ETV Bharat / state

ମେଡ଼ିକାଲ କଲେଜ ଦାବି, 12 ଘଣ୍ଟିଆ ଅର୍ଥନୈତିକ ଅବରୋଧ କଲା କ୍ରିୟାନୁଷ୍ଠାନ କମିଟି - ମେଡ଼ିକାଲ କଲେଜ ଦାବିରେ ଅର୍ଥନୈତିକ ଅବରୋଧ

ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ। କେନ୍ଦ୍ରାପଡ଼ା ଜିଲ୍ଲାରେ 12 ଘଣ୍ଟିଆ ଅର୍ଥନୈତିକ ଅବରୋଧ। ଜିଲ୍ଲାର ସଂଗ୍ରମୀ କର୍ମୀମାନଙ୍କୁ ନେଇ ଗଠିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ। ଅଧିକ ପଢ଼ନ୍ତୁ

ଜିଲ୍ଲାରେ ମେଡ଼ିକାଲ କଲେଜ ଦାବି
ଜିଲ୍ଲାରେ ମେଡ଼ିକାଲ କଲେଜ ଦାବି
author img

By ETV Bharat Odisha Team

Published : Sep 23, 2023, 10:25 PM IST

ଜିଲ୍ଲାରେ ମେଡ଼ିକାଲ କଲେଜ ଦାବି

କେନ୍ଦ୍ରାପଡ଼ା: ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ଆନ୍ଦୋଳନ। କେନ୍ଦ୍ରାପଡ଼ା ଜିଲ୍ଲାରେ 12 ଘଣ୍ଟିଆ ଅର୍ଥନୈତିକ ଅବରୋଧ। ଜିଲ୍ଲାର ସଂଗ୍ରମୀ କର୍ମୀମାନଙ୍କୁ ନେଇ ଗଠିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ କରାଯାଇଛି। ତେବେ ଏହି ଆନ୍ଦଳନରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଘଣ୍ଟା ଘଣ୍ଟା ଧରି ଯାତାୟତ ଠପ୍‌ ରହିଥିଲା।

ତେବେ ଭୌଗୋଳିକ ଓ ଆର୍ଥିକ ଦୃଷ୍ଟିରୁ ରାଜ୍ୟର ଏକ ପ୍ରମୁଖ ଜିଲ୍ଲା କେନ୍ଦ୍ରାପଡା । ସମୁଦ୍ର ଉପକୂଳରେ ଥିବା ଏହି ଜିଲ୍ଲାରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ପଛୁଆ ରହିଛି । ଜିଲ୍ଲାକୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ କର୍ମଭୂମି କୁହାଯାଉଥିଲେ ସୁଦ୍ଧା ଅଦ୍ୟାବଧି ବିକାଶର ନକ୍ସାରେ ସ୍ଥାନ ଶେଷଆଡୁ ଦ୍ଵିତୀୟ ବୋଲି ଅଭିଯୋଗ ହୋଇଛି । ପଡୋଶୀ ଯାଜପୁର ଜିଲ୍ଲାରେ ନିଯୁକ୍ତି ପାଇଁ ଶିଳ୍ପ ଓ ସ୍ୱାସ୍ଥ୍ୟସେବା ପାଇଁ ମେଡ଼ିକାଲ କଲେଜ ପ୍ରତିଷ୍ଠା ହୋଇଥିବା ବେଳେ ଜିଲ୍ଲା ଗଠନ ସହ ଯୋଡି ହୋଇଥିବା କେନ୍ଦ୍ରାପଡା ଜିଲ୍ଲା ଏବେ ଅବହେଳିତ ଅବସ୍ଥାରେ ରହିଛି। ତେବେ କେନ୍ଦ୍ରାପଡା଼ ଜିଲ୍ଲା ସ୍ବାସ୍ଥ୍ୟର ସୁବିଧା ନଥିବା ସହ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା କରିବା ଦାବିରେ ମିଳିତ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ଓହ୍ଲାଇଥିଲା।

ଆଜି (ଶନିବାର) ସକାଳୁ କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର (Economical Blocade) ଡାକରା ଦିଆଯାଇଥିଲା। ଯାହାକୁ ଜିଲ୍ଲାବାସୀଙ୍କ ତରଫରୁ ଭରପୁର ସମର୍ଥନ ମିଳିଥିଲା। ତେବେ ସକାଳ ୬ ଟା ଠାରୁ କଟକ -ଚାନ୍ଦବାଲି ରାଜ୍ୟ ରାଜପଥ ରାସ୍ତାର ଦୁହୁରିଆ ଛକ SH-9 ଓ ଦୈତାରୀ- ପାରାଦୀପ୍ ୫୩ ନଂ ଜାତୀୟ ରାଜପଥ ଅବରୋଧ କରିଥିଲା କ୍ରିୟାନୁଷ୍ଠାନ କମିଟି। ଶତାଧିକ ଆନ୍ଦୋଳନକାରୀ ରାସ୍ତା ଉପରେ ବସିରହି ନାରାବାଜି କରିଥିଲେ । ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିବା ପାଇଁ ଏକ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଦାବି କରିଥିଲେ। ଏହାସହ ଆନ୍ଦୋଳନକାରୀମାନେ ମାଲବାହୀ ରେଳ ରୋକ ମଧ୍ୟ କରିଥିଲେ। ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗତ ସେପ୍ଟେମ୍ବର ୫ ତାରିଖ ଗୁରୁଦିବସରୁ କେନ୍ଦ୍ରାପଡା଼ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ଯାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରହିଛି।

ଏହା ମଧ୍ୟ ପଢ଼ନ୍ତୁ...ରାଇରଙ୍ଗପୁରରେ ଇସ୍ପାତ ଶିଳ୍ପ ପ୍ରତିଷ୍ଠା ଦାବି, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ଦାବିପତ୍ର ପ୍ରଦାନ

ତେବେ ଆନ୍ଦୋଳନର ପ୍ରଥମ ଦିନରୁ ପ୍ରଶାସନ ତରଫରୁ ଜିଲ୍ଲାରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ପ୍ରତିଶୃତି ଦିଆଯାଇଥିଲା। ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ କୌଣସି କାର୍ଯ୍ୟନୁଷ୍ଠାନ ନନିଆଯିବାରୁ ଆନ୍ଦୋଳନକୁ ତୀବ୍ର କରାଯିବା ସହ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାରେ ଅର୍ଥନୈତିକ ଅବରୋଧ କରାଯାଇଥିବା ନେଇ କହିଛନ୍ତି କ୍ରିୟାନୁଷ୍ଠାନ କମିଟି ସଦସ୍ୟ।

ଇଟିଭି ଭାରତ,କେନ୍ଦ୍ରାପଡା଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.