ETV Bharat / state

ହାଇଓ୍ବା ଧକ୍କାରେ ଦିବ୍ୟାଙ୍ଗ ଯୁବକ ମୃତ, ଗାଡି ଭାଙ୍ଗିଲେ ଉତ୍ୟକ୍ତ ଲୋକେ

author img

By

Published : Apr 1, 2021, 10:20 PM IST

ପାଟକୁରା ଥାନା ଅନ୍ତର୍ଗତ ବିଚଣା ବାଲି ଘାଟରେ ହାଇଓ୍ବା ଧକ୍କାରେ ଦିବ୍ୟାଙ୍ଗ ଯୁବକ ମୃତ । ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା । ଅଧିକ ପଢନ୍ତୁ...

ହାଇଓ୍ବା ଧକ୍କାରେ ଦିବ୍ୟାଙ୍ଗ ଯୁବକ ମୃତ, ଗାଡି ଭାଙ୍ଗିଲେ ଉତ୍ୟକ୍ତ ଲୋକେ
ହାଇଓ୍ବା ଧକ୍କାରେ ଦିବ୍ୟାଙ୍ଗ ଯୁବକ ମୃତ, ଗାଡି ଭାଙ୍ଗିଲେ ଉତ୍ୟକ୍ତ ଲୋକେ

କେନ୍ଦ୍ରାପଡା: ପାଟକୁରା ଥାନା ଅନ୍ତର୍ଗତ ବିଚଣା ବାଲି ଘାଟରେ ଘଟିଛି ଏକ ଅଭବନୀୟ ଘଟଣା । ହାଇଓ୍ବା ଧକ୍କାରେ ଜଣେ ଦିବ୍ୟାଙ୍ଗ ଯୁବକ ପ୍ରାଣ ହରାଇଛନ୍ତି । ଘଟଣା ଅନୁସାରେ ବିଚଣା ଗ୍ରାମର ସନାତନ ପଟ୍ଟନାୟକ ନାମକ ଜଣେ ଦିବ୍ୟାଙ୍ଗ ଯୁବକ ଚିତ୍ରୋତ୍ପଳା ନଦୀରେ ଗାଧୋଇ ସାରି ଘରକୁ ଫେରୁଥିବା ସମୟରେ ଘାଟରୁ ବାଲି ବୋଝେଇ କରି ଆସୁଥିବା ଏକ ହାଇୱା ଯୁବକ ଜଣଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଯୁବକ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି ।

ହାଇଓ୍ବା ଧକ୍କାରେ ଦିବ୍ୟାଙ୍ଗ ଯୁବକ ମୃତ, ଗାଡି ଭାଙ୍ଗିଲେ ଉତ୍ୟକ୍ତ ଲୋକେହାଇଓ୍ବା ଧକ୍କାରେ ଦିବ୍ୟାଙ୍ଗ ଯୁବକ ମୃତ, ଗାଡି ଭାଙ୍ଗିଲେ ଉତ୍ୟକ୍ତ ଲୋକେ

ସ୍ଥାନୀୟ ଲୋକେ ଉତ୍ୟକ୍ତ ହୋଇ ଗାଡି ଭଙ୍ଗାରୁଜା କରିବା ସହିତ ବାଲି ଖାଦନର ଏକ ସାଇଟ୍ କ୍ୟାମ୍ପରେ ନିଆଁ ଲଗାଇ ପୋଡି ଦେଇଛନ୍ତି ।ଏହା ସହ ମୃତ ଯୁବକଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ ଦାବିରେ ପାଟକୁରା-ହଳଦିଆଗଡା ମୁଖ୍ୟ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଘଟଣାସ୍ତଳରେ ମାର୍ଶାଘାଇ ଏବଂ ପାଟକୁରା ଥାନା ପୋଲିସ୍ ପହଞ୍ଚି ସ୍ଥିତି ଉପରେ କଡା ନଜର ରଖିଥିବା ବେଳେ ଉତ୍ୟକ୍ତ ଲୋକମାନେ ବାଲିଖାଦନ ବନ୍ଦ କରିବା ଓ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଅଡି ବସିଛନ୍ତି। ଉପ ଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା ଜାରି ରଖିଛନ୍ତି।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.