କେନ୍ଦ୍ରାପଡ଼ା: କ୍ୟାମେରା ରଖିବ ବନ୍ୟଜନ୍ତୁଙ୍କ ଗତିବିଧି ଉପରେ ନଜର। ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ କ୍ୟାମେରା ଟ୍ରାପ ମାଧ୍ୟମରେ ବନ୍ୟଜନ୍ତୁଙ୍କ ଗତିବିଧି ନିରୀକ୍ଷଣ କରାଯିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ । ଏଥିଲାଗି ଏହି ଉଦ୍ୟାନରେ ୨୦ଟି ସିସିଟିଭି ଲଗାଯାଇଛି ।
ପଲିଗନ୍ ସର୍ଚ୍ଚ ମାଧ୍ୟମରେ ଭିତରକନିକାରେ ଥିବା ବନ୍ୟଜନ୍ତୁଙ୍କ ଗତିବିଧି ନିରୀକ୍ଷଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦଫାରେ ରାଜନଗର ରେଞ୍ଜର ବରୁଣେଇ, ଦୋବନ୍ଧି, ଠାକୁରଡିଆ ଫରେଷ୍ଟ ବ୍ଲକ, ଅଙ୍ଗାରି ଫରେଷ୍ଟ ବ୍ଲକ ଆଦି ସ୍ଥାନରେ ୨୦ଟି କ୍ୟାମେରା ଲଗାଯାଇଛି । ଆଗକୁ ବନଖଣ୍ଡ ଅଧିନରେ ଥିବା ୫ଟି ରେଞ୍ଜରେ ଏହି କ୍ୟାମେରା ଲଗାଯିବାକୁ ସ୍ଥିର କରାଯାଇଛି ।
ଏହି କ୍ୟାମେରାରେ ୧ ମାସ ଯାଏ ଭିଡିଓ ରେକଡ଼ିଂ ସଂରକ୍ଷିତ ହୋଇ ରହିବ ଏବଂ ଭିତରକନିକାରେ ଥିବା ବନ୍ୟଜନ୍ତୁ ମାନଙ୍କ ଗତିବିଧି ନିରୀକ୍ଷଣ କରାଯିବ । ଏହା ସହ ଶିକାରୀମାନଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ରଖାଯାଇପାରିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ ।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