କେନ୍ଦ୍ରାପଡା: ଦ୍ରୁତ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର 14 ଦିନିଆ ଲକଡାଉନ ଘୋଷଣା କରିଛନ୍ତି । ଏହାର ଫାଇଦା ନେଇ ସକ୍ରିୟ ହୋଇଛନ୍ତି ଚୋରା ମଦ ବ୍ୟବସାୟୀ । ଖବର ପାଇ ପୋଲିସ ଚଢାଉ କରି ମଦ ଜବତ କରିବା ସହ 4 ଜଣଙ୍କୁ ଗିରଫ କରିଥିବା ଜଣାପଡିଛି ।
ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ଥାନା ଚଣ୍ଡିଖୋଲ-ପାରାଦ୍ବୀପ ଦେଇ ମଦ ଚାଲାଣ ହେଉଥିଲେ । ଏହି ସମୟରେ ଲକ୍ଷ୍ମୀନାରାୟଣପୁର ଛକ ନିକଟରେ ଚଢାଉ କରି ପୋଲିସ 25 ଲିଟରୁ ଊର୍ଦ୍ଧ୍ବ ଚୋରାମଦ ଜବତ କରିଛି । ଏଥିସହ ମାମଲାରେ ସମ୍ପୃକ୍ତ 4 ଜଣଙ୍କୁ ଗିରଫ କରାଯାଇଛି । ଏନେଇ ଡେରାବିଶ୍ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