ETV Bharat / state

Panchayat Takkar: ଜମୁଛି ପ୍ରଚାର, ଆଳିରେ ସ୍ଥିତି ପରଖିଲା ଇଟିଭି ଭାରତ - ଆଳିରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି

ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ରାଜନୀତି । ମାଳମାଳ ପ୍ରତିଶ୍ରୁତି ସହ ମୈଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ । ଆଳି ୪ନଂ ଜୋନରେ ପ୍ରଚାର ସ୍ଥିତି ପରଖିଲା ଇଟିଭି ଭାରତ । ଅଧିକ ପଢନ୍ତୁ

Panchayat Takkar: ଜମୁଛି ପ୍ରଚାର, ଆଳିରେ ସ୍ଥିତି ପରଖିଲା ଇଟିଭି ଭାରତ

author img

By

Published : Jan 30, 2022, 5:29 PM IST

କେନ୍ଦ୍ରାପଡା: ଆସନ୍ତା ଫେବୃୟାରୀ ୧୬ରେ ପଞ୍ଚାୟତ ନିର୍ବାଚନ । ଏନେଇ ସରଗରମ୍ ରହିଛି ଗାଁ ରାଜନୀତି । ଜମୁଛି ପ୍ରଚାର, ବର୍ଷା ହେଉଛି ପ୍ରତିଶ୍ରୁତି । ଭୋଟରଙ୍କ ଆସ୍ଥା ପାଇବାକୁ ଘରେ ଘରେ ବୁଲୁଛନ୍ତି ପ୍ରାର୍ଥୀ । କେନ୍ଦ୍ରାପଡା ଆଳି ବ୍ଲକ ୪ ନମ୍ବର ଜୋନରେ ଏଥର ଟାଣୁଆ ପ୍ରାର୍ଥୀ ଥିବାବେଳେ ତିନି ପ୍ରମୁଖ ଦଳ ମଧ୍ୟରେ କଡା ଟକ୍କାର ହେବାକୁ ଯାଉଛି ।

Panchayat

ଆଳି ନିର୍ବାଚନ ମଣ୍ଡଳୀରେ ଗୁରୁତ୍ୱ ବହନ କରୁଥିବା ଏହି ଆସନ ଅଧିନରେ ଆଳି ସଦର ବଜାର ସମେତ ବ୍ଲକ, ତହସିଲ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରହିଛି । ଯଦିଓ ଏହି ଆସନଟି ପୂର୍ବରୁ ଶାସକ ଦଳ ଅକ୍ତିଆରରେ ଅଛି କିନ୍ତୁ ଏବେ ବାଜି ପାଲଟାଇବା ପାଇଁ ପ୍ରାଣପଣେ ଲାଗି ପଡିଛନ୍ତି ଦୁଇ ବିରୋଧୀ ଦଳର ପ୍ରାର୍ଥୀ ।

ଆଳି ବ୍ଲକ ୪ନଂ ଜୋନ ଆସନରୁ ମୋଟ ୫ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି । ହେଲେ ମୁଖ୍ୟ ଟକ୍କର ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଦେଖିବାକୁ ମିଳିଛି । କେନ୍ଦ୍ରାପଡ଼ା ଜିଲ୍ଲା ଯୁବମୋର୍ଚ୍ଚା ସମ୍ପାଦକ ବରାହ କୁମାର ପଣ୍ଡା ଏଠାରୁ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ଲୋକମାନଙ୍କର ଆସ୍ଥା ବିଜେପି ଉପରେ ରହିଥିବାରୁ ସେ ଏହି ସଦର ଜୋନରୁ ବିଜୟୀ ହେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।

ବିଜେଡି ପ୍ରାର୍ଥୀ ରାଜ୍ୟ ସରକାରଙ୍କ ବିକାଶ ବାର୍ତ୍ତା ସମେତ ନବୀନ ପଟ୍ଟନାୟକଙ୍କ ନିର୍ମଳ ଭାବମୂର୍ତ୍ତିକୁ ଆୟୁଧ କରି ନିର୍ବାଚନ ବୈତରଣୀ ପାର୍ ହେବାକୁ ଆଶା ରଖିଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ବିଜେଡି ହିଁ ବିଜୟୀ ହେବ ବୋଲି କହିଛନ୍ତି ପ୍ରାର୍ଥୀ । ସେପଟେ ଶାସକ ଓ ମୋଦି ସରକାରଙ୍କ ବିଫଳତାକୁ ଅସ୍ତ୍ର କରି ଭୋଟରଙ୍କ ପ୍ରିୟଭାଜନ ହେବାକୁ ଆଶା ରଖିଛି କଂଗ୍ରେସ । ବିଜେଡିର ଦୀର୍ଘଦିନର ଶାସନରେ ଅତିଷ୍ଠ ହୋଇ ଖାଦ୍ୟ ଓ ବାସଗୃହ ଭଳି ମୌଳିକ ଆବଶ୍ୟକତାକୁ ପୂରଣ କରିବା ବଦଳରେ ଦଳୀୟ ଭିତ୍ତିରେ ବାସଗୃହ ସହାୟତା ଯୋଗାଇ ଦେଉଥିବା କଂଗ୍ରେସ ପ୍ରାର୍ଥୀ କହିଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.