ETV Bharat / state

ଖବର ସଂଗ୍ରହ କରିବାକୁ ଯାଇ ପ୍ରାଣ ହରାଇଲେ ଯୁବ ସାମ୍ବାଦିକ ବିକାଶ, ଅନ୍ୟଜଣେ ଗୁରୁତର

author img

By

Published : Nov 2, 2022, 11:38 AM IST

ଆରପାରିରେ ଫୁଲବାଣୀର ୱେବ ଚ୍ୟାନେଲ ଓ ପୃଷ୍ଠଭୂମି ଖବର କାଗଜର ଯୁବ ସାମ୍ବାଦିକ ବିକାଶ ମିଶ୍ର । ଏକ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ବିକାଶ । ଅଧିକ ପଢନ୍ତୁ

ସଡ଼କ ଦୁର୍ଘଟଣାରେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ, ଅନ୍ୟ ଜଣେ ସାମ୍ବାଦିକ ଗୁରୁତର

ଫୁଲବାଣୀ: ସଡ଼କ ଦୁର୍ଘଟଣାରେ ଯୁବ ସାମ୍ବାଦିକଙ୍କ ମୃତ୍ୟୁ (Journalist killed in road accident )। ମଙ୍ଗଳବାର ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣାରେ ଫୁଲବାଣୀର ୱେବ ଚ୍ୟାନେଲ ଓ ପୃଷ୍ଠଭୂମି ଖବର କାଗଜର ଯୁବ ସାମ୍ବାଦିକ ବିକାଶ ମିଶ୍ରଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ୱେବ ସାମ୍ବାଦିକ ବିକାଶ ଦିଗାଲ ଗୁରୁତର ଆହତ ହୋଇଛନ୍ତି l

ଏହା ମଧ୍ୟ ପଢନ୍ତୁ: ଦିଲ୍ଲୀରେ ଟ୍ରିପଲ ମର୍ଡର: ଚାକିରିରୁ ବାହାର କରିବାରୁ ସ୍ବାମୀ-ସ୍ତ୍ରୀ ଓ ଚାକରାଣୀକୁ ନିର୍ମମ ହତ୍ୟା

ସୂଚନାଯୋଗ୍ୟ ଯେ, ଦୁହେଁ କୌଣସି ସମ୍ବାଦ ସଂଗ୍ରହ କରିବାକୁ ବାଇକରେ ଖଜୁରୀପଡା ଯାଉଥିବା ବେଳେ ସମ୍ବେ ପଦର ନିକଟରେ ଏକ ଗାଡି ବାଇକକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବିକାଶ ମିଶ୍ରଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ଖଜୁରୀପଡା ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ପ୍ରଥମେ ଖଜୁରୀପଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ l ତେବେ ବିକାଶ ମିଶ୍ରଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ବିକାଶ ଦିଗାଲଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ସଦରମହକୁମା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି l

ଏହା ମଧ୍ୟ ପଢନ୍ତୁ: ଖୋର୍ଦ୍ଧାରେ କାର୍-ଟ୍ରକ ମୁହାଁମୁହିଁ ଧକ୍କା: ୩ ମୃତ

ସାମ୍ବାଦିକ ବିକାଶ ମିଶ୍ରଙ୍କ ଅକାଳ ମୃତ୍ୟୁରେ ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ପ୍ରେସକ୍ଲବ ସଭାପତି ସୁନୀଲ ପଟ୍ଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲା ସାମ୍ବାଦିକ ସଙ୍ଘ ସଭାପତି ଡ଼ଃ ଅରୂପ ଜେନା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ l ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ପରିବାରକୁ କ୍ଷତିପୂରଣ ରାଶି ଯୋଗାଇଦେବାକୁ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଓ ଜିଲ୍ଲା ସଙ୍ଘ ସଭାପତି ଡ଼ଃ ଅରୂପ ଜେନା ଦାବି କରିଛନ୍ତି ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.