ETV Bharat / state

ଦାଦାର ଢେଲା ମାଡରେ ପୁତୁରା ମୃତ - ସମ୍ପତ୍ତି ପାଇଁ ପୁତୁରା ମୃତ

କେନ୍ଦ୍ରାପଡାରେ ଚାଞ୍ଚଲ୍ୟ । ଦାଦାର ଢେଲା ମାଡରେ ପୁତୁରା ମୃତ । ବିଦ୍ୟୁତ ତାର ଟାଣିବାକୁ ନେଇ ପୁତୁରାକୁ ପଥର ଓ ଢେଲା ମାରିଲା ଦାଦା । ଏହି ଘଟଣାରେ ପୋଲିସ 6 ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଧିକ ପଢନ୍ତୁ...

A nephew killed by his uncle for property
ଦାଦାର ଢେଲା ମାଡରେ ପୁତୁର ମୃତ
author img

By

Published : Feb 19, 2020, 9:12 PM IST

କେନ୍ଦ୍ରାପଡା: ଜମିବାଡି ବିବାଦରୁ ଜଙ୍ଘନ୍ୟ ହତ୍ୟାକାଣ୍ଡ । ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ । ବାଲେଶ୍ବରରେ କିଛି ଏଭଳି ଘଟଣା ଘଟିବା ପରେ କେନ୍ଦ୍ରାପଡାରେ ମଧ୍ୟରେ ସେହି ସମାନ ଘଟଣା ଦେଖିବାକୁ ମିଳିଛି । କେନ୍ଦ୍ରାପଡା ଜିଲ୍ଲା ବକ୍ତାରପୁର ଗାଁର ତ୍ରିଲୋଚନ ମହାଳିକଙ୍କୁ ତାଙ୍କ ଦାଦା ଢେଲା ପଥର ମାଡ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଦାଦାର ଢେଲା ମାଡରେ ପୁତୁର ମୃତ

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ସହରର ବକ୍ତାରପୁର ଗାଁର ତ୍ରିଲୋଚନ ମହାଳିକ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ଗତ 16 ତାରିଖରେ ତ୍ରିଲୋଚନ ଓ ତାଙ୍କ ଦାଦା ତପନ ମହାଳିକ ଓ ବିପିନ ମହାଳିକ ପରିବାରଙ୍କ ମଧ୍ୟରେ ବିଦ୍ୟୁତ ତାର ଟଣାକୁ ନେଇ ଗଣ୍ଡଗୋଳ ହୋଇଥିଲା । ଏହା ପରେ ଉଭୟଙ୍କ ମଧ୍ୟରେ ମାଡ ମରାମରି ଓ ଢେଲା ପଥର ଫିଙ୍ଗା ପର୍ଯ୍ୟନ୍ତ କଥା ଯାଇଥିଲା । ଦୀର୍ଘ ଦିନ ହେବ ପୈତୃକ ଜମିବାଡି ବଣ୍ଟାକୁଣ୍ଟାକୁ ନେଇ ଉଭୟ ପରିବାର ମଧ୍ୟରେ ସମସ୍ୟା ଲାଗି ରହିଥିଲା । ଆଉ ଏଥିପାଇଁ ଅନେକ ଥର ଥାନାରେ ମାମଲା ମଧ୍ୟ ରୁଜୁ ହୋଇଛି । ସେପଟେ ଏହି ଘଟଣାରେ ପୋଲିସ 6 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.