ETV Bharat / state

କ୍ଷୀର ଭାତ ଖାଇବାକୁ ମଠରେ ମେଳି ବାନ୍ଧନ୍ତି ବିଲେଇ

କେନ୍ଦ୍ରାପଡ଼ା ନିକିରାଇ ପଞ୍ଚାୟତ ଅଧିନ ମଠସାହିରେ ଅଛି ମଦନମୋହନଜୀୟୁ ମନ୍ଦିର।ମନ୍ଦିରରେ ମଦନମୋହନଙ୍କ ମୁଗୁନି ପ୍ରସ୍ତର ମୂର୍ତ୍ତି ପୂଜା ପାଉଥିବା ବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁ,ରାଧାରାଣୀ, ଗୋପୀନାଥଜୀଉଙ୍କ ସମେତ ଅନ୍ୟୁନ 15 ମୂର୍ତ୍ତି ପୂଜା ପାଇଥାନ୍ତି । ହେଲେ ଭଗବାନଙ୍କ ପାଖରେ କ୍ଷୀର ଭାତ ଖାଇବାକୁ ମେଳି ବାନ୍ଧନ୍ତି ବିଲେଇ। ଜାଣନ୍ତୁ ପୁରା ଖବର...

କ୍ଷୀର ଭାତ ଖାଇବାକୁ ଭଗବାନଙ୍କ ଠାରେ ମେଳି ବାନ୍ଧନ୍ତି ବିଲେଇ
କ୍ଷୀର ଭାତ ଖାଇବାକୁ ଭଗବାନଙ୍କ ଠାରେ ମେଳି ବାନ୍ଧନ୍ତି ବିଲେଇ
author img

By

Published : Feb 8, 2020, 2:53 PM IST

କେନ୍ଦ୍ରାପଡ଼ା: ନିକିରାଇ ପଞ୍ଚାୟତ ଅଧିନ ମଠସାହିରେ ଅଛି ମଦନମୋହନଜୀଉ ମନ୍ଦିର । ମନ୍ଦିରରେ ମଦନମୋହନଙ୍କ ମୁଗୁନି ପ୍ରସ୍ତର ମୂର୍ତ୍ତି ପୂଜା ପାଉଥିବା ବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁ,ରାଧାରାଣୀ, ଗୋପୀନାଥଜୀଉଙ୍କ ସମେତ ଅନ୍ୟୁନ 15 ମୂର୍ତ୍ତି ପୂଜା ପାଇଥାନ୍ତି । ଠାକୁରଙ୍କ ନୀତିକାନ୍ତି ଯଥାରୀତି ପାଳନ ହେଉଥିବାବେଳେ ପ୍ରତ୍ୟେହ ଏଠାରେ ନିଯୋଗୀ ସେବକ ତଥା ଜନସାଧାରଣଙ୍କ ଦ୍ବାରା କୀର୍ତ୍ତନ କରାଯାଏ। ଏଠାରେ 12 ମାସରେ 13 ପର୍ବ ପାଳନ କରାଯାଏ। ମନ୍ଦିର ତଥା ମଠର ସୂଚାରୁ ରୂପେ କାର୍ଯ୍ୟ ସମ୍ପାଦନ ଓ ରୀତିନୀତି ପାଇଁ 160 ଏକର ଜମି ରହିଛି । ସବୁଠାରୁ ବଡ଼ କଥା ହେଉଛି ଏଠାରେ ପିଢ଼ି ପରେ ପିଢ଼ି ରହି ଆସୁଥିବା ବିଲେଇ ମାନଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି 5 ଏକର ଜମି ।

