ETV Bharat / state

କନ୍ଧମାଳ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣା, ସାଧାରଣରେ ଭୟ ସଞ୍ଚାର

କିଛି ଦିନ ହେବ ମାଓବାଦୀଙ୍କ ତୁହାକୁ ତୁହା ଆକ୍ରମଣ ବଢିବାରେ ଲାଗଛି । ଯେଉଁଥିରେ ସାଧାରଣ ଲୋକ ଶିକାର ହୋଇଛନ୍ତି । ଗତକାଲି (ବୁଧବାର) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡିଙ୍ଗିଆ ପଞ୍ଚାୟତ କିଆମୁଣ୍ଡା ନିକଟରେ ମାଓବାଦୀ ଖଞ୍ଜି ଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ଏହା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

author img

By

Published : Feb 10, 2022, 1:32 PM IST

କନ୍ଧମାଳ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣା
କନ୍ଧମାଳ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣା

ଫୁଲବାଣୀ: ଦିନକୁ ଦିନ ବଢୁଛି ଲାଲବାହିନୀଙ୍କ ଉତ୍ପାତ । କିଛି ଦିନ ହେବ ମାଓବାଦୀଙ୍କ ତୁହାକୁ ତୁହା ଆକ୍ରମଣ ବଢିବାରେ ଲାଗଛି । ଯେଉଁଥିରେ ସାଧାରଣ ଲୋକ ଶିକାର ହୋଇଛନ୍ତି । ଗତକାଲି (ବୁଧବାର) କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ସାଡିଙ୍ଗିଆ ପଞ୍ଚାୟତ କିଆମୁଣ୍ଡା ନିକଟରେ ମାଓବାଦୀ ଖଞ୍ଜି ଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ଏହା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଏହା ସହିତ ଲଗାତାର ମାଓବାଦୀଙ୍କ ଏହି ବର୍ବରତା ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି ।

କନ୍ଧମାଳ ଲ୍ୟାଣ୍ଡମାଇନ ବିସ୍ଫୋରଣ ଘଟଣା

ସୂଚନାଅନୁସାରେ ଗାଁର ପ୍ରଣୟ କହଁର ଓରଫ ପିଙ୍କୁ ଗାଈ ଚରାଇବାକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ତାଙ୍କୁ ମୃତ୍ୟୁ ସେଠି ଛକି କରି ବସିଛି । ମାଓବାଦୀ ଖଞ୍ଜିଥିବା ଲ୍ୟାଣ୍ଡମାଇନ ସଂସ୍ପର୍ଶରେ ଆସିଥିଲେ ପ୍ରଣୟ । ଫଳରେ ଲ୍ୟାଣ୍ଡମାଇନଟି ଫୁଟିବା କାରଣରୁ ଅକାଳରେ ତାଙ୍କ ଲିଭିଯାଇଛି ତାଙ୍କ ଜୀବନ ଦୀପ। ଘଟଣାର ପୂର୍ବ ଦିନ ଅର୍ଥାତ ସୋମବାର ପୋଲିସ ସହ ସନ୍ଧାନୀ କୁକୁର ଦଳ ଯାଇ ସେହି ଅଞ୍ଚଳରେ ଗୋଟିଏ ବୋମାକୁ ଫୁଟାଇଥିବା ବେଳେ ଗୋଟିଏ ବୋମାକୁ ନିଷ୍କ୍ରିୟ କରିଥିଲେ । ପୋଲିସ ଉପରେ ପ୍ରତିଶୋଧ ନେବାକୁ ମାଓବାଦୀମାନେ ସାଧାରଣ ଲୋକଙ୍କ ଜୀବନ ନେଉ ଥିବାରୁ ସ୍ଥାନୀୟ ଅଞ୍ଚରେ ଜନ ଅସନ୍ତୋଷ ଦେଖାଦେଇଛି ।

ଫିରିଙ୍ଗିଆ ଥାନାଧିକାରୀ ପି.ଶ୍ୟାମସୁନ୍ଦର ରାଓ ଅପରାହ୍ନରେ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ପୋଲିସ ସେଠାରୁ ସମସ୍ତ ମାଓବାଦୀ ବ୍ୟାନର ହଟାଇଛି । ସିଆରପିଏଫ, ଡିଭିଏଫ୍ ଏବଂ ପୋଲିସ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରହିଛି । ପୋଲିସକୁ ଟାର୍ଗେଟ କରି ମାଓବାଦୀ ମାନଙ୍କ ଦ୍ବାରା ଲଗା ଯାଇଥିବା ଲ୍ୟାଣ୍ଡମାଇନ ଯୋଗୁଁ ସାଧାରଣ ଏବଂ ନିରୀହ ଲୋକଙ୍କ ଜୀବନ ଯାଉଛି ।

ପିଙ୍କୁଙ୍କ ପରିବାରକୁ ସରକାର ତୁରନ୍ତ କ୍ଷତିପୁରଣ ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଭୋଟ ଗ୍ରହଣ ତାରିଖ ପାଖେଇ ଆସୁଥିବା ବେଳେ ମାଓବାଦୀ ମାନଙ୍କର ଏଭଳି କାଣ୍ଡ ଯୋଗୁ ଲୋକଙ୍କ ଭିତରେ ଆତଙ୍କ ଖେଳିଯାଇଛି ।

ପଞ୍ଚାୟତ ନିର୍ବାଚନକୁ ବିରୋଧ କରି ବ୍ୟାନର ପୋଷ୍ଟର ମାରିବା ସହ ଲ୍ୟାଣ୍ଡମାଇନ ବିସ୍ଫୋରଣ କରି ବଡ ଧରଣର ହିଂସାକାଣ୍ଡ ଭିଆଇବାକୁ ମାଓବାଦୀ ଉଦ୍ୟମ ଚଳାଇଛନ୍ତି । ସେମାନଙ୍କ ଉପସ୍ଥିତି ଜାହିର କରି ଏହି କାଣ୍ଡ ଘଟାଉଛନ୍ତି ଲାଲବାହିନୀ । କିଛି ଦିନ ତଳେ କଳାହାଣ୍ଡିରେ ମାଓ ହମଲାରେ ଜଣେ ସାମ୍ବାଦିକ ରୋହିତ ବିଶ୍ବାଳଙ୍କୁ ମୃତ୍ୟୁ ଘଟଣାକୁ ଦିନ କେଇଟା ନପୁରୁଣ କନ୍ଧମାଳରେ ଏପରି କାଣ୍ଡ ଘଟାଇଛନ୍ତି ମାଓବାଦୀ ।

କନ୍ଧମାଳରୁ ସଞ୍ଜୟ ପାତ୍ର,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.