ETV Bharat / state

ଦୁଇଦିନର ଶିଶୁକନ୍ୟାକୁ କୋଳରେ ଧରି ଅନଶନରେ ଅସହାୟ ପରିବାର - kendrapada district administration

ନିଜ ନବଜାତ ଶିଶୁ କନ୍ୟାକୁ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଲେ ଅସହାୟ ପରିବାର । ଅଧିକ ପଢନ୍ତୁ ...

ଦୁଇଦିନର ଶିଶୁକନ୍ୟାକୁ କୋଳରେ ଧରି ଅନଶନରେ ଅସହାୟ ପରିବାର

author img

By

Published : Jan 21, 2021, 10:57 PM IST

କେନ୍ଦ୍ରାପଡା: ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ନିଜ ନବଜାତ ଶିଶୁ କନ୍ୟାକୁ ଧରି ଜିଲ୍ଲାପାଳ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଲେ ଅସହାୟ ପରିବାର । ଧାରଣାରେ ବସିଥିବା ପରିବାର ହେଲେ ଡେରାବିଶ ଥାନା ଅନ୍ତର୍ଗତ ଧୃବ ଚରଣ ବେହେରାଙ୍କ ପରିବାର । ଗତ ୨୦୨୦ ମସିହା ଜୁନ୍ ୨୯ ତାରିଖରେ ଡେରାବିଶ ଥାନା ଅନ୍ତର୍ଗତ ଛତା ଚ୍ଛକ ଠାରେ ଏକ ଗୋଚର ଜମିରେ ଏକ ଘର କରି ରହୁଥିବା ବେଳେ ଦମ୍ପତିଙ୍କ ଝାଟିମାଟି ଘରକୁ ସ୍ଥାନୀୟ ତହସିଲଦାର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥିଲା l

ଦୁଇଦିନର ଶିଶୁକନ୍ୟାକୁ କୋଳରେ ଧରି ଅନଶନରେ ଅସହାୟ ପରିବାର

ସେହିଦିନ ଠାରୁ ଅସହାୟ ଅବସ୍ଥାରେ ଏଠି ସେଠି ମୁଣ୍ଡ ଗୁଞ୍ଜି ଥିଲେ ମଧ୍ୟ ତାଙ୍କୁ କୌଣସି ସ୍ଥାନରେ ଥଇଥାନ କରାଯାଇ ନଥିଲା । ଏବେ ନିକଟରେ ଅଭିଯୋଗକାରୀ ଧୃବ ଚରଣ ବେହେରାଙ୍କ ସ୍ତ୍ରୀ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି l ତେବେ ଏହି ନବଜାତ ପାଇଁ ନେଇ ସେ କେଉଁଠି ରହିବେ ବୋଲି ପ୍ରଶ୍ନ କରିବା ସହିତ ତାଙ୍କୁ ତୁରନ୍ତ ଥଇଥାନ କରିବା ପାଇଁ ଦାବି କରି ଧାରଣାକୁ ଓହ୍ଲାଇଛନ୍ତି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.