କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ବ୍ଲକ ମଦନପୁର ଗ୍ରାମର ବଢ଼େଇସାହିରେ ଭୟାବହ ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ 4ଟି ପରିବାରର 12 ବଖରା ଘର ପୋଡି ପାଉଁଶ ହୋଇଯାଇଥିବା ସୂଚନା ମିଳିଛି। ତେବେ ଶନିବାର ଅପରାହ୍ନରେ ନିଆଁ ଲାଗିଥିବା ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ବିଳମ୍ବରେ ପହଞ୍ଚିବା ହେତୁ ନିଆଁକୁ ଆୟତ କରିବାରେ ବିଫଳ ହୋଇଥିଲା ବୋଲି ଅଭିଯୋଗ ହୋଇଛି।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ରହିଥିବା ବେଳେ ବହୁ ମୂଲ୍ୟବାନ ଜିନିଷ ନଷ୍ଟ ହୋଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବା ସୂଚନା ମିଳିଛି। ତେବେ ପ୍ରଶାସନ ପକ୍ଷରୁ ପରିବାର ପିଛା ଗୋଟିଏ ଲେଖାଏଁ ପାଲ ପ୍ରଦାନ କରାଯାଇଛି। ବିଧାୟକ ଧ୍ରୁବଚରଣ ସାହୁ ଅଗ୍ନିବିପନ୍ନ ପରିବାର ନିକଟରେ ପହଞ୍ଚି ସମବେଦନା ଜଣାଇବା ସହିତ ତୁରନ୍ତ ସେମାନଙ୍କୁ ସହାୟତା ପ୍ରଦାନ ପାଇଁ ପ୍ରତିଶୃତି ଦେଇଛନ୍ତି।
କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