ETV Bharat / state

ଟିଏମସିରେ ପ୍ରବାସୀଙ୍କ ଆତ୍ମହତ୍ୟା, ସୁଇସାଇଡ ନୋଟ ଜବତ

author img

By

Published : Jun 21, 2020, 9:52 PM IST

କନ୍ଧମାଳ ଜିଲ୍ଲା ତୁମୁଡ଼ି ବନ୍ଧ ବ୍ଲକ ବୁଦୁଲି ପଦର ଗ୍ରାମ ଜଣେ ଯୁବକ କୋଭିଡ ସେଣ୍ଟରରେ ଆତ୍ମହତ୍ୟା କରିଛନ୍ତି । ପୋଲିସ ଘଟଣାସ୍ଥଳରୁ ସୁସାଇଡ ନୋଟ ଜବତ କରିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଜଣାପଡିଛି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଟିଏମସିରେ ପ୍ରବାସୀଙ୍କ ଆତ୍ମହତ୍ୟା
ଟିଏମସିରେ ପ୍ରବାସୀଙ୍କ ଆତ୍ମହତ୍ୟା

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ କୋଭିଡ-୧୯ ର ୬ ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଖୋଲା ଯାଇଥିବା ବେଳେ ବାଲିଗୁଡ଼ା ବଡ଼ଗାଁ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଜଣେ ଯୁବକ ଆତ୍ମହତ୍ୟା କରିଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । ପୋଲିସ୍ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ଜବତ କରିଛି । ଯୁବକଙ୍କ ଘର ତୁମୁଡ଼ି ବନ୍ଧ ବ୍ଲକ ବୁଦୁଲି ପଦର ଗ୍ରାମରେ ବୋଲି ଜଣାପଡ଼ିଛି । ଘଟଣାକୁ ନେଇ ଚାପା ଉତ୍ତେଜନା ଜଣାପଡିଛି ।

ଟିଏମସିରେ ପ୍ରବାସୀଙ୍କ ଆତ୍ମହତ୍ୟା
ଟିଏମସିରେ ପ୍ରବାସୀଙ୍କ ଆତ୍ମହତ୍ୟା

ସେପଟେ ଘଟଣାସ୍ଥଳରେ ବାଲିଗୁଡ଼ା ଉପଜିଲ୍ଲାପାଳ, ତହସିଲଦାର, ଏସଡିପିଓ, ଥାନା ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଯୁବକ ଜଣକ ହାଇଦ୍ରାବାଦରୁ ଆସିଥିଲେ ଏବଂ ବାଲିଗୁଡା କୋଭିଡ୍ କେୟାର ସେଣ୍ଟରକୁ ଗତ ୧୩ ତାରିଖରେ ଆସିଥିଲେ । ମୃତକଙ୍କ ସ୍ବାବ୍ ଟେଷ୍ଟ ପାଇଁ ପଠାଯାଇଥିବା ବେଳେ ଯୁବକ ଜଣକ ମାନସିକ ଦୁଶ୍ଚିନ୍ତାରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।

ପ୍ରଶାସନ ପକ୍ଷରୁ ପରିବାର ଲୋକଙ୍କୁ ଡକାଇ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କ ଉପସ୍ଥିତିରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ମୃତକଙ୍କ ଅନ୍ତିମ ସଂସ୍କାର କରାଯାଇଛି । ସ୍ବାବ୍ ରିପୋର୍ଟ ଆସିଲେ ମୃତକ କୋରୋନା ଆକ୍ରାନ୍ତ କି ନାହିଁ ତାହା ଜଣାପଡ଼ିବ ବୋଲି କହିଛନ୍ତି ବାଲିଗୁଡ଼ା ଉପଜିଲ୍ଲାପାଳ ଦେବେନ୍ଦ୍ର କୁମାର ନନ୍ଦ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.