ETV Bharat / state

ଜିଲ୍ଲା ଗଠନକୁ 28 ବର୍ଷ, ପୂରଣ ହୋଇନି ମୌଳିକ ଆବଶ୍ୟକତା - ପୂରଣ ହୋଇପାରିନାହିଁ ମୌଳିକ ଆବଶ୍ୟକତା

ଜିଲ୍ଲା ଗଠନକୁ ପୁରିଛି ୨୮ ବର୍ଷ । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ଆବଶ୍ୟକତାଠାରୁ ବହୁଦୂରେ କେନ୍ଦ୍ରାପଡ଼ା ଜିଲ୍ଲା । ଅଧିକ ପଢନ୍ତୁ...

ଜିଲ୍ଲା ଗଠନକୁ ୨୯ବର୍ଷ, ପୂରଣ ହୋଇପାରିନାହିଁ ମୌଳିକ ଆବଶ୍ୟକତା

author img

By

Published : Apr 1, 2021, 9:31 PM IST

କେନ୍ଦ୍ରାପଡ଼ା: ଜିଲ୍ଲା ଗଠନକୁ ପୁରିଛି ୨୮ ବର୍ଷ । ୧୯୩୬ ମସିହା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସମୟରେ ରାଜ୍ୟରେ ମୋଟ ୧୩ଟି ଜିଲ୍ଲା ରହିଥିଲା । 1993 ମସିହା ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଅବିଭକ୍ତ କଟକ ଜିଲ୍ଲାକୁ ବିଭାଜିତ କରାଇ ନୂତନ ଭାବେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଯାଜପୁର ଜିଲ୍ଲା ପ୍ରତିଷ୍ଠା କରିଥିଲେ । ସେବେଠାରୁ ଆଜିଯାଏ ଦୀର୍ଘ ୨୮ ବର୍ଷ ବିତିଯାଇଥିଲେ ମଧ୍ୟ ଅଧୁନା ଜିଲ୍ଲାର ବିକାଶ ଯେଉଁ ତିମିରେକୁ ସେଇ ତିମିରେ ବୋଲି ଅଭିଯୋଗ ହୁଏ ।

ଜିଲ୍ଲା ଗଠନକୁ ୨୯ବର୍ଷ, ପୂରଣ ହୋଇପାରିନାହିଁ ମୌଳିକ ଆବଶ୍ୟକତା

ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଭଳି ମୌଳିକ ଆବଶ୍ୟକତାଠାରୁ ବହୁଦୂରେ କେନ୍ଦ୍ରାପଡ଼ା ଜିଲ୍ଲା । ଉଚ୍ଚଶିକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ଆଜି ମଧ୍ୟ ସୁଦୂର ଅଞ୍ଚଳକୁ ପାଠପଢା ପାଇଁ ଯାଇଥାନ୍ତି । ଅପରପକ୍ଷରେ କେନ୍ଦ୍ରାପଡ଼ା ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ପାଇଁ ବାରମ୍ବାର ଦାବି ହେଉଥିଲେ ମଧ୍ୟ ସରକାର ଭ୍ରୁକ୍ଷେପ କରୁନଥିବା ଅଭିଯୋଗ ହୋଇଛି । ସେହିପରି ଜିଲ୍ଲାରେ ଆବଶ୍ୟକୀୟ ଡାକ୍ତର ସଂଖ୍ୟା ୩ଶହରୁ ଭର୍ଦ୍ଧ୍ଵ ରହିଥିବା ବେଳେ ମାତ୍ର ୯୩ଜଣ ଡାକ୍ତରଙ୍କୁ ନେଇ ସ୍ୱାସ୍ଥ୍ୟସେବା ଚାଲିଛି ଯାହାକି ଉପାନ୍ତ ଅଞ୍ଚଳର ପରିସଂଖ୍ୟାନ ଠାରୁ କମ ।

ବିଭିନ୍ନ ସମୟରେ ଡାକ୍ତର ପଦବୀ ପୂରଣ ସହ ମେଡିକାଲ କଲେଜ ଦାବି ମଧ୍ୟ ହୋଇଛି ହେଲେ ଫଳ ଶୂନ । ଜିଲ୍ଲାରେ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ, କବାଟଶୂନ୍ୟ ଗାଁ ଶିଆଳିଆ, ହୁକିଟୋଲା ଭଳି ପର୍ଯ୍ୟଟନ ସ୍ଥଳୀ ଥିବା ବେଳେ ଗମନାଗମନର ବିକାଶ ହୋଇପାରୁନଥିବାରୁ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ହୋଇପାରୁନାହିଁ । ଜିଲ୍ଲାର ସାକ୍ଷରତା ହାର ୮୮ପ୍ରତିଶତ ହୋଇଥିବା ବେଳେ କର୍ମନିଯୁକ୍ତି ଅଭାବ ଏବଂ କ୍ଷୁଦ୍ର ଶିଳ୍ପକୁ ପ୍ରୋତ୍ସାହନ ଅଭାବରୁ ଗଞ୍ଜାମ ଜିଲ୍ଲା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ଦାଦନ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଅଭିଯୋଗ ହୋଇଛି । କେବଳ ଜିଲ୍ଲାର ମାନ୍ୟତା ପ୍ରଦାନ କରି ୨୮ ବର୍ଷରେ ୪୭ଜିଲ୍ଲାପାଳ ଦେଖି ପ୍ରଶାସନିକ ଅଦଳାବଦଳିର ଶିକାର ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଚିତ୍ର କିପରି ବଦଳୁଛି ସମୟ କହିବ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.