ETV Bharat / state

କେନ୍ଦ୍ରାପଡା ସାଂସଦଙ୍କୁ ଗଣମାଧ୍ୟମ ଭୟ ! ୬ ମାସ ପରେ ଆସିଲେ ଚୁପ୍ ବସିଲେ - kendrapara 3rd disha meeting

ଅନେକ ଦିନ ହେବ ନିଜ ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡାରୁ ଗାଏବ ଥିଲେ ସାଂସଦ ଅନୁଭବ ମହାନ୍ତି । 6 ମାସ ପରେ ଜିଲ୍ଲାରେ ସାଂସଦଙ୍କ ପାଦ ପଡିଲା । 6 ମାସ ପରେ ସରକାରୀ ସମୀକ୍ଷା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଅଧିକ ପଢନ୍ତୁ

ସଂସଦୀୟ କ୍ଷେତ୍ରରେ ଅନୁଭବ
ସଂସଦୀୟ କ୍ଷେତ୍ରରେ ଅନୁଭବ
author img

By

Published : May 5, 2022, 10:56 AM IST

କେନ୍ଦ୍ରାପଡା: ଅନେକ ଦିନ ହେବ ନିଜ ସଂସଦୀୟ କ୍ଷେତ୍ର କେନ୍ଦ୍ରାପଡାରୁ ଗାଏବ ଥିଲେ ସାଂସଦ ଅନୁଭବ ମହାନ୍ତି । 6 ମାସ ପରେ ଜିଲ୍ଲାରେ ସାଂସଦଙ୍କ ପାଦ ପଡିଲା । 6 ମାସ ପରେ ସରକାରୀ ସମୀକ୍ଷା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏହାପରେ ଗମମାଧ୍ୟମ ପ୍ରଶ୍ନର ଉତ୍ତର ନ ଦେଇ ସାଂସଦ ଚୁପଚାପ ଚାଲିଯାଇଥିବା ଦେଖିବାକୁ ମିଳିଛି । ଗଣମାଧ୍ୟମକୁ ସାଂସଦଙ୍କ ଭୟ ରହୁଛି କି ବୋଲି ଚର୍ଚ୍ଚା ହେଉଛି ।

ସଂସଦୀୟ କ୍ଷେତ୍ରରେ ଅନୁଭବ

ବୁଧବାର କେନ୍ଦ୍ରାପଡା ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଦିଶାର ତୃତୀୟ ବୈଠକରେ ଅନୁଭବ ଯୋଗ ଦେଇ ବିଭିନ୍ନ ବିଭାଗର ସମୀକ୍ଷା କରିଥିଲେ । ଏଥିସହିତ ସଂସଦୀୟ କ୍ଷେତ୍ରରେ ତାଙ୍କ ଅନୁପସ୍ଥିତିରେ ନିର୍ବାଚିତ ହୋଇଥିବା ଜିଲ୍ଲାପରିଷଦ ଅଧ୍ୟକ୍ଷା, ଉପାଧ୍ୟାକ୍ଷ,ପୌରଧ୍ୟକ୍ଷା ଏବଂ ବିଭିନ୍ନ ବ୍ଲକର ଅଧ୍ୟକ୍ଷା/ଅଧ୍ୟକ୍ଷା ମାନଙ୍କୁ ସମ୍ବର୍ଦ୍ଧିତ କରିଥିବାବେଳେ ଦୀର୍ଘ 4ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ। ସାଂସଦଙ୍କ ସମୀକ୍ଷା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମୁଖରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିବାରୁ ଅନୁଭବ କୌଶଳ କ୍ରମେ ଗଣମାଧ୍ୟମ ଠାରୁ ନିଜକୁ ଦୂରରେ ରଖି ଚାଲି ଯାଇଥିବାର ଦେଖାଯାଇଥିଲା । ଯାହାକି ସାଂସଦଙ୍କ ଗଣମାଧ୍ୟମଙ୍କୁ ଭୟ ପ୍ରସଙ୍ଗକୁ ଦୃଢ଼ିଭୂତ କରିଛି । ନିଜ ରିଲ୍‌ ଓ ରିଅଲ ଲାଇଫରେ ସଦା ସର୍ବଦା ଚର୍ଚ୍ଚାରେ ରହୁଥିବା ଏବଂ ସୋସିଆଲ ମିଡିଆରେ ଆକ୍ଟିଭ ରହୁଥିବା କେନ୍ଦ୍ରାପଡା ସାଂସଦଙ୍କର ଗଣମାଧ୍ୟମକୁ ଏତେ ଭୟ କାହିଁକି ? ଯାହାର ଏବେ ଉତ୍ତର ଖୋଜୁଛନ୍ତି କେନ୍ଦ୍ରାପଡାବାସୀ ।

ଅଭିନେତାରୁ ରାଜନେତା ପାଲଟିଥିବା ଅନୁଭବ ମହାନ୍ତି ୨୦୧୯ ନିର୍ବାଚନରେ ବିଜେଡି ଟିକେଟରୁ ଲଢ଼ିଥିଲେ । ଦୁଇ ଦୁଇଥର ସାଂସଦ ହୋଇଥିବା ବୈଜୟନ୍ତ ପଣ୍ଡାକୁ ହରାଇ ବିଜେଡିରୁ ସାଂସଦ ହୋଇଥିଲେ । ନିଜ ସଂସଦୀୟ କ୍ଷେତ୍ରର ବହୁବିଧ ସମସ୍ୟା ବୁଝିବା ସହ ଏହାକୁ ଲୋକସଭାରେ ଉପସ୍ଥାପନ କରିବା ଓ ଏହାର ନିରାକରଣ ପାଇଁ ସାଂସଦଙ୍କୁ ନିର୍ବାଚିତ କରାଯାଇଥାଏ । ହେଲେ ଅନୁଭବ ଗତ ୨୦୧୯ରୁ ନିର୍ବାଚିତ ହୋଇଥିଲେ ସୁଦ୍ଧା ଆଜି ଯାଏ ଆଖିଦୃଶିଆ ବିକାଶ କରିନଥିବା ନିକଟରେ ଅଭିଯୋଗ ହୋଇଥିଲା ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.