କ୍ଷୀର ଭାତ ଖାଇବାକୁ ଭଗବାନଙ୍କ ଠାରେ ମେଳି ବାନ୍ଧନ୍ତି ବିଲେଇ

ଲୋକକଥା ଅନୁଯାୟୀ ପ୍ରାୟ 500 ବର୍ଷ ତଳର ଏହି ମନ୍ଦିରକୁ ଆଳି ରାଜା 1744 ମସିହାରେ କେବଳ ବିଲେଇ ମାନଙ୍କ ଖାଦ୍ୟ ଓ ପୋଷଣ ପାଇଁ ଦାନ କରିଛନ୍ତି 5 ଏକର ଜମି। କିମ୍ବଦନ୍ତୀ ଅନୁସାରେ, ଆଳି ରାଜା ବ୍ରଜସୁନ୍ଦର ଦେବ ଏହି ପଥ ମଧ୍ୟଦେଇ ରାଜନଗରକୁ ଯାଉଥିବାବେଳେ ତାଙ୍କୁ କାନ୍ଧରେ ବୋହି ଆଣୁଥିବା ସବାରୀ ମାନଙ୍କର ପାଦ ଫୁଲିବାରୁ ମଠ ଠାରୁ କିଛି ଦୂରରେ ସେମାନେ ବିଶ୍ରାମ ନେଲେ। ରାଜା ବ୍ରଜସୁନ୍ଦର ଦେବ ନିକଟରେ କୌଣସି ମଠ କିମ୍ବା ମନ୍ଦିରରେ ବିଶ୍ରାମ ନେବା ପାଇଁ ଚାହିଁବାରୁ ଆଲଟ ସମୂହ ଉକ୍ତ ମଦନମୋହନ ମନ୍ଦିର ତଥା ମଠର ମହନ୍ତ ବ୍ରଜମୋହନ ଦାସଙ୍କୁ ରାଜାଙ୍କର ବିଶ୍ରାମ ସମ୍ବନ୍ଧରେ ଅବଗତ କରାଇଲେ।

ତେବେ ମହନ୍ତ ବ୍ରଜମୋହନ, ଆଳି ରାଜା ବ୍ରଜସୁନ୍ଦର ଦେବଙ୍କୁ ପାଛୋଟି ଆଣିବାକୁ ଯିବା ସମୟରେ ପ୍ରାୟ 500ରୁ ଊର୍ଦ୍ଧ୍ବ ବିଲେଇ ମହନ୍ତଙ୍କ ସହିତ ରାଜାଙ୍କ ପାଖକୁ ଯାଇଥିଲେ। ରାଜା ବ୍ରଜସୁନ୍ଦର ଦେବ ଶତାଧିକ ବିଲେଇମାନଙ୍କୁ ମହନ୍ତଙ୍କ ସହିତ ଆସିଥିବା ଓ ମନ୍ଦିରରେ ବିଶ୍ରାମ ନେବା ସମୟରେ ଏହି ବିଲେଇମାନଙ୍କ ପାଇଁ ଏତେ ପରିମାଣରେ ଖାଦ୍ୟ କେଉଁଠୁ ଆସୁଛି ପଚାରିବା ପରେ ମହନ୍ତ ବ୍ରଜମୋହନ ଦାସ ଉତ୍ତରରେ ଏହି ବିଲେଇମାନେ ମଦନମୋହନଙ୍କ ପାଖରେ ଲାଗି କରାଯାଉଥିବା ଖାଦ୍ୟକୁ ଖାଉଥିବା କହିଥିଲେ। ଏହାପରେ ରାଜା ଖୁସି ହୋଇ ନିଜ ପାରିଷଦଙ୍କୁ ବିଲେଇମାନଙ୍କ ଖାଦ୍ୟ ପାଇଁ 5ଏକର ସମ୍ପତ୍ତି ଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସେହିଦିନ ଠାରୁ ଏହି ମଠର ନାମ "ବିଲେଇଖିଆ" ନାମରେ ଖ୍ୟାତିଲାଭ କରିଛି ।

