ETV Bharat / state

କନ୍ଧମାଳରେ ପାଳିତ ଉତ୍କଳ ଦିବସ

ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ ୮୭ତମ ଉତ୍କଳ ଦିବସ ପାଳନ କରାଯାଇଛି । ଅଧିକ ପଢନ୍ତୁ

author img

By

Published : Apr 1, 2022, 9:27 PM IST

କନ୍ଧମାଳରେ ପାଳିତ ଉତ୍କଳ ଦିବସ
କନ୍ଧମାଳରେ ପାଳିତ ଉତ୍କଳ ଦିବସ

ଫୁଲବାଣୀ: ୧୯୩୬ ମସିହା ଅପ୍ରେଲ ୧ ତାରିଖରେ ଭାଷା ଆନ୍ଦୋଳନରୁ ଆତ୍ମପ୍ରକାଶ କରିଥିଲା ସ୍ବତନ୍ତ୍ର ଓଡିଶା ପ୍ରଦେଶ । ସେହି ଐତିହାସିକ ଉପଲବ୍ଧିର ସ୍ମାରକୀ ସଦୃଶ ପ୍ରତ୍ୟେକ ବର୍ଷ ଅପ୍ରେଲ ୧ ତାରିଖ ଦିନ ଓଡିଶାରେ ପାଳିତ ହୋଇଆସୁଛି ଉତ୍କଳ ଦିବସ । ଫୁଲବାଣୀ ଠାରେ ଜିଲ୍ଲା ସ୍ତରୀୟ ୮୭ତମ ଉତ୍କଳ ଦିବସ ପାଳନ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସର୍ବପ୍ରଥମେ ଗୋପବନ୍ଧୁ ଛକ ଓ ପରେ ମଧୁସୁଦନ ଶିଶୁ ଉଦ୍ୟାନରେ ଜିଲ୍ଲାପାଳ ଡ଼ ବୃନ୍ଦା ଡ଼ି ଏବଂ ଜିଲ୍ଲାପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ ତଥା ସହରର ବହୁ ମାନ୍ୟଗଣ ବ୍ୟକ୍ତି ଉତ୍କଳମଣୀ ଗୋପବନ୍ଧୁ ଦାସ ଓ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

କନ୍ଧମାଳରେ ପାଳିତ ଉତ୍କଳ ଦିବସ

ଓଡ଼ିଶା ଭାଷା ସାହିତ୍ୟ ଓ ସଂକୃତି ବିଭାଗ, ଜିଲ୍ଲା ପ୍ରଶାସନ ଏବଂ ମୋହନଦାସ କରମ ଚାନ୍ଦ ସାଂସ୍କୃତିକ ପରିଷଦ ମିଳିତ ଆନୁକୂଲ୍ୟରେ ଅପରାହ୍ନ ୫.୩୦ରେ ସ୍ଥାନୀୟ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦ ପରିଷରରେ ଏକ ସାଧାରଣ ସଭା ତଥା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି ।

ଏହି ଐତିହାସିକ ଦିବସ ପରିପ୍ରେକ୍ଷୀରେ ଓଡିଆ ଜାତିର ସ୍ବାଭିମାନ ଏବଂ ଓଡିଆ ଜାତିର ଐତିହ୍ୟ ପରମ୍ପରା, ଭାଷା ସାହିତ୍ୟ ପ୍ରତି ଅନୁରାଗକୁ ଅତୁଟ ରଖିବା ସହିତ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଦିଗରେ ସଂକଳ୍ପ ନେବା ପାଇଁ କହିଥିଲେ । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାରାଇଥିଲା । ଏହି କାର୍ଯ୍ୟକ୍ରମକୁ ଫୁଲବାଣୀ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ସଂଚାଳନ କରାଯାଇଥିଲା । ସାଧାରଣ ସଭା ସହ ଶିକ୍ଷକଶିକ୍ଷୟତ୍ରୀ ଯୋଗ ଦେଇ ବରପୁତ୍ର ମାନଙ୍କ ଆତ୍ମଜୀବନୀ ଉପରେ ଆଲୋକପାତ କରିଥିଲେ ।

କନ୍ଧମାଳରୁ ସଞ୍ଜୟ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.