ETV Bharat / state

ମାଓବାଦୀ ନାଁରେ ଟଙ୍କା ମାଗି ଯୁବକ ଗିରଫ

author img

By

Published : Jan 24, 2022, 7:36 AM IST

କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛପଡା ଥାନା ପୋଲିସ ମାଓବାଦୀ ନାମରେ ଟଙ୍କା ମାଗିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି । ଅଧିକ ପଢନ୍ତୁ

ମାଓବାଦୀ ନାଁରେ ଟଙ୍କା ମାଗି ଯୁବକ ଗିରଫ
ମାଓବାଦୀ ନାଁରେ ଟଙ୍କା ମାଗି ଯୁବକ ଗିରଫ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛପଡା ଥାନା ପୋଲିସ ମାଓବାଦୀ ନାମରେ ଟଙ୍କା ମାଗିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି । ଯୁବକ ଜଣକ ହେଲେ ଖଜୁରୀଗାଁର ସୁଶାନ୍ତ ଦିଗାଲ । ମିଳିଥିବା ସୂଚନା ଅନୁସାରେ ସୁଶାନ୍ତ ସଲାଗୁଡା ପଞ୍ଚାୟତ ବଦାପାଜୁ ଗ୍ରାମକୁ ଯାଇ କିଛି ଲୋକଙ୍କୁ ମାଓବାଦୀ କହି ଡରାଇବା ସହ ୧୬ ହଜାର ଟଙ୍କା ମାଗିଥିଲେ ।

ମାଓବାଦୀ ନାଁରେ ଟଙ୍କା ମାଗି ଯୁବକ ଗିରଫ

ଏଥିରେ ଗ୍ରାମବାସୀ ଭୟଭୀତ ହୋଇ ଗ୍ରାମ କମିଟିରୁ ୧୨ ହଜାର ଟଙ୍କା ବୃଷବ କହଁରଙ୍କ ମାଧ୍ୟମରେ ସୁଶାନ୍ତଙ୍କୁ ଦେଇଥିଲେ । ପରେ ଏନେଇ ଗ୍ରାମବାସୀ ଗୋଛାପଡ଼ା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ୧୧/୨୨ରେ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.