ETV Bharat / state

ଭଲ ଖବର: ବୁଦ୍ଧି ଖଟାଇଲେ ଗ୍ରାମବାସୀ, ପାହାଡରୁ ବାଉଁଶରେ ଗାଁକୁ ଆଣିଲେ ପାଣି - କନ୍ଧମାଳରେ ଜଳ ସମସ୍ୟା

ବର୍ଷ ବର୍ଷ ବିତିଗଲା, ଶୁଣିଲାନି ପ୍ରଶାସନ । ନିଜ ଗାଁକୁ ପାଣି ଆଣିବା ପାଇଁ ଅଣ୍ଟା ଭିଡିଲେ ଗ୍ରାମବାସୀ। ବୁଦ୍ଧି ଖଟାଇ ପାହାଡ ଝରଣାରୁ ବାଉଁଶରେ ଆସିଲା ପାଣି । ଅଧିକ ପଢନ୍ତୁ

Water came from the mountain springs to the village through bamboo in phulbani
ବୁଦ୍ଧି ଖଟାଇଲେ ଗ୍ରାମବାସୀ: ପାହାଡ ଝରଣାରୁ ବାଉଁଶରେ ଗାଁକୁ ଆସିଲା ପାଣି
author img

By

Published : Jun 25, 2022, 12:19 PM IST

Updated : Jun 25, 2022, 1:03 PM IST

ଫୁଲବାଣୀ: ବର୍ଷ ବର୍ଷ ବିତିଗଲା । ରାଜନେତାଙ୍କଠାରୁ ଆରମ୍ଭ କରି ଜନପ୍ରତିନିଧି କେହି ଶୁଣିଲେନି ଗୁହାରି। ବାସ୍‌ ଗାଁକୁ ପାଣି ଆଣିବାକୁ ପଣ କଲେ ଗାଁଲୋକେ । ଏକାଠି ହେଲେ ବୁଦ୍ଧି ଖଟାଇଲେ, ବାଉଁଶ ସାହାଯ୍ୟରେ ଗାଁକୁ ନେଇ ଆସିଲେ ଝରଣା ପାଣି । ଏଭଳି କମାଲ କରି ଦେଖାଇଛନ୍ତି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଞ୍ଚାୟତ ଅନ୍ତର୍ଗତ ଦବେଡ଼ି ରାଜସ୍ୱ ଗ୍ରାମର ଲୋକେ ।

ଭଲ ଖବର: ବୁଦ୍ଧି ଖଟାଇଲେ ଗ୍ରାମବାସୀ, ପାହାଡରୁ ବାଉଁଶରେ ଗାଁକୁ ଆଣିଲେ ପାଣି

ପାନୀୟ ଜଳ ପାଇଁ ବର୍ଷ ତମାମ ହନ୍ତସନ୍ତ ହେଉଥିଲେ ଗ୍ରାମବାସୀ । ହେଲେ ଏବେ ପାହାଡ଼ର ଝର ପାଣିକୁ ବାନ୍ଧି ବାଉଁଶ ସହ ବାଉଁଶକୁ ଯୋଡି ଗାଁ ମୁଣ୍ଡକୁ ପାଣି ଆଣି ପାରିଛନ୍ତି । ଯାହା ଫଳରେ ଗାଁରେ ବର୍ଷ ତମାମ ଲାଗିରହିଥିବା ପାନୀୟ ଜଳ ସମସ୍ୟା ଦୂର ହୋଇପାରିଛି । ଏଭଳି ଉପାୟରେ ପିଇବା ପାଣି ସଂଗ୍ରହ କରୁଛନ୍ତି ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ବ୍ଲକ ସୋନପୁର ପଞ୍ଚାୟତ ଅନ୍ତର୍ଗତ ଦବେଡ଼ି ରାଜସ୍ୱ ଗ୍ରାମର ଡୁଗେଟମାହା ,ବିନ୍ଧାଣି ସାହି, ପଦାସାହି ଓ ଛକ ସାହି ଗ୍ରାମବାସୀ ।

