କେନ୍ଦ୍ରାପଡ଼ା: ଆଳି ଥାନା ଅନ୍ତର୍ଗତ ସଂସିଧା ଗାଁରେ ପଞ୍ଚାୟତ କଲ୍ୟାଣ ମଣ୍ଡପ କାମକୁ ନେଇ ଦୁଇପକ୍ଷ ମଧ୍ୟରେ ସଂଘର୍ଷ(Group crash in kendrapara) । ଫଳରେ ଉଭୟ ପକ୍ଷର ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଚିକିତ୍ସା ପାଇଁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଗୋଟିଏ ପକ୍ଷ ଆଳି ଥାନାରେ ଏତଲା ହୋଇ ଥିବାବେଳେ ପୋଲିସ ତଦନ୍ତ ଜାରିରଖିଛି ।
ଅଭିଯୋଗ ଅନୁଯାୟୀ, ପଞ୍ଚାୟତ କଲ୍ୟାଣ ମଣ୍ଡପ ପାଇଁ ପ୍ରସ୍ତାବିତ ସ୍ଥାନରେ ପୂର୍ବରୁ ଏକ ଜଳ ନିଷ୍କାସନ ପଥ ରହି ଥିବାବେଳେ ଏହାକୁ ସଂସିଧା ଗାଁର ରଶ୍ମିରଞ୍ଜନ ଭୂୟାଁ ବିରୋଧ କରିଥିଲେ । ତେବେ ଉକ୍ତ କାମର ଠିକାଦାର ଥିବା ଜ୍ଞାନରଞ୍ଜନ ଓ ଅନ୍ୟ ଦୁଇସାଥି ମରଣାନ୍ତକ ଆକ୍ରମଣ କରି ଲହୁଲୁହାଣ କରିଥିବା ରଶ୍ମିଙ୍କ ବାପା ଦଣ୍ଡପାଣି ଭୂୟାଁ ଆଳି ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପଟେ ରଶ୍ମିଙ୍କ ଆକ୍ରମଣରେ ମଧ୍ୟ ଜଣେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