ETV Bharat / state

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

author img

By

Published : Jun 9, 2022, 8:37 PM IST

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ

ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ
ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ଫୁଲବାଣୀ : ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ । ମୃତ ବ୍ୟକ୍ତି ଜଣକ ହେଲେ କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ବଡିମୁଣ୍ଡା ନୂଆସାହି ଗ୍ରାମର ଯୁବକ ପ୍ରଦ୍ୟୁମ୍ନ ବୁର୍ଗୀ । ପ୍ରଦ୍ୟୁମ୍ନ ସକାଳ ୫ଟାରେ ଘରର ବିଦ୍ୟୁତ ବୋର୍ଡକୁ ଠିକ କରୁଥିବାବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ଅବସ୍ଥାରେ ଟିକାବାଲି ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ହେଲେ ସେଠାରେ ଡାକ୍ତର ପ୍ରଦ୍ୟୁମ୍ନଙ୍କୁ ମୃତ ଘୋଷଣା କରିଥିଲେ । ଟିକାବାଲି ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରଯାଇଛି। ମୃତ ପ୍ରଦ୍ୟୁମ୍ନଙ୍କର ଦୁଇଟି ଝିଅ ଅଛନ୍ତି । ଜଣେ ୧୨ବର୍ଷର ହୋଇଥିବାବେଳେ ଆଉ ଜଣେ ୬ବର୍ଷର ।

ଘରର ଜଣେ ରୋଜଗରିଆ ପୁଅ ଥିଲେ ପ୍ରଦ୍ୟୁମ୍ନ । ହୁଡୁହୁଡୁରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଭାଇଙ୍କୁ ମିଶାଇ ୪ପରିବାର ଚଳାଉଥିଲେ ପ୍ରଦ୍ୟୁମ୍ନ । ଏବେ ଏହି ପରିବାର କିପରି ଚଳିବେ ବୋଲି ଗ୍ରାମବାସୀ କହିଛନ୍ତି । ତେଣୁ ସରକାରଙ୍କ ପକ୍ଷରୁ ଉକ୍ତ ପରିବାରକୁ ଆର୍ଥିକ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.