କେନ୍ଦ୍ରାପଡ଼ା: ଜମିବାଡି଼ ବିବାଦକୁ କେନ୍ଦ୍ର କରି ସଙ୍ଘର୍ଷ । କେଇ ଗୁଣ୍ଠ ଜମି ପାଇଁ ରକ୍ତପାତରେ ୫ ଗୁରୁତର ହୋଇଥିବାବେଳେ ଜଣକର ଜୀବନ ଯାଇଛି । ଏଭଳି ଅଭାବନୀୟ ଘଟଣା ଘଟି ଯାଇଛି ମହାକାଳପଡ଼ା ଥାନା ଅଧିନ ରାଜଗଡ଼ ପଞ୍ଚାୟତର ପଡ଼ାଗୟାସପୁର ଗାଁରେ ।
ସୂଚନା ଅନୁସାରେ ଏହି ଗାଁର ଦୁଇ ପରିବାର ମଧ୍ୟରେ କେଇ ଗୁଣ୍ଠ ଜମିକୁ ନେଇ ବିବାଦ ଉପୁଜିଥିଲା । ପରବର୍ତ୍ତୀ ସମୟରେ ଉଭୟ ପରିବାର ମଧ୍ୟରେ ମାରପିଟ୍ ଆରମ୍ଭ ହୋଇ ଯାଇଥିଲା । ଏଥିରେ ଗୋଟିଏ ପରିବାରର ୪ ଜଣ ଗୁରୁତର ହୋଇ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି । ସେପଟେ ଅନ୍ୟ ପରିବାରର ଦୁଇ ଆହତଙ୍କ ମଧ୍ୟରୁ ଜଣେ ଗୁରୁତର ହୋଇ କଟକ ସ୍ଥାନାନ୍ତର ହୋଇଥିବାବେଳେ ଦିଲ୍ଲୀପ ପଣ୍ଡା ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।
ଇଟିଭି ଭାରତ, କେନ୍ଦ୍ରାପଡ଼ା