ETV Bharat / state

Jawad Effect: କନ୍ଧମାଳରେ ବ୍ୟାପକ ପରିବା ଚାଷ ନଷ୍ଟ - ବାତ୍ୟା ଜୱାଦ ପ୍ରଭାବରେ କନ୍ଧମାଳରେ ପରିବା ଚାଷ ନଷ୍ଟ

ବାତ୍ୟା ଜୱାଦ ଦୁର୍ବଳ ହୋଇ ଫେରିଯାଇଛି । ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି । ବର୍ଷା ଯୋଗୁଁ ଅମଳ ହେବାକୁ ଥିବା ଫସଲ ନଷ୍ଟ ହୋଇଛି । ଅଧିକ ପଢ଼ନ୍ତୁ

Jawad Effect: କନ୍ଧମାଳରେ ବ୍ୟାପକ ପରିବା ଚାଷ ନଷ୍ଟ

author img

By

Published : Dec 6, 2021, 10:12 PM IST

ଫୁଲବାଣୀ: ବାତ୍ୟା ଜୱାଦ ଦୁର୍ବଳ ହୋଇ ଫେରି ଯାଇଛି । ଏହାର ପ୍ରଭାବରେ ରାଜ୍ୟର କେତେକ ସ୍ଥାନରେ ବର୍ଷା ହୋଇଛି । ବର୍ଷା ଯୋଗୁଁ ଅମଳ ହେବାକୁ ଥିବା ଫସଲ ନଷ୍ଟ ହୋଇଛି । କନ୍ଧମାଳ ଜିଲ୍ଲାରେ ମଧ୍ୟ କିଛି ଏଭଳି ଚିତ୍ର ଦେଖିବାକୁ ମିଳିଛି । ପୋଚକା ହୋଇ ପଡ଼ିରହିଛି ଗଦାଗଦା ଟମାଟୋ । ବାତ୍ୟାଜନିତ ବର୍ଷା ପ୍ରଭାବରେ ଓଦା ମାଟିରେ ପୋଚକା ହୋଇ ପଡ଼ି ରହିଛି ଟମାଟୋ । ବାତ୍ୟା ଜୱାଦ ଟଳିଯିବା ପରେ ଧାନଚାଷୀଙ୍କ ଭଳି ପରିବା ଚାଷୀ ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି ।

Jawad Effect: କନ୍ଧମାଳରେ ବ୍ୟାପକ ପରିବା ଚାଷ ନଷ୍ଟ

ଏହା ବି ପଢ଼ନ୍ତୁ: Cyclone Jawad: ବର୍ଷା ପରେ ବଢିଲା ଚାଷୀଙ୍କ ଦୁର୍ଦ୍ଦଶା

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ବ୍ଲକର କୁଟିବାରି, ରତଙ୍ଗ, ବନ୍ଦଗଡ଼ ଅଞ୍ଚଳରେ ବହୁମାତ୍ରାରେ ପରିବା ଚାଷ ହୋଇଥାଏ । ହେଲେ ଏବେ ବର୍ଷା ଯୋଗୁଁ ପରିବା ଚାଷ ନଷ୍ଟ ହୋଇଥିବାବେଳେ ଚାଷୀ ମୁଣ୍ଡରେ ଚଡ଼କ ପଡ଼ିଛି । ଏହି ଅଞ୍ଚଳରେ କୋବି, ଟମାଟୋ, ବିନ୍‌ସ୍‌ ଆଦି ପନିପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି । ଫଳରେ ଯେତିକି ପରିବା ଜମିରୁ ବାହାରି ପାରୁଛି, ତାହାକୁ କମ ଦରରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ । ଋଣଗ୍ରସ୍ତ ହୋଇ ଚାଷ କରିଥିବା ଚାଷୀ କିଭଳି ଋଣ ସୁଝିବେ, ତାକୁ ନେଇ ଚିନ୍ତାରେ ରହିଛନ୍ତି । ଏବେ ସରକାରଙ୍କଠାରୁ ଆର୍ଥିକ ସହାୟତା ପାଇଁ ଦାବି କରିଛନ୍ତି ଚାଷୀ ।

ଏହା ବି ପଢ଼ନ୍ତୁ: ଜୱାଦ ଉଜାଡିଲା ସୁନାର ଫସଲ: ଋଣ ସୁଝିବା ନେଇ କ୍ଷେତରେ କାନ୍ଦୁଛି ଚାଷୀ

କୋବି ବିନ୍‌ସ୍‌ ଟମାଟେ ଭଳି ପରିବା ଚାଷ କରି ଦୁଇପଇସା ଲାଭ ପାଇବା ଆଶା ରଖିଥିବା ଚାଷୀ ଏବେ ମୂଳ ଟଙ୍କା ମଧ୍ୟ ପାଇବେ ନାହିଁ ଚିନ୍ତାରେ l ବର୍ଷା ଯୋଗୁଁ କିଛି ବ୍ଲକରେ ପରିବା ଚାଷ ନଷ୍ଟ ହୋଇଥିବା ଅଭିଯୋଗ ଆସିଛି l ବର୍ଷା ସମ୍ପୂର୍ଣ୍ଣ ଛାଡ଼ିବା ପରେ ବ୍ଲକରେ ତହସିଲଦାର ଓ ଆର୍‌ଆଇ ସର୍ଭେ କରି କେଉଁ ଚାଷୀଙ୍କ କ'ଣ କ୍ଷତି ହୋଇଛି ରିପୋର୍ଟ ଦେବା ପରେ ସରକାରୀ ସହାୟତା ଯୋଗାଇ ଦିଆଯିବ l କନ୍ଧମାଳ ଉପ ଉଦ୍ୟାନ କୃଷି ନିର୍ଦ୍ଦେଶକ ଏହା କହିଛନ୍ତି ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.