ETV Bharat / state

ନକଲି ମଦ ପ୍ରସ୍ତୁତକାରୀ ଗିରଫ, ସରକାରୀ ସିଲ ଓ ଠିପିରେ ଚାଲୁଥିଲା ବ୍ଲୁପ୍ରିଣ୍ଟ

author img

By

Published : Sep 3, 2021, 6:39 PM IST

ଆକ୍ସନ ମୋଡ଼ରେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ । ଜିଲ୍ଲାରେ ସରକାରୀ ସିଲ୍ ଓ ଠିପିରେ ଚାଲୁଥିଲା ନକଲି ମଦର ବ୍ଲୁପ୍ରିଣ୍ଟ । ଅଧିକ ପଢନ୍ତୁ...

ନକଲି ମଦ ପ୍ରସ୍ତୁତକାରୀ ଗିରଫ; ସରକାରୀ ସିଲ ଓ ଠିପିରେ ଚାଲୁଥିଲା ବ୍ଲୁପ୍ରିଣ୍ଟ

କେନ୍ଦ୍ରାପଡ଼ା: ଆକ୍ସନ ମୋଡ଼ରେ କେନ୍ଦ୍ରାପଡ଼ା ଅବକାରୀ ବିଭାଗ । ଚଳିତ ସପ୍ତାହରେ ଦୁଇଦୁଇଟି ସ୍ଥାନରୁ ଧଳା ଜହର ଜବତ କରି ନିଶା ମାଫିଆଙ୍କୁ ବିଭାଗ ଟାର୍ଗେଟ କରିଥିବା ବେଳେ ଏବେ ସ୍କାନରରେ ନକଲି ମଦ ପ୍ରସ୍ତୁତକାରୀ । ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣ ନକଲି ହାତ ତିଆରି ମଦ ଜବତ କରାଯାଇଥିବା ସୂଚନା ମିଳିଛି ।

କେନ୍ଦ୍ରାପଡ଼ା ଅନ୍ତର୍ଗତ ବାରୋ ଗ୍ରାମର ଶ୍ରୀଧର ଦାସ ନାମକ ଜଣେ ବ୍ୟକ୍ତି ତାଙ୍କ ଘରେ ବିଦେଶୀ ମଦ ତିଆରି କରୁଥିବା ସମୟରେ ଜିଲ୍ଲା ଅବକାରୀ ବିଭାଗ ଜାଣିବା ପରେ ଚଢାଉ କରିଥିଲା । ଏହି ଚଢାଉ ସମୟରେ ଶ୍ରୀଧରଙ୍କ ଘରୁ ୧୦୦ ବୋତଲ ବିଦେଶୀ ମଦ ସହ ସରକାରୀ ଲୋଗୋ ଥିବା ନକଲି ଷ୍ଟିକର ଓ ଠିପିକୁ ଜବତ କରିଛି ବିଭାଗ । ଏହାସହ ଏକ ୫ ଲିଟରର ଜାର ଏବଂ ୧୨୦ଟି ଖାଲି ଠିପି ଖାଲି ଥିବା ପୁରୁଣା ଭିନ୍ନ କମ୍ପାନୀ ନାମରେ ଥିବା ଖାଲି ବୋତଲ ଜବତ କରାଯାଇଛି । ଏହାପରେ ଅବକାରୀ ବିଭାଗ ଶ୍ରୀଧରକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ତେବେ କେବେଠାରୁ ଶ୍ରୀଧର ଏଭଳି ନକଲି ମଦ ତିଆରି କରୁଛି ଓ କିଏ ଏସବୁ ସାମଗ୍ରୀ ଶ୍ରୀଧର ନିକଟରେ ପହଞ୍ଚାଉଛି ସେନେଇ ଅବକାରୀ ବିଭାଗ ଅଧିକ ତଦନ୍ତ ଚଳାଇଛି । ଜିଲ୍ଲାରେ ୧୦ରୁ ଊର୍ଦ୍ଧ୍ବ ସ୍ଥାନରେ ଏଭଳି ନକଲି ମଦ ତିଆରି କରାଯାଉଥିବା ଅଭିଯୋଗ ହୋଇ ଆସୁଥିବା ବେଳେ ପ୍ରାଥମିକ ଭାବେ ଆଜି ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

କେନ୍ଦ୍ରାପଡ଼ାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.