କେନ୍ଦ୍ରାପଡା: ପୁଣି କେନ୍ଦ୍ରାପଡା ଜିଲ୍ଲାରେ 50 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ସୋମବାର ଗୋଟିଏ ଦିନରେ କେନ୍ଦ୍ରାପଡା ଜିଲ୍ଲାରେ 50 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 139ରେ ପହଞ୍ଚିଛି।
ଗତ ଏପ୍ରିଲ 6ରେ ଜିଲ୍ଲାରେ ପ୍ରଥମ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଥିବା ଜଣାପଡିଛି। ସୋମବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ସୁରଟରୁ 36, ଚେନ୍ନାଇରୁ ଜଣେ, ଦିଲ୍ଲୀରୁ 3 ଜଣ, ମୁମ୍ବାଇରୁ 8ଜଣ, ଆନ୍ଧ୍ରପ୍ରଦେଶରୁ ଜଣେ ଓ ଉତ୍ତରପ୍ରଦେଶରୁ ଜଣେ ଫେରିଥିବା ନେଇ ଜିଲ୍ଲାପାଳ ସମର୍ଥ ବର୍ମାସୂଚନା ଦେଇଛନ୍ତି ।
ସମସ୍ତ ଆକ୍ରାନ୍ତଙ୍କୁ କେନ୍ଦ୍ରାପଡ଼ା ସମ କୋଭିଡ ହସ୍ପିଟାଲକୁ ଚିକିତ୍ସା ପାଇଁ ପଠାଯାଇଛି। ଜିଲ୍ଲାରେ ପଜେଟିଭ ସଂଖ୍ୟା 139ରେ ପହଞ୍ଚିଥିବା ବେଳେ ଗତ ରବିବାର ସୁଦ୍ଧା 57ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସୋମବାର ଆଉ 10ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିବେ ବୋଲି କହିଛନ୍ତି ଜିଲ୍ଲାପାଳ। ଏହି ସଂଖ୍ୟାକୁ ଦେଖିଲେ ଜିଲ୍ଲାରେ ମୋଟ ଆକ୍ରାନ୍ତ ସୁସ୍ଥ ସଂଖ୍ୟା 67 ଓ ଆକ୍ଟିଭ 72 ଜଣ ରହିଛନ୍ତି।
କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