଣ । ତେଣୁ କୋଭିଡ ସଙ୍କଟ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ କରିବା ଏକ ବଡ ଚ୍ୟାଲେଞ୍ଜ ହେବ । କିପରି ସୁରକ୍ଷିତ ଏବଂ ଶୃଙ୍ଖଳିତ ଭାବେ ନିର୍ବାଚନ କରାଯିବ, ସେନେଇ ସମସ୍ତ ରାଜନୈତିକ ଦଳ ସର୍ବଦଳୀୟ ବୈଠକରେ ନିଜର ମତାମତ ପ୍ରକାଶ କରିବେ । ଏନେଇ ଜିଲ୍ଲା ପ୍ରଶାସନ ସମସ୍ତ ଦଳକୁ ଅନୁରୋଧ କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.