ହେଲେ ଏତେ ପରିମାଣରେ ଜମି ଥିଲେ ସୁଦ୍ଧା ଏହା ପର୍ଯ୍ୟାପ୍ତ ହେଉନାହିଁ । କାରଣ ଭାଗ ଚାଷ ହେଉଥିବା କାରଣରୁ ଚାଷୀମାନେ ସିଂହ ଭାଗ ଉତ୍ପାଦିତ ଖାଦ୍ୟଶସ୍ୟ ନେଉଥିବା ବେଳେ ଅବଶିଷ୍ଟାଂଶ ଖାଦ୍ୟଶସ୍ୟରେ ପୁନେଇ ପର୍ବ ଓ ମନ୍ଦିରର ବାର୍ଷିକୋତ୍ସଵ କରିବା ସମ୍ଭବପର ନୁହେଁ। ଏଭଳି ଏକ ବିରଳ ସ୍ଥାନକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବା ସହିତ ପର୍ଯ୍ୟଟନ କେନ୍ଦ୍ରଟିଏ ଖୋଲିଲେ ଏହାର ପ୍ରଚାର ପ୍ରସାର ସାଙ୍ଗକୁ ମନ୍ଦିର ପାଇଁ କିଛି ଆୟ ହୋଇପାରନ୍ତା ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:05.01.2020
Radhakanta Mohanty, Kendrapada
Slug-od_kpr_bilei matha_script_spl_7204459
Anchor-ମଠ ମନ୍ଦିରର ରାଜ୍ୟ ଓଡିଶା।ବିଭିନ୍ନ ଦେବାଦେବୀ ପୂଜନ ସହିତ ଏଠାକାର ପ୍ରାଚୀନ କୀର୍ତ୍ତିରାଜି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥାଏ।କେନ୍ଦ୍ରାପଡ଼ା ଜିଲ୍ଲା ଏହିଭଳି ମଠମନ୍ଦିର ଏବଂ କାରୁକାର୍ଯ୍ୟ ପାଇଁ ଓଡ଼ିଶାର ପ୍ରସିଦ୍ଧ ପୀଠ ମାନଙ୍କ ମଧ୍ୟରେ ଅନ୍ୟତମ।ତେବେ ଆଜି ଏଭଳି ଏକ ସ୍ଥାନର ଦୃଶ୍ୟ ଆମେ ଦେଖାଇବୁ ଯାହାକି କୌଣସି ଠାରେ ଆପଣ ଦେଖିନଥିବେ।
Body:VO1-ବିଲେଇମାନେ ଦେବନୀତି ପୂଜା ପରେ ଆସି ଖାଦ୍ୟ ଖାଉଛନ୍ତି।ଖାଇବାରେ ସେମାନଙ୍କ ପାଇଁ ରହିଛି ଭାତ ଓ କ୍ଷୀର।କେବଳ ଗୋଟିଏ ଓଳି ନୁହେଁ, ଉଭୟ ଦିନ ଏବଂ ରାତିରେ ବିଲେଇ ମାନଙ୍କ ପାଇଁ ଏଭଳି ଖାଦ୍ୟର ଆୟୋଜନ କରିଥାନ୍ତି ମଠାଧିସ ମହନ୍ତ ମହାରାଜ।ଆଜ୍ଞା ହଁ,ଏଭଳି ଏକ ଅନନ୍ୟ ଦୃଶ୍ୟ ହେଉଛି କେନ୍ଦ୍ରାପଡ଼ା ବ୍ଲକ ନିକିରାଇ ପଞ୍ଚାୟତ ଅଧିନ ମଠସାହିରେ ଥିବା ମଦନମୋହନଜୀୟୁ ମନ୍ଦିରର।ମନ୍ଦିରରେ ମଦନମୋହନଙ୍କ ମୁଗୁନି ପ୍ରସ୍ତର ମୂର୍ତ୍ତି ପୂଜା ପାଉଥିବା ବେଳେ ଶ୍ରୀ ଚୈତନ୍ୟ ମହାପ୍ରଭୁ,ରାଧାରାଣୀ, ଗୋପୀନାଥଜୀୟୁଙ୍କ ସମେତ ଅନ୍ୟୁନ ୧୫ ମୂର୍ତ୍ତି ପୂଜା ପାଇଥାନ୍ତି।ଠାକୁରଙ୍କ ନୀତିକାନ୍ତି ଯଥାରୀତି ପାଳନ ହେଉଥିବା ବେଳେ ପ୍ରତ୍ୟହ ଏଠାରେ ନିଯୋଗୀ ସେବକ ତଥା ଜନସାଧାରଣଙ୍କ ଦ୍ୱାରା କୀର୍ତ୍ତନ କରାଯାଏ। ଏଠାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ।