ETV Bharat / state

ଟଙ୍କା ନାହିଁ ତ ଶବ ନାହିଁ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ - deadbody

ଟଙ୍କା ଡିପୋଜିଟ ନ କରି ପାରିବାରୁ ଶବ ଦେବାକୁ ମନା କଲା ମେଡିକାଲ । ଚାରି ଆଡୁ ନିରାଶ ହେବା ପରେ ସୋସିଆଲ ମିଡିଆରେ ସହାୟତା ମାଗୁଛି ଜଣେ ଅସହାୟ ବାପା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jun 23, 2019, 2:24 PM IST

Updated : Jun 25, 2019, 2:17 PM IST

କେନ୍ଦ୍ରାପଡା: ଟଙ୍କା ଆଗରେ ମରିଗଲା ମାନବିକତା । ଟଙ୍କା ଡିପୋଜିଟ୍ ହୋଇ ନ ପାରିବାରୁ ଶବ ଫେରାଇବାକୁ ମନା କରିଦେଲା ମେଡିକାଲ । ଚାରିଆଡୁ ନିରାଶ ହେବା ପରେ ଶେଷରେ ସୋସିଆଲ ମିଡିଆର ଆକୁଳ ନିବେଦନ କରିଛି ଜଣେ ଅସହାୟ ବାପା । ଯେଉଁ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

କେନ୍ଦ୍ରାପଡା ଜିଲ୍ଲା କରିଲୋପାଟଣା ଗାଁର ସୁନାକର ସାହୁଙ୍କ ପୁଅ ଭୁବନେଶ୍ବରସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାଇଥିଲେ ମେଡିକାଲ କର୍ତ୍ତୃପକ୍ଷ । ହେଲେ ଚିକିତ୍ସା ବାବଦକୁ ଖର୍ଚ୍ଚ ହୋଇଥିଲା 6 ଲକ୍ଷ ଟଙ୍କା । ସୁନାକର ମେଡିକାଲରେ ଏକଲକ୍ଷ 60 ହଜାର ଡିପୋଜିଟ୍ କରିଥିବାବେଳେ ବାକି ଟଙ୍କା ଜମା କରିବାକୁ ଅସମର୍ଥ ପ୍ରକାଶ କରିଥିଲେ । ମାତ୍ର ବିଡମ୍ବନାର ବିଷୟ ସମସ୍ତ ଅର୍ଥ ମେଡିକାଲରେ ଡିପୋଜିଟ ନ କଲେ ମୃତଦେହ ଦେବେ ନାହିଁ ବୋଲି ସଫାସଫା ମନା କରିଦେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ଫଳରେ ଚାରିଆଡୁ ନିରାଶ ହେବା ପରେ ସୋସିଆଲ ମିଡିଆର ସାହାରା ନେଇଛନ୍ତି ଅସହାୟ ବାପା । ସରକାର ତାଙ୍କୁ ସାହାଯ୍ୟ କରନ୍ତୁ ବୋଲି ହାତପାତି ସହାୟତା ମାଗୁଛନ୍ତି । ତେବେ ଏନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:Body:Conclusion:
Last Updated : Jun 25, 2019, 2:17 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.