ETV Bharat / state

Lakshmanananda Saraswati Murder Case, କମିଶନ ତଦନ୍ତ ରିପୋର୍ଟ ସାର୍ବଜନୀନ କରିବାକୁ ଦାବି

author img

By

Published : Aug 24, 2022, 9:00 AM IST

Updated : Aug 24, 2022, 1:07 PM IST

ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ ଅବସରରେ କନ୍ଧମାଳ ବିଶ୍ବ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏଥିରେ ସ୍ବାମୀଜୀଙ୍କ ହତ୍ୟାକାରିକୁ ଧରିବା ସହ କମିଶନ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରାଯାଇଛି । ଅଧିକ ପଢ଼ନ୍ତୁ

ବିଶ୍ଵହିନ୍ଦୁ ପରିଷଦ ଦାବି, କମିଶନ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରୁ

ଫୁଲବାଣୀ: ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ସଭାଗୃହ ଠାରେ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ହିନ୍ଦୁ ଧର୍ମଗୁରୁ ସ୍ଵାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ତିରୋଧାନ ଦିବସ ଅବସରରେ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ତାଙ୍କୁ ସ୍ମରଣ କରି ଏହି ଦିବସ ପାଳିଛନ୍ତି ବିଶ୍ଵ ହିନ୍ଦୁ ପରିଷଦର କନ୍ଧମାଳ କାର୍ଯ୍ୟକର୍ତ୍ତା । ସ୍ବାମୀଜୀଙ୍କର ପ୍ରକୃତ ହତ୍ୟାକାରୀକୁ ଧରିବା ସହ କମିଶନ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରିଛି ପରିଷଦ ।

Lakshmanananda Saraswati Murder Case

୨୦୦୮ ମସିହା ଅଗଷ୍ଟ ୨୩ ତାରିଖ ଦିନ ସ୍ଵାମୀ ଲକ୍ଷଣାନନ୍ଦ ସରସ୍ଵତୀ ଏବଂ ତାଙ୍କର ଅନ୍ୟ ୪ ଜଣ ଅନୁଗତଙ୍କୁ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଜଳେଶପଟ୍ଟା କନ୍ୟାଶ୍ରମରେ ଦୁର୍ବୁତ୍ତ ମାନେ ନିର୍ମମ ଭାବେ ହତ୍ୟା କରିଥିଲେ । ସେହି ଘଟଣାକୁ ୧୪ ବର୍ଷ ପୂରିଥିବା ବେଳେ ପ୍ରତିବର୍ଷ ଭଳି ଏହି ବର୍ଷ ମଧ୍ୟ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ସ୍ଵାମୀଜୀଙ୍କ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା । ଏଥିରେ ଘଟଣାର ପ୍ରକୃତ ହତ୍ୟାକାରିକୁ ଧରିବା ସହ କମିଶନ ତଦନ୍ତ ରିପୋର୍ଟକୁ ସାର୍ବଜନୀନ କରିବାକୁ ଦାବି କରାଯାଇଛି । ଆୟଜିତ ସଭାରେ ବିଶ୍ଵ ହିନ୍ଦୁ ପରିଷଦର ରାଷ୍ଟ୍ରୀୟ ଏବଂ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ଯୋଗ ଦେଇ ସହରରେ ଏକ ମୋଟର ସାଇକେଲ ଶୋଭାଯାତ୍ରା କରିବା ପରେ ଗାନ୍ଧୀ ସ୍ମୃତି ଭବନରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।

ଶ୍ରଦ୍ଧାଞ୍ଜଳି ସଭାରେ ମୁଖ୍ୟ ଅତିଥି ବିଶ୍ଵ ହିନ୍ଦୁ ପରିଷଦର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ମିଲିନ୍ଦ ପାରାଣ୍ଡେ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ କ୍ଷେତ୍ରୀୟ ସହ ସମ୍ପାଦକ ଗୌରୀ ପ୍ରସାଦ ରଥ, କ୍ଷେତ୍ରୀୟ ସଙ୍ଗଠନ ସମ୍ପାଦକ ସପନ ଚକ୍ରବର୍ତୀ, ସଙ୍ଗଠନ ସମ୍ପାଦକ ସ୍ଵାମୀ ଜୀବନ ମୁକ୍ତାନନ୍ଦ ପୁରୀ, ଶରତ ଚନ୍ଦ୍ର ପ୍ରଧାନ ଏବଂ ବିଶ୍ଵ ହିନ୍ଦୁ ପରିଷଦର କନ୍ଧମାଳ ଜିଲ୍ଲା କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ । ଏଥିରେ ମୁଖ୍ୟ ଅତିଥି ଏବଂ ଅନ୍ୟ ମାନେ ନିଜ ବକ୍ତବ୍ୟରେ ସ୍ଵାମୀଜୀଙ୍କ ଜୀବନ ବ୍ୟାପୀ ଜନସେବା, ତ୍ୟାଗ ଓ ବଳିଦାନ ମନେପକାଇ ସ୍ମୃତିଚାରଣ କରିଥିଲେ । କନ୍ଧମାଳର ଜନଜାତି ଝିଅ, ମହିଳାଙ୍କୁ ଶିକ୍ଷିତ କରାଇବା ପାଇଁ ସ୍ବାମୀଜୀ ଯେଉଁ ଉଦ୍ୟମ କରିଥିଲେ ତାହା ଆଜି ବି ଜାରି ରହିଥିବା ସମସ୍ତେ ମତ ରଖିଥିଲେ । ଆଦିବାସୀଙ୍କୁ ଶିକ୍ଷିତ ଓ ସ୍ବାବଲମ୍ବୀ କରିବା ସହ ଧର୍ମାନ୍ତରୀକରଣ ରୋକିବାକୁ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ଵତୀଙ୍କ ପ୍ରୟାସକୁ ଉପସ୍ଥିତ ସଦସ୍ୟମାନେ ପ୍ରଶଂସା କରିଥିଲେ ।

ସମାଜସେବାରେ ଜୀବନକୁ ଉତ୍ସର୍ଗ କରିଦେଇଥିବା ଜଣେ ୮୪ ବର୍ଷୀୟ ସନ୍ୟାସୀଙ୍କ ହତ୍ୟାକାଣ୍ଡକୁ ୧୪ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପ୍ରକୃତ ହତ୍ୟାକାରୀଙ୍କୁ ସରକାର ଧରିବାରେ ଅକ୍ଷମ ହୋଇଛନ୍ତି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଦୁଇଟି ଦୁଇଟି କମିଶନର ରିପୋର୍ଟକୁ ସାର୍ବଜନୀନ କରିବାକୁ ବହୁ ଦାବି ପରେ ମଧ୍ୟ ଏହା ହେଉନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ ଜଳେଶପଟା ଆଶ୍ରମ ପରିଚାଳକ । ରାଜ୍ୟରେ ଧର୍ମାନ୍ତରୀକରଣ ପାଇଁ ଆଇନ ଲାଗୁ ହୋଇଥିଲେ ମଧ୍ୟ ବର୍ତ୍ତମାନ ବେଆଇନ ଭାବେ ଧର୍ମାନ୍ତିକରଣ ଚାଲିଥିବା ଅଭିଯୋଗ କରିଛନ୍ତି ପରିଷଦର କେନ୍ଦ୍ରୀୟ ସାଧାରଣ ସମ୍ପାଦକ । ଏନେଇ ପରିଷଦର ନେତୃବୃନ୍ଦ ରାଜ୍ୟ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିଥିଲେ ।

ଇଟିଭି ଭାରତ, କନ୍ଧମାଳ

Last Updated : Aug 24, 2022, 1:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.