ମନ୍ଦିର ତଥା ମଠର ସୁଚାରୁରୂପେ କାର୍ଯ୍ୟ ସମ୍ପାଦନ ଓ ରୀତିନୀତି ପାଇଁ ୧୬୦ ଏକର ଜମି ରହିଛି।ସବୁଠାରୁ ବଡ଼ କଥା ହେଉଛି ଏଠାରେ ପିଢ଼ି ପରେ ପିଢ଼ି ରହି ଆସୁଥିବା ବିଲେଇ ମାନଙ୍କ ପାଇଁ ସଂରକ୍ଷିତ ହୋଇ ରହିଛି ୫ ଏକର ଜମି।ଲୋକକଥା ଅନୁଯାୟୀ ପ୍ରାୟ ୫୦୦ବର୍ଷ ତଳର ଏହି ମନ୍ଦିରକୁ ଆଳି ରାଜା ୧୭୪୪ମସିହାରେ କେବଳ ବିଲେଇ ମାନଙ୍କ ଖାଦ୍ୟ ଓ ପୋଷଣ ପାଇଁ ଦାନ କରିଛନ୍ତି ୫ ଏକର ଜମି।କିମ୍ବଦନ୍ତୀ ଅନୁସାରେ,ଆଳି ରାଜା ବ୍ରଜସୁନ୍ଦର ଦେବ ଏହି ପଥ ମଧ୍ୟଦେଇ ରାଜନଗରକୁ ଯାଉଥିବା ବେଳେ ତାଙ୍କୁ କାନ୍ଧରେ ବୋହି ଆଣୁଥିବା ଆଲଟ(ସଵାରୀ କାଁଧଉଥିବା ବ୍ୟକ୍ତି)ମାନଙ୍କର ପାଦ ଫୁଲିବାରୁ ମଠ ଠାରୁ କିଛି ଦୂରରେ ସେମାନେ ବିଶ୍ରାମ ନେଲେ।ରାଜା ବ୍ରଜସୁନ୍ଦର ଦେବ ନିକଟରେ କୌଣସି ମଠ କିମ୍ବା ମନ୍ଦିରରେ ବିଶ୍ରାମ ନେବା ପାଇଁ ଚାହିଁବାରୁ ଆଲଟ ସମୂହ ଉକ୍ତ ମଦନମୋହନ ମନ୍ଦିର ତଥା ମଠର ମହନ୍ତ ବ୍ରଜମୋହନ ଦାସଙ୍କୁ ରାଜାଙ୍କର ବିଶ୍ରାମ ସମ୍ବନ୍ଧରେ ଅବଗତ କରାଇଲେ।ତେବେ ମହନ୍ତ ବ୍ରଜମୋହନ,ଆଳି ରାଜା ବ୍ରଜସୁନ୍ଦର ଦେବଙ୍କୁ ପାଛୋଟି ଆଣିବାକୁ ଯିବା ସମୟରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ୱ ବିଲେଇ ମହନ୍ତଙ୍କ ସହିତ ରାଜାଙ୍କ ପାଖକୁ ଯାଇଥିଲେ।ରାଜା ବ୍ରଜସୁନ୍ଦର ଦେବ ଶତାଧିକ ବିଲେଇ ମାନଙ୍କୁ ମହନ୍ତଙ୍କ ସହିତ ଆସିଥିବା ଓ ମନ୍ଦିରରେ ବିଶ୍ରାମ ନେବା ସମୟରେ ଏହି ବିଲେଇ ମାନଙ୍କ ପାଇଁ ଏତେ ପରିମାଣରେ ଖାଦ୍ୟ କେଉଁଠୁ ଆସୁଛି ପଚାରିବା ପରେ ମହନ୍ତ ବ୍ରଜମୋହନ ଦାସ ଉତ୍ତରରେ ଏହି ବିଲେଇ ମାନେ ମଦନମୋହନଙ୍କ ପାଖରେ ଲାଗି କରାଯାଉଥିବା ଖାଦ୍ୟକୁ ଖାଉଥିବା କହିଥିଲେ।ଏହାପରେ ରାଜା ଖୁସି ହୋଇ ନିଜ ପାରିଷଦଙ୍କୁ ବିଲେଇ ମାନଙ୍କ ଖାଦ୍ୟ ପାଇଁ ୫ଏକର ସମ୍ପତ୍ତି ଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ସେହିଦିନ ଠାରୁ ଏହି ମଠର ନାମ "ବିଲେଇଖିଆ" ନାମରେ ଖ୍ୟାତିଲାଭ କରିଛି।ସକାଳୁ ବିସ୍କୁଟ, କ୍ଷୀର ଖାଇବା ପରେ ବିଲେଇ ମାନେ କେଉଁଆଡ଼େ ଚାଲିଯାନ୍ତି।