ETV Bharat / state

ବେଆଇନ ମାଛମାରି ୧୧ ମତ୍ସ୍ୟଜୀବୀ ଗିରଫ, ଟ୍ରଲର ଜବତ

ବେଆଇନ ଭାବେ ମାଛ ମାରିବା ପଡିଲା ମହଙ୍ଗା । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଏକକୁଳା ନିକଟରେ ୧୧ ଜଣ ମତ୍ସ୍ୟଜୀବୀଙ୍କୁ ବାନ୍ଧିଲା ବନ ବିଭାଗ । ଅଧିକ ପଢନ୍ତୁ...

author img

By

Published : Nov 5, 2021, 7:27 AM IST

ବେଆଇନ ମାଛମାରି ୧୧ ମତ୍ସ୍ୟଜୀବୀ ଗିରଫ, ଟ୍ରଲର ଜବତ
ବେଆଇନ ମାଛମାରି ୧୧ ମତ୍ସ୍ୟଜୀବୀ ଗିରଫ, ଟ୍ରଲର ଜବତ

କେନ୍ଦ୍ରାପଡା: ବେଆଇନ ଭାବେ ମାଛ ମାରିବା ପଡିଲା ମହଙ୍ଗା । ଏକାସାଙ୍ଗରେ ବନ୍ଧା ହେଲେ ୧୧ ଜଣ ମତ୍ସ୍ୟଜୀବୀ । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ଏକକୁଳା ନିକଟରେ ଏହି ମତ୍ସ୍ୟଜୀବୀମାନେ ମାଛ ମାରୁଥିଲେ । କେନ୍ଦ୍ରପଡା ବନ ବିଭାଗ ସମସ୍ତଙ୍କୁ ଗିରଫ କରିଛି । ଏଥିସହ ମାଛମରାରେ ବ୍ୟବହୃତ ମା ଶୁଭଲକ୍ଷ୍ମୀ ନାମକ ଟ୍ରଲର ସମେତ ଦୁଇଟି ଜିପିଏସ, ୧୪ଟି ଜାଲ, ଗୋଟିଏ ଫିସ ଫାଇଣ୍ଡର ଓ କୁଇଣ୍ଟାଲ କୁଇଣ୍ଟାଲ ମାଛ ଜବତ କରିଛି ବନ ବିଭାଗ । ବର୍ତ୍ତମାନ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ଋତୁ ଚାଲୁଥିବାରୁ ସମୁଦ୍ରରେ ମାଛ ମାରିବା ଉପରେ ରୋକ୍ ଲଗାଯାଇଛି । ହେଲେ କଟକଣା ଖିଲାପ କରି ସମ୍ପୃକ୍ତ ମତ୍ସ୍ୟଜୀବୀମାନେ ମାଛ ମାରୁଥିଲେ ।

ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ଋତୁକୁ ଦୃଷ୍ଟିରେ ରଖି ଧାମରା ଠାରୁ ଦେବୀ ମୁହାଣ ଯାଏଁ ସମୁଦ୍ର କୂଳଠାରୁ ୨୦ କିଲୋମିଟର ପର୍ଯ୍ୟନ୍ତ ଯନ୍ତ୍ରଚାଳିତ ଡଙ୍ଗା ଚଳାଚଳ ଅଥବା ମାଛ ମାରିବା ଉପରେ କଟକଣା ଜାରି ହୋଇଛି । ନଭେମ୍ବର ୧ ରୁ ଲାଗୁ ଏହି କଟକଣା ମେ ମାସ ୩୧ ତାରିଖ ଯାଏଁ ବଳବତ୍ତର ରହିବ । ହେଲେ ମାଛ ମାଫିଆମାନେ କଟକଣାକୁ ମାନୁନଥିବା ଦେଖାଯାଉଛି ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.