ETV Bharat / state

ଡାକ୍ତରଙ୍କ ଘରୁ ଲୁଟ ଘଟଣାରେ ୫ ଆନ୍ତଃରାଜ୍ୟ ଲୁଟେରା ଗିରଫ

author img

By

Published : May 22, 2023, 9:23 AM IST

ବନ୍ଧୁକ ମୁନରେ ଜଣେ ଡାକ୍ତରଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହିତ ନଗଦ ଟଙ୍କା ଲୁଟ ଘଟଣାରେ ୩ ଗିରଫ । ଅଧିକ ପଢନ୍ତୁ

5 inter state lootera gang arrested
5 inter state lootera gang arrested
5 inter state lootera gang arrested

କେନ୍ଦ୍ରାପଡା: ବନ୍ଧୁକ ମୁନରେ ଜଣେ ଡାକ୍ତରଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନାଗହଣା ସହିତ ନଗଦ ଟଙ୍କା ଲୁଟ ଘଟଣାରେ ଆଉ 3 ଲୁଟେରା ଗିରଫ । ଗତ ଗୁରୁବାର ରାତିରେ ଡାକ୍ତର ଓ ତାଙ୍କ ପତ୍ନୀ ଏବଂ ସାନଝିଅଙ୍କୁ ଆକ୍ରମଣ କରି ଲୁଟେରା ମାନେ ଫେରାର ହୋଇଯାଉଥିବା ବେଳେ ସେହି ଲୁଟେରାଙ୍କୁ ସାହସିକତାର ସହ କାବୁ କରି ଆଳି ପୋଲିସର ଜିମା ଦେଇଥିଲେ ଲୋକେ । ଏହି ଘଟଣା ଘଟିଥିଲା କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଧିନସ୍ଥ ଗୋବିନ୍ଦପୁର ଅଞ୍ଚଳରେ ।

ସୂଚନା ଅନୁଯାୟୀ, ଡାକ୍ତର ବଂଶୀଧର ମହାପାତ୍ର ତାଙ୍କ ଗୋବିନ୍ଦପୁର ସ୍ଥିତ ଘରେ ପରିବାର ସହିତ ଥିବା ବେଳେ ଗୁରୁବାର ରାତି ପ୍ରାୟ 11.30 ସମୟରେ ହଠାତ ଦୁଇ ଜଣ ଯୁବକ ବନ୍ଧୁକ ଓ କଟୁରୀ ନେଇ ଘର ବାଡ଼ିପଟରେ ପଶିଥିଲେ । ତେବେ ଡାକ୍ତରଙ୍କ ସାନ ଝିଅ ଦୁର୍ବୃତ୍ତ ମାନଙ୍କୁ ଦେଖି ପାଟି କରିବାରୁ ସେମାନେ ଡାକ୍ତରଙ୍କ ମୁଣ୍ଡରେ ବନ୍ଧୁକ ଓ ପତ୍ନୀଙ୍କ ବେକରେ କଟୁରି ଲଗାଇ ଲୁଟପାଟ କରିଥିଲେ । ଅନ୍ୟପଟେ ଲୁଟପାଟ ସରିଯିବା ସମୟରେ ଡାକ୍ତରଙ୍କ ଡାହାଣ ପଟ ଛାତି ସମେତ ଦୁଇ ହାତକୁ ମଧ୍ୟ କଟୁରୀରେ ଆକ୍ରମଣ କରି ଫେରାର ହୋଇଯାଉଥିଲେ ଦୁର୍ବୃତ୍ତ । ତେବେ ପେତପଡା ଗ୍ରାମବାସୀମାନେ ସାହସିକତାର ସହ ସେହି ଦୁଇ ଯୁବକଙ୍କୁ ତାଙ୍କ ଗ୍ରାମରୁ କାବୁ କରି ଅଟୋ ସମେତ ପୋଲିସର ଜିମା ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ-G20 Srinagar summit: ଆଜିଠୁ ଶ୍ରୀନଗରରେ ଜି୨୦ ସମ୍ମିଳନୀ, ସୁରକ୍ଷା ବ୍ୟବସ୍ଥା କଡାକଡି

ଏହା ମଧ୍ୟ ପଢନ୍ତୁୁ-Cabinet Reshuffle: ଆଜି ନବୀନଙ୍କ କ୍ୟାବିନେଟରେ ସାମିଲ ହେବେ 3 ନୂଆ ମନ୍ତ୍ରୀ

ତେବେ ଏନେଇ ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁରରେ ଡାକ୍ତର ବଂଶୀଧର ମହାପାତ୍ରଙ୍କ ଘରୁ ଡକାୟତି ଘଟଣାରେ ପୋଲିସ ୫ ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ବ୍ୟବହାର କରୁଥିବା ମୋଟର ସାଇକେଲ,ବନ୍ଧୁକ,କଟୁରୀ ଜବତ କରିଛି । ଏଥି ସହ ସେମାନଙ୍କ ନିକଟରୁ ନଗଦ ଟଙ୍କା ଓ ସୁନାଗହଣା ଉଦ୍ଧାର କରିଥିବା ନେଇ ଆଳି ଥାନାରେ ଅନୁଷ୍ଠିତ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ପଟ୍ଟାମୁଣ୍ଡାଇ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ । ଦୁଇ ଲୁଟେରାଙ୍କୁ ଗ୍ରାମବାସୀ ଅଟକ ରଖି ପୋଲିସ ଜିମା ଦେବା ପରେ ଏହି ରାକେଟକୁ ଗିରଫ କରିବାରେ ସଫଳ ହୋଇପାରିଛି ପୋଲିସ । ଅନ୍ୟପଟେ ରାକେଟରେ ଆହୁରି ଅନେକ ସମ୍ପୃକ୍ତ ଥିବା ନେଇ ସୂଚନା ଦେଇଛି ପୋଲିସ ।

ଇଟିଭି ଭାରତ, କେନ୍ଦ୍ରାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.