ପରେ ମଧ୍ୟାହ୍ନରେ ମଦନମୋହନଙ୍କ ସମେତ ଅନ୍ୟ ଦେବାଦେବୀଙ୍କ ପାଖରେ ନୀତିଭୋଗ ଘଣ୍ଟ ହେବାପରେ ଯିଏ ଯେଉଁଠାରେ ଥାଆନ୍ତି ମନ୍ଦିରକୁ ଚାଲିଆସି ଭାତ ଓ କ୍ଷୀର ଖାଇଥାନ୍ତି।ଆଶ୍ଚର୍ଯ୍ୟର କଥା ହେଉଛି ଏଠାରେ ରହୁଥିବା ବିଲେଇ, ବାହାରର ବିଲେଇ ମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ କରାଇ ଦେଇନଥାନ୍ତି।ପିଢ଼ି ପରେ ପିଢ଼ି ଏମାନେ ଏହି ମନ୍ଦିରରେ ରହି ଆସୁଥିବା ବେଳେ ବର୍ତ୍ତମାନ ଏମାନଙ୍କ ସଂଖ୍ୟା ୨୦-୩୦ରେ ପହଞ୍ଚିଲାଣି।
Byt-ନିରଞ୍ଜନ ଦାସ(ସ୍ଥାନୀୟ ବାସିନ୍ଦା ତଥା ମନ୍ଦିରର ସେବକ)
Byt-ମହନ୍ତ ଶ୍ରୀ ଅଭୟ ଚରଣ ଦାସ(ମଠାଧିସ)
VO2-ମନ୍ଦିରର ଏତେ ପରିମାଣରେ ଜମି ଥିଲେ ସୁଦ୍ଧା ଏହା ପର୍ଯ୍ୟାପ୍ତ ହେଉନାହିଁ କାରଣ ଭାଗ ଚାଷ ହେଉଥିବା କାରଣରୁ ଚାଷୀ ମାନେ ସିଂହ ଭାଗ ଉତ୍ପାଦିତ ଖାଦ୍ୟଶସ୍ୟ ନେଉଥିବା ବେଳେ ଅବଶିଷ୍ଟାଂଶ ଖାଦ୍ୟଶସ୍ୟରେ ପୁନେଇ ପର୍ବ ଓ ମନ୍ଦିରର ବାର୍ଷିକୋତ୍ସଵ କରିବା ସମ୍ଭବପର ନୁହେଁ।ଏଭଳି ଏକ ବିରଳ ସ୍ଥାନକୁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ଦେବା ସହିତ ପର୍ଯ୍ୟଟନ କେନ୍ଦ୍ର ଟିଏ ଖୋଲିଲେ ଏହାର ପ୍ରଚାର ପ୍ରସାର ସାଙ୍ଗକୁ ମନ୍ଦିର ପାଇଁ କିଛି ଆୟ ହୋଇପାରନ୍ତା ବୋଲି କୁହନ୍ତି ସ୍ଥାନୀୟ ବାସିନ୍ଦା।ସେହିପରି ଜିଲ୍ଲା ପ୍ରଶାସନ ସହଯୋଗରେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ଦ୍ୱାରା ଏଠାରେ ଏକ ବିଶାଳ ଇକୋ ପାର୍କ କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ଏଠାରୁ ଯେଉଁ ଅର୍ଥ ଆୟ ହେବ ତାହା ମନ୍ଦିରର ଆର୍ଥିକ ଅଭିବୃଦ୍ଧିକୁ ସହଯୋଗ କରିବ କି ନାହିଁ ତାହା ମଧ୍ୟ ସନ୍ଦେହରେ।ତେବେ ଏହି ବିରଳ ମନ୍ଦିର ତଥା ମଠରେ ସହଯୋଗର ହାତ ଏକାନ୍ତ କାମ୍ୟ ଥିବା ବେଳେ ପ୍ରଶାସନ କେଉଁ ପଦକ୍ଷେପ ନେଉଛି ତାହା ସମୟ କହିବ।
Byt-ରଘୁନାଥ ରାଉତ(ଅବସରପ୍ରାପ୍ତ ଶିକ୍ଷକ)
Byt-ସନତ କୁମାର ଜେନା(ସରପଞ୍ଚ, ନିକିରାଇ ଗ୍ରାମପଞ୍ଚାୟତ)
Conclusion:PTC
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.