ଦବେଡ଼ି ଗ୍ରାମରେ ୪ ପଡ଼ାର ପ୍ରାୟ ୮୦ଟି ପରିବାର ବସବାସ କରନ୍ତି । ଗ୍ରାମରେ ବିଭିନ୍ନ ସମସ୍ୟା ରହିଛି ତନ୍ମଧ୍ୟରୁ ମୁଖ୍ୟ ସମସ୍ୟା ହେଉଛି ପିଇବା ପାଣି । ଅଚଳ ତିନୋଟି ନଳକୂପ ଓ ଦୁଇଟି ବ୍ୟବହାର ଅନୁପଯୁକ୍ତ କୂଅ ଥିବା ବେଳେ ବର୍ଷ ତମାମ ଗ୍ରାମବାସୀ ବିଲରେ ଥିବା ଚୁଆ ପାଣି ଉପରେ ନିର୍ଭର କରିଥାନ୍ତି । ନଚେତ୍‌ ଦୂରରେ ରହିଥିବା ପାହାଡ଼ ଉପରେ ଜମି ରହୁଥିବା ଝର ପାଣିକୁ ପାନୀୟ ଜଳ ଭାବେ ସଂଗ୍ରହ କରି ବ୍ୟବହାର କରିଥାନ୍ତି । ଏହି ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ମଧ୍ୟ ହେବାକୁ ପଡୁଛି । ତଥାପି ବଞ୍ଚିବା ପାଇଁ ସେମାନେ ଏହି ଉପାୟକୁ ଆପଣାଇଥାନ୍ତି ।

ପାଣି ସମସ୍ୟାକୁ ନେଇ ଗ୍ରାମବାସୀ ବାରମ୍ବାର ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରିଆସୁଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ଦେଉନଥିବା କହିଛନ୍ତି । ତେଣୁ ନିଜ ବୁଦ୍ଧି ଖଟାଇ ପାହାଡ଼ ଉପରେ ଜମି ରହୁଥିବା ଝର ପାଣିକୁ ଦବେଡ଼ି ଗ୍ରାମବାସୀ ବାଉଁଶକୁ ବାଉଁଶ ସହ ଯୋଡି ଗାଁ ମୁଣ୍ଡକୁ ପାଣି ଆଣିବାରେ ସଫଳ ହୋଇଛନ୍ତି । ପ୍ରାୟ ୭ ଦିନର ଅକ୍ଲାନ୍ତ ପରିଶ୍ରମ ପରେ ଗ୍ରାମବାସୀ ପାଣି ପାଇପାରିଛନ୍ତି ଏବଂ ଆଉ କିଛି ଦିନ ପରେ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଗ୍ରାମବାସୀ କହିଛନ୍ତି । ଏହି କାର୍ଯ୍ୟ ପାଇଁ ଲୋକଙ୍କୁ ଏକ ସ୍ୱେଚ୍ଛାସେବୀ ସଂଗଠନ ସହଯୋଗର ହାତ ବଢାଇଛି । ଏବେ ପାହାଡ଼ର ଝର ପାଣି ବାଉଁଶ ଯୋଗେ ଗାଁ ମୁଣ୍ଡରେ ପହଞ୍ଚିବା ସହ ଦବେଡ଼ି ଗ୍ରାମର ପାନୀୟ ଜଳ ସମସ୍ୟା କେତେକାଂଶରେ ଦୂର ହୋଇଛି । ହେଲେ ପାହାଡ଼ର ଏହି ଝର ପାଣି ସୁଖି ଯିବା ପରେ ପୂର୍ବ ସ୍ଥିତିକୁ ଫେରିଆସିବ ବୋଲି ଗ୍ରାମବାସୀ କହିଛନ୍ତି । ପ୍ରଶାସନ ପକ୍ଷରୁ ଏହି ସମସ୍ୟାକୁ ଦୃଷ୍ଟିଦେଇ ବିହିତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।

ଇଟିଭି ଭାରତ, କନ୍ଧମାଳ

Last Updated : Jun 25, 2022, 1:03 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.